Home କେନ୍ଦୁଝର ଖୋଲିଲା ସ୍କୁଲ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

ଖୋଲିଲା ସ୍କୁଲ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

69

ହାଟଡିହି-୨୬ / ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ)ଦୀର୍ଘ ତିନିମାସର ବ୍ୟବଧାନ ପରେ ପୁନର୍ବାର ଖୋଲିଛି ସ୍କୁଲ । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନେ ସ୍କୁଲ ଯିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସରକାରଙ୍କ ସମସ୍ତ କଟକଣା ଅନୁଯାଇ ଆଜିଠାରୁ ସ୍କୁଲ ଖୋଲାଯାଇ ଶିକ୍ଷାଦାନ ଆରମ୍ଭ କରାଯାଇଛି । ଏଥିପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲଖିତ ହୋଇଛି । ଏଥିପାଇଁ ପୁର୍ବରୁ ବିଦ୍ୟାଳୟର ଶ୍ରେଣୀଗୃହ ଗୁଡିକୁ ବିଶୋଧନ କରିବା ସହିତ ସ୍କୁଲ ପରିବେଶକୁ ପରିସ୍କାର ଓ ପରିଛନ୍ନ କରାଯାଇଛି । ଆଜି ସ୍କୁଲ ଭିତରକୁ ପ୍ରବେଶ ପୁର୍ବରୁ ସମସ୍ତ ପିଲାମାନଙ୍କୁ ସାନିଟାରାଇଜ କରାଯିବାପରେ ମାସ୍କ ପରିଧାନ କରାଇ ସ୍କୁଲ ଭିତରକୁ ପ୍ରବେଶ କରାଉଥିବା ଦେଖିବାକୁ ମିଳିଥିଲା । ବଞ୍ଚୋ ବରାହୀ ହାଇସ୍କୁଲ, ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ, ମରୈଗାଁ ହାଇସ୍କୁଲ, ମୁଗୁପୁର ହାଇସ୍କୁଲ, ଗଡଚଣ୍ଡୀ ହାଇସ୍କୁଲ, ସଢ଼ା ହାଇସ୍କୁୁଲ, ଢ଼େଙ୍କା ହାଇସ୍କୁଲ, ବାଙ୍ଗୋର ହାଇସ୍କୁଲ ନନ୍ଦିପଦା ହାଟ ହାଇସ୍କୁଲ, ଶାଳଣିଆଁ ହାଇସ୍କୁଲ, ଡଅଁର ହୌାଇସ୍କୁଲ, ପଢ଼ିଆରିପଲ୍ଲୀ ବଣିଆପଙ୍କ ହାଇସ୍କୁଲ, ଗେଡମା ହାଇସ୍କୁଲ, ବାହାରିପୁର ହାଇସ୍କୁଲ, କଳିଗାଁ ହାଇସ୍କୁଲ, ଓରାଳି ହାଇସ୍କୁଲ ପ୍ରଭୃତି ଗୁଡିକରେ ସରକାରଙ୍କ ଗାଇଡଲାଇନ ମୁତାବକ ସ୍କୁଲ ସବୁ ଖୋଲାଯାିଥିବାବେଳେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସ୍ୱଭାବିକ ଥିଲା । କେବଳ ହାଟଡିହି ହାଇସ୍କୁଲରେ ଅଫଲାଇନ ପରୀକ୍ଷା ହେବାକୁ ଥବବାରୁ ଏଠାରେ ସ୍କୁଲ ଖୋଲାଯାଇ ନାହିଁ । ଅନ୍ୟସବୁ ସ୍କୁଲ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଦାନ ସହିତ ସେମାନଙ୍କ ସ୍ୱାସ୍ଥ୍ୟପ୍ରତି କିପରି ଯତ୍ନ ନିଆଯିବ ତାହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିବାବେଳେ ମାସ୍କ ଓ ସାମାଜିକ ଦୁରତା ବଜାଇ ରଖିବାର ସମସ୍ତ ବ୍ୟବସ୍ଥା କରାଯାଇ ଶିକ୍ଷାଦାନ ଆରମ୍ଭ କରାଯାଇଛି । ସରକାର ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଯଥାଶିଘ୍ର ଟୀକାକରଣର ବ୍ୟବସ୍ଥା କରିବାକୁ ଛାତ୍ରଛାତ୍ରୀମାନେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.