Home କଳାହାଣ୍ଡି କାଲୋପଲା ଗ୍ରାମପଂଚାୟତ ଜମି ହେରଫେର ସଂପର୍କରେ ଜିଲାପାଳଙ୍କୁ ହାଇକୋର୍ଟର ତଦନ୍ତ ନିର୍ଦ୍ଦେଶ

କାଲୋପଲା ଗ୍ରାମପଂଚାୟତ ଜମି ହେରଫେର ସଂପର୍କରେ ଜିଲାପାଳଙ୍କୁ ହାଇକୋର୍ଟର ତଦନ୍ତ ନିର୍ଦ୍ଦେଶ

85

କଳାହାଣ୍ଡି – ତା.୨୫.୧୦.୨୦୧୯ ( ଓଡିଆ ପୁଅ) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ କାଲୋପଲା ଗ୍ରାମ ପଂଚାୟତର କାର୍ଯ୍ୟାଳୟ ଜମି ହେରଫେର ହୋଇଥିବା ଘଟଣା ସଂପର୍କରେ ମାନ୍ୟବର ହାଇକୋର୍ଟ ହସ୍ତକ୍ଷେପ କରି କଳାହାଣ୍ଡି ଜିଲାପାଳଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବିଷୟ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

ଘଟଣାରୁ ପ୍ରକାଶଯେ, ଗତ ୧୯୯୨ ମସିହାରେ ମହିଚଲା ଗ୍ରାମପଂଚାୟତରୁ ଅଲଗା ହୋଇ କାଲୋପଲା ସ୍ୱତନ୍ତ୍ର ଗ୍ରାମପଂଚାୟତ ଭାବରେ ମାନ୍ୟତା ପାଇଥିଲା। କାଲୋପଲା ଓ ଦେଉଣ୍ଡି ରାଜସ୍ୱ ଗ୍ରାମଦ୍ୱୟକୁ ନେଇ ଗଠିତ ଏହି ପଂଚାୟତ ର ମୂଖ୍ୟାଳୟ କାଲୋପଲା ଗ୍ରାମରେ ଧାର୍ଯ୍ୟ କରା ଯାଇଥିଲା। କାର୍ଯ୍ୟାଳୟ ନିର୍ମାଣ କରିବା ପାଇଁ ଜନସାଧାରଣଙ୍କ ଅନୁରୋଧ କ୍ରମେ ଉକ୍ତ ଗ୍ରାମର ସକୁନ୍ତଳ ଗଉଡ ପିତା ସିଙ୍ଗରୁ ଗଉଡ ଖାତା ନମ୍ବର ୯୩ ପ୍ଲଟ ନମ୍ବର ୫୧୦ ରକବା ମୋଟ ୧୩ ଡିସମିଲ ଜମିରୁ ୮ ଡିସମିଲ ଜମି ପଂଚାୟତ କାର୍ଯ୍ୟାଲୟ ନିର୍ମାଣ ପାଇଁ ଦାନପତ୍ର ପଞ୍ଜିକରଣ ସଂଖ୍ୟା ୧୪୮୪/୯୨ ଅନୁଯାୟୀ ଉପଖଣ୍ଡ ଗ୍ରାମ ପଂଚାୟତ ଅଧିକାରୀ ଙ୍କ ନାମରେ ହସ୍ତାନ୍ତର କରିଥିଲେ। ସେହି ଜମି ସଂକ୍ରାନ୍ତୀୟ କାଗଜାତ ପଂଚାୟତ କାର୍ଯ୍ୟାଳରେ ନଥିବାରୁ ଏ ସଂପର୍କରେ ବର୍ତମାନର କାଲୋପଲା ସମିତି ସଭ୍ୟ ସତ୍ୟ ନାରାୟଣ ବେହେରା ସୂଚନା ଅଧିକାର ଆଇନରେ କାର୍ଯ୍ୟାଳୟ ଜମିର ସ୍ଥିତାବସ୍ଥା ଜାଣିବା ପାଇଁ ଧର୍ମଗଡ ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ କରିବା ପରେ ଜନସୂଚନା ଅଧିକାରୀ ଏସଂପର୍କରେ ଉପଖଣ୍ଡ ପଂଚାୟତ ଅଧିକାରୀଙ୍କ କାର୍ଯ୍ୟାଲୟରେ କୌଣସି କାଗଜାତ ନଥିଭା ବିଷୟ ଗତ ୫ ଡିସେମ୍ବର ୨୦୧୪ ଦିନ ଲିଖିତ ଭାବରେ ଜଣାଇଛନ୍ତି। ଏହାପରେ ସତ୍ୟନାରାୟଣ ବେହେରା ଧର୍ମଗଡ ଉପ ନିବନ୍ଧକଙ୍କ ପାଖରେ ସୂଚନା ପାଇଁ ଆବେଦନ କରିବାରୁ ଉପ ନିବନ୍ଧକ କାର୍ଯ୍ୟାଳୟ ପତ୍ରାଙ୍କ ୯୨୮/୨୪.୧୦.୨୦୧୭ ଯୋଗେ କାଲୋପଲା ଗ୍ରାମର ଖାତା ସଂଖ୍ୟା ୯୩ ର ପ୍ଲଟ ନମ୍ବର ୫୦୯ ରକବା ୮ଡିସମିଲ ଜମି ଧର୍ମଗଡ ଉପଖଣ୍ଡ ଗ୍ରାମପଂଚାୟତ ଅଧିକାରୀଙ୍କ ନାମରେ ହସ୍ତାନ୍ତର କରା ଯାଇଥିବା ସଂପର୍କରେ ସଂଶୋଧିତ ପଞ୍ଜିକରଣ ଦଲିଲ ୧୭୩/୨୮.୦୧.୨୦୦୨ ରେ ସଂପାଦିତ ହୋଇଥିବା ଜଣାଇଛନ୍ତି। ଏଥି ସହିତ ସେହି ୫୧୦ ନମ୍ବର ପ୍ଲଟରୁ ପଞ୍ଜିକରଣ ସଂଖ୍ୟା ୧୭୪/୨୮.୦୧.୨୦୦୨ ରେ ୯ଡିସମିଲ ଏବଂ ପଞ୍ଜିକରଣ ସଂଖ୍ୟା ୨୭୧/୦୭.୦୨.୨୦୦୫ ରେ ୪ ଡିସମିଲ ଜମି ବିକ୍ରି ହୋଇଥିବା ଜଣା ପଡିଛି। ସେହିପରି ୫୦୯ନମ୍ବର ପ୍ଲଟର ୧୦ଡିସମିଲ ମଧ୍ୟରୁ ପଞ୍ଜିକରଣ ସଂଖ୍ୟା ୨୨୫୭/୨୬.୧୨.୧୯୯୬ରେ ୩ ଡିସମିଲ ଓ ୪୨୬/୨୬.୧୨.୧୯୯୭ ରେ ୩ ଡିସମିଲ ଜମି ପୁନଃ ବିକ୍ରି କରା ଯାଇଥିବା ତଥ୍ୟ ସୂଚନା ମିଳିଛି। ସମୁଦାୟ ୧୦ ଡିସମିଲ ଜମି ମଧ୍ୟରୁ ସଂଶୋଧିତ ପଞ୍ଜିକରଣ ଦଲିଲରେ କାଲୋପଲା ଗ୍ରାମପଂଚାୟତକୁ ୮ ଡିସମିଲ ଓ ୩ ଡିସମିଲ ଲେଖାଏ ଦୁଇଥର ବିକ୍ରି ହୋଇଥିବା ଜାଣିବାପରେ ଜମି ହେରାଫେରି ସନ୍ଦେହ ପ୍ରକାଶ ପାଇଥିଲା। ଅନ୍ୟ ପକ୍ଷରେ ଉପଖଣ୍ଡ ଗ୍ରାମ ପଂଚାୟତ ଅଧିକାରୀଙ୍କ ନାମରେ କାଲୋପଲା ଗ୍ରାମପଂଚାୟତ କାର୍ଯ୍ୟାଳୟ ପାଇଁ ଉଦ୍ଦିଷ୍ଟ ଜମି ହସ୍ତାନ୍ତରିତ ହୋଇଥିଲେ ସୁଦ୍ଧା ତାଙ୍କ କାର୍ଯ୍ୟାଳୟରେ ଉକ୍ତ ଜମି ସଂକ୍ରାନ୍ତିୟ ଦଲିଲ/ନଥିପତ୍ର ନଥିବା ବିଷୟ ଜମି ହେରାଫେରି ର ସନ୍ଦେହକୁ ଦୃଢିଭୁତ କରିଥିଲା। ଏନେଇ ସତ୍ୟ ନାରାୟଣ ବେହେରା ଜିଲା ପ୍ରଶାସନ ସମେତ ସମସ୍ତ ପଦାଧିକାରୀଙ୍କୁ ଆବେଦନ କରି ସୁଫଳ ନପାଇବାରୁ ମାନ୍ୟବର ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିବା ଜଣା ପଡିଛି। ମାନ୍ୟବର ହାଇକୋର୍ଟ ଡବ୍ଲୁପିସି ୧୫୬୭୯/୨୦୧୯ ରେ ଉକ୍ତ ମାମଲାକୁ ଗ୍ରହଣ କରି କଳାହାଣ୍ଡି ଜିଲ୍ଲାପାଳଙ୍କୁ ଉକ୍ତ ଜମି ହେରାଫେରି ସଂକ୍ରାନ୍ତରେ ଚାରିମାସ ମଧ୍ୟରେ ତଦନ୍ତ କରି ଅଦାଲତକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନା ଯୋଗ୍େୟଯ, ଗ୍ରାମପଂଚାୟତକୁ ହସ୍ତାନ୍ତର କରିଥିବା ଜମିକୁ ବଦଲ କରିଦେଇ ପୁନଃ ବିକ୍ରୀ କରିବା ନିଶ୍ଚିତ ପକ୍ଷେ ଏକ ବଡ ଧରଣର କିକବେକ ହୋଇଥିବା ବୁଦ୍ଧିଜୀବି ମହଲରେ ସନ୍ଦେହ ପ୍ରକାଶ ପାଇବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.