Home କେନ୍ଦୁଝର ଗେଡମା କ୍ୱାରେଣ୍ଟାଇନରେ ଖାଦ୍ୟ ପ୍ରଦାନରେ ଅବ୍ୟବସ୍ଥା, ଅଭିଯୋଗ ଆଣିଲେ ପ୍ରବାସୀ

ଗେଡମା କ୍ୱାରେଣ୍ଟାଇନରେ ଖାଦ୍ୟ ପ୍ରଦାନରେ ଅବ୍ୟବସ୍ଥା, ଅଭିଯୋଗ ଆଣିଲେ ପ୍ରବାସୀ

121

ହାଟଡ଼ିହି, ୨୭ । ୬ : କୋଭିଡ-୧୯କୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର ପ୍ରବାସୀ ମାନଙ୍କୁ ସଙ୍ଗରୋଧରେ ରଖିବାକୁ ବ୍ୟାପକ ଯୋଜନା ପ୍ରସ୍ତୁତି କରିଛନ୍ତି । ସେମାନଙ୍କୁ ଉତ୍ତମ ଖଦ୍ୟେ ପ୍ରଦାନ ସହିତ ରହିବା ସୁବନ୍ଦେବସ୍ତ କରିବାକୁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ମଦ୍ୟ ଦେଇଛନ୍ତି । କିନ୍ତୁ କେତେକ ପଞ୍ଚାୟତରେ ସରପଞ୍ଚଙ୍କ ମନମାନୀ ଯୋଗୁଁ ଏହି ବ୍ୟବସ୍ଥା ଠିକ ଭାବେ କାର୍ଯ୍ୟକାରୀ ହୋଇ ପାରୁ ନଥିବା ଅଭିଯୋଗ ହୋଇଛି । ହାଟଡିହି ବ୍ଲକ ଗେଡମା କ୍ୱାରେଣ୍ଟାଇନ ସେଣ୍ଟରରେ ନାନା ଅବ୍ୟବସ୍ଥା ହେଉଥିବା ନେଇ ପ୍ରବାସୀ ମାନେ ଅଭିଯୋଗ କରିଛନ୍ତି । ଏନେଇ ସେମାନେ ଆଜି ଏକ ଭିଡିଓ ଭାଇରାଲ କରି ସେମାନଙ୍କ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଏହି କ୍ୱାରେଣ୍ଟାଇନ ସେଣ୍ଟରରେ ୧୪ଜଣ ପ୍ରବାସୀ ରହିଛନ୍ତି । ଗତକାଲି ଏହି ସଙ୍ଗରୋଧ କେନ୍ଦ୍ରକୁ ଦିନ ୧ଟା ବେଳେ କିଛି ପ୍ରବାସୀ ଆସି ରହିଥିଲେ । କିନ୍ତୁ ଗତକାଲି ରାତିରେ ସଙ୍ଗରୋଧ କେନ୍ଦ୍ରକୁ କୌଣସି ଖାଦ୍ୟ ଯୋଗାଯାଇ ନଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ପ୍ରବାସୀମାନେ ରେଷେୟାକୁ ଟେଲିଫୋନ କରି ପଚାରିବାରୁ ସରପଞ୍ଚ ମନା କରିଥିଲେ ରୋଷେଇ କରିବାକୁ ତେଣୁ ରୋଷେଇ ହୋଇ ନାହିଁ ବୋଲି କହିଥିଲା । ଭୋକରେ ଆଉଟୁ ପାଉଟୁ ହେଉଥିବା ପ୍ରବାସୀ ଓଡିଆ ମାନେ ଏନେଇ ସରପଞ୍ଚଙ୍କୁ କହିବାରୁ ସେ ଏ ବାବଦରେ ଜାଣି ନାହାନ୍ତି କହି ରାତି ୧୨ଟାରେ କିଛି ମୁଢ଼ି ଆଣି ସେମାନଙ୍କୁ ଦେଇଥିଲେ । ସକାଳୁ ଦିଆଯାଇଥିବା ଜଳଖିଆରେ କାଚିଣ୍ଡି ବାହାରିବାରୁ ସେମାନେ ଖାଦ୍ୟ ଖାଇ ପାରି ନଥିଲେ । ଏପରିକି ଆଜି ଦିନ ଦୁଇଟା ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ଖାଦ୍ୟ ଦିଆଯାଇ ନଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏ ଦିଗରେ ହାଟଡିହି ବିଡିଓ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରାଯାଉଥିଲେବି ସେ ଦିନ ତମାମ ଫୋନ ସୁଇଜ ଅଫ କରିଦେଇଥିବାରୁ ତାଙ୍କର ମତାମତ ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.