Home ଓଡ଼ିଶା କୃଷି ଆଇନ-ସାଧାରଣ ବଜେଟକୁ ଜନସମର୍ଥନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରୟାସ ବଜେଟର ଦୀର୍ଘତଥ୍ୟ ଉପସ୍ଥାପନକୁ ନେଇ...

କୃଷି ଆଇନ-ସାଧାରଣ ବଜେଟକୁ ଜନସମର୍ଥନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରୟାସ ବଜେଟର ଦୀର୍ଘତଥ୍ୟ ଉପସ୍ଥାପନକୁ ନେଇ ବଚସା

37

ବାଲେଶ୍ୱର, ୧୫୨ା୨(ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ସମେତ ଆସନ୍ତା ଆର୍ଥିକ ବର୍ଷ ପାଇଁ ପାରିତ ହୋଇଥିବା ସାଧାରଣ ବଜେଟ ଦେଶବାସୀଙ୍କଠାରେ ଆସ୍ଥାଭାଜନ ହେବା ପାଇଁ ଏବେ ବିଜେପି ପକ୍ଷରୁ ସମଗ୍ର ଦେଶରେ ଚାଲିଛି ରୀତିମତ କସରତ। ନିର୍ବାଚିତ ଲୋକ ପ୍ରତିନିଧିଙ୍କଠାରୁ ଦଳୀୟ କର୍ମୀଙ୍କ ପର୍ଯ୍ୟନ୍ତ, ସବୁ ମହଲରୁ ଉଦ୍ୟମ ଜାରି ରହିଛି। ଅନୁରୂପ ଭାବେ କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ତଥା ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗଣମାଧ୍ୟମ ଜରିଆରେ କେନ୍ଦ୍ର ସରକାରଙ୍କ ସଫଳତା ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦେଇଛନ୍ତି। ସୋମବାର ଅପରାହ୍ନ୍ନ ୨ଟା ୩୦ ସମୟରେ ଜିଲା ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଯୋଗଦେଇ ନୂତନ କୃଷି ଆଇନ ଓ ସାଧାରଣ ବଜେଟର ମୁଖ୍ୟାଂଶ ପୁସ୍ଥାପନ ସହ ଏହାର ଉପାଦେୟତା ସମ୍ପର୍କରେ ସୂଚନା ଦେଇଥିଲେ। ମହାମାରୀ କରୋନା ଭଳି ଜ୍ୱାଳାମୁଖୀ ସ୍ଥିତିରୁ ଦେଶବାସୀଙ୍କୁ ମୁକୁଳାଇବା ସହ ଅମୃତର ବାରି ସିଞ୍ଚିବାକୁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଦେଶବାସୀଙ୍କୁ ଐତିହାସିକ ବଜେଟ ଦେଇଛନ୍ତି। ବିଶେଷ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି ଓ କୃଷକର ବିକାଶ, ନିବେଶ ଓ ଭିତ୍ତିଭୂମି ବିକାଶ, ନିଯୁକ୍ତି ଓ ମାନବ ସମ୍ବଳର ବିକାଶକୁ ଏହି ବଜେଟରେ ଗୁରୁତ୍ୱ ଦିଆଯାଇଛି। ଆଗାମୀ ଦିନରେ ଏହି ବଜେଟର ସୁଫଳ ଦେଶବାସୀ ମର୍ମେ ମର୍ମେ ବୁଝିପାରିବେ ବୋଲି ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସ୍ୱାଧୀନତା ୭୪ ବର୍ଷ ଧରି ଠକି ଚାଲିଥିବା ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଅଢ଼େଇଗୁଣ ବୃଦ୍ଧି କରି କେନ୍ଦ୍ର ସରକାର ନୂତନ ଏକ ଅଧ୍ୟାୟ ସୃଷ୍ଟି କରିପାରିଛନ୍ତି ବୋଲି ସେ କହିଛନ୍ତି। ତେବେ ଏହି କୃଷି ଆଇନକୁ କଦର୍ଥ କରି ସମୂହ ସ୍ୱାର୍ଥରେ ବାଧା ସୃଷ୍ଟି ପାଇଁ କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଆନ୍ଦୋଳନ ଚଳାଇ ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ମନ୍ତ୍ରୀ ଆରୋପ କରିଛନ୍ତି। ସେହିଭଳି କରୋନା ଭଳି ସ୍ଥିତିକୁ ଏଡ଼େଇ ବିଶ୍ୱର ଏକାଧିକ ରାଷ୍ଟ୍ରକୁ ଭାରତ ସରକାର କ୍ଲରୋକୁଇନ ଦେଇ ଉଦାହରଣ ସୃଷ୍ଟି କରିଥିବା ବେଳେ ଆଗାମୀ ଦିନରେ କରୋନା ଟିକା ପ୍ରଦାନ କରି ବିଶ୍ୱ କ୍ୟାଲଣକାରୀ କାର୍ଯ୍ୟକୁ ଆଗକୁ ନେବାରେ ଅନ୍ୟାନ୍ୟ ଦେଶ ପାଇର୍ ପ୍ରେରଣା ହେବ। କେନ୍ଦ୍ର ସରକାରଙ୍କ ପ୍ରତ୍ୟେକଟି ଯୋଜନା ଲୋକାଭିମୁଖୀ ହୋଇଥିବା ବେଳେ ଏହାର ସଫଳ କାର୍ଯ୍ୟକାରିତା ଉପରେ ସବୁ ମହଲରୁ ଉଦ୍ୟମ ପାଇଁ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଗୁରୁତ୍ୱାରୋପ କରିଥିଲେ। ତେବେ ଦି୍ୱପ୍ରହର ସମୟରେ ସମ୍ବାଦିକଙ୍କୁ ଘଣ୍ଟା ଘଣ୍ଟା ବସାଇ ରଖି ମନ୍ତ୍ରୀ ମାଦଳା ପାଞ୍ଜି ଭଳି ବଜେଟ ତଥ୍ୟ ପଢ଼ିବା ଘଟଣାରେ ଦଳୀୟ କର୍ମକର୍ତ୍ତାଙ୍କ ସମେତ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ଅସନ୍ତୋଷ ପ୍ରକାଶ କରିଥିଲେ। ବିଶେଷ କରି ବାଲେଶ୍ୱର କିମ୍ବା ଉତ୍ତର ଓଡ଼ିଶା ପାଇଁ ବଜେଟରେ କିମ୍ବା ମନ୍ତ୍ରାଳୟ ପକ୍ଷରୁ ସ୍ୱତନ୍ତ୍ର କିଛି ପ୍ରକଳ୍ପ ଅଛି କି ନାହିଁ ସମ୍ବାଦିକମାନେ ପଚାରି ଥିଲେ। ଏହାକୁ ନେଇ ମନ୍ତ୍ରୀ ଉତ୍କ୍ଷିପ୍ତ ହୋଇଯିବା ସହ କିଏ ଶୁରୁ କି ନ ଶୁଣୁ ମୋର କହିବା କଥା ମୁଁ କହୁଛି ବୋଲି କହିଥିଲେ। ଏହାକୁ ନେଇ ବହୁ ସାମ୍ବାଦିକ ସମ୍ମିଳନୀରୁ ପଳାଇ ଆସିଥିବା ଲକ୍ଷ୍ୟ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.