Home ଜିଲ୍ଲା ପରିକ୍ରମା କୋଭିଡ୍‌-୧୯ କାର୍ଯ୍ୟରେ ଅବହେଳା ଅଭିଯୋଗ : ନୋଡାଲ ଅଫିସରଙ୍କୁ ନିଲମ୍ବନ କଲେ ବ୍ଲକ୍ ଶିକ୍ଷାଧିକାରୀ

କୋଭିଡ୍‌-୧୯ କାର୍ଯ୍ୟରେ ଅବହେଳା ଅଭିଯୋଗ : ନୋଡାଲ ଅଫିସରଙ୍କୁ ନିଲମ୍ବନ କଲେ ବ୍ଲକ୍ ଶିକ୍ଷାଧିକାରୀ

161

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିନକୁ ଦିନ କାୟା ମେଲାଉଥିବା କରୋନାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ପଂଚାୟତରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର (ଟିଏମ୍‌ସି) ଖୋଲିଛନ୍ତି । ଏହି କେନ୍ଦ୍ରରେ ପ୍ରବାସୀଙ୍କ ରହିବା ଓ ଖାଇବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଏହାର ପରିଚାଳନା ଦାୟିତ୍ୱ ସରପଞ୍ଚ ଓ ନୋଡାଲ ଅଫିସରଙ୍କୁ ଦିଆଯାଇଛି । ତେବେ ବିପର୍ଯ୍ୟୟ ପରିଚାଳନା ଆଇନ୍ ୨୦୦୫, କୋଭିଡ୍‌-୧୯ କାର୍ଯ୍ୟରେ ଅବହେଳା ଓ ରାଜନୈତିକ କାର୍ଯ୍ୟ କଳାପରେ ସଂଶ୍ଳିଷ୍ଟ ରହି ବିଘ୍ନ ସୃଷ୍ଟି କରୁଥିବା ଅଭିଯୋଗରେ ଆଡିଆ ଟିଏମ୍‌ସିର ନୋଡାଲ ଅଫିସର ତଥା ସିଆରସିସି ବନମାଳୀ ନାୟକଙ୍କୁ ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ୍ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଜେନା ନିଲମ୍ବନ କରିଥିବା ଜଣାଯାଇଛି । ଏହାକୁ ନେଇ ଏବେ ଟିଏମ୍‌ସି ପଂଚାୟତ ନୋଡାଲ ଅଫିସରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶଡ ପାଇଛି । କାରଣ କରୋନା ମୁକାବିଲାରେ ସେମାନେ ଦିନରାତି ଲୋକଙ୍କ ସେବା କରି ଆସୁଥିବାବେଳେ ସେମାନଙ୍କୁ ବେନିୟମ କାର୍ଯ୍ୟ କରାଯିବାକୁ ବାଧ୍ୟ କରାଯାଉଥିବାର ଅଭିଯୋଗ ହୋଇଛି । ଉକ୍ତ କାର୍ଯ୍ୟ ନକଲେ ସେମାନଙ୍କୁ ଉଦ୍ଦେଶ୍ୟ ମୂଳକ ଭାବରେ ନିଲମ୍ବନ କରାଯାଇ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ପ୍ରତି ଟିଏମ୍‌ସିକୁ ୫ରୁ ୭ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି । ଏହି ଅର୍ଥରେ ଟିଏମ୍‌ସିର ମରାମତି, ବିଦ୍ୟୁତକରଣ, ଶଯ୍ୟା, ଶୌଚାଳୟ ପାନୀୟ ଜଳ ଯୋଗାଣ ତଥା ଅନ୍ୟାନ୍ୟ କାର୍ଯ୍ୟର ବ୍ୟବସ୍ଥା ରହିଛି ।

 

 

ଏହି ଅର୍ଥ ବିନିଯୋଗର ପ୍ରମାଣ ପତ୍ରରେ ବିଡିଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ପଂଚାୟତ ନୋଡାଲ ଅଫିସର ଓ ସରପଞ୍ଚଙ୍କ ଦସ୍ତଖତର ଆବଶ୍ୟକତା ରହିଛି । ଏପରି ସ୍ଥଳେ ଭଦ୍ରକ ଜିଲା ବନ୍ତ ବ୍ଲକ୍‌ର ବିଭିନ୍ନ ପଂଚାୟତରେ ଟିଏମ୍‌ସି ପରିଚାଳନା ଖର୍ଚ୍ଚ ଫର୍ମାଟରେ କୌଣସି ତଥ୍ୟ ଲେଖାନଯାଇ ସେଥିରେ ଦସ୍ତଖତ କରାଯିବାକୁ ପଂଚାୟତ ନୋଡାଲ ଅଫିସରମାନଙ୍କୁ ବାଧ୍ୟ କରୁଥିବାର ଅଭିଯୋଗ ହୋଇଛି । ଗତ ବୁଧୁବାର ଏ ସଂପର୍କରେ ବିଭିନ୍ନ ଟିଏମ୍‌ସିର ପଂଚାୟତ ନୋଡାଲା ଅଫିସରମାନେ ଜିଲାପାଳ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ, ବିଡିଓଙ୍କୁ ଅବଗତ କରିଛନ୍ତି । ଗତ ୧୯ ତାରିଖରେ ଟିଏମ୍‌ସି ପରିଚାଳନା ଖର୍ଚ୍ଚ ଫର୍ମାଟରେ ତଥ୍ୟ ଲେଖା ନଥାଇ ଦସ୍ତଖତ କରିବାକୁ ପଂଚାୟତ ନୋଡାଲ ଅଫିସରମାନଙ୍କୁ ସରପଞ୍ଚ ଓ କନିଷ୍ଠ ଯନ୍ତ୍ରୀ ବାଧ୍ୟ କରୁଥିବାର ଅଭିଯୋଗ ହେଉଛି । ଉପରୋକ୍ତ କାର୍ଯ୍ୟରେ ବିନିଯୋଗ ହୋଇଥିବା ଖର୍ଚ୍ଚର ହିସାବ ନୋଡାଲ ଅଫିସରମାନଙ୍କ ପାଖରେ ନଥିବା ସହିତ କେଉଁ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତାହା ସେମାନେ ଜାଣିନଥିବା ଦର୍ଶାଇଛନ୍ତି । ଫର୍ମାଟ ସଂଖ୍ୟା ୧୬ ରେ ମେ ୩୧ ତାରିଖ ସୁଦ୍ଧା କେତେ ଲୋକ ଟିଏମ୍‌ସିରେ ରହିଥିଲେ, ସେ ସମସ୍ତ ତାଲିକା ବିଡିଓଙ୍କୁ ପ୍ରଦାନ କରାଯାଇଛି । ଫର୍ମାଟ ସଂଖ୍ୟା ୭ ରୁ ୧୫ ମଧ୍ୟରେ ପ୍ରଦତ୍ତ କାର୍ଯ୍ୟଗୁଡିକର କ୍ଷେତ୍ର ପରିଦର୍ଶନ କରି ଦସ୍ତଖତ କରିବା ପାଇଁ ବିଡିଓଙ୍କୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ବିଡିଓ ତାହାକୁ ଅନୁମତି ଦେଇ ନଥିବା ଅଭିଯୋଗରେ ଦର୍ଶାଯାଇଛି । ସେହିପରି ବନ୍ତ ବ୍ଲକ୍‌ର ବିଭିନ୍ନ ଟିଏମ୍‌ସିରେ ସାମଗ୍ରୀ କିଣାରେ ଅନିୟମିତତା ଆଶଙ୍କା କରାଯାଉଥିବାବେଳେ ଏହି ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.