Home ଜିଲ୍ଲା ପରିକ୍ରମା ଦୋବଲ ରେ ବହୁମୁଖୀ ଷ୍ଟାଡିୟମ ନିର୍ମାଣ ହେବ,୭.୬୬ କୋଟିର ଟେଣ୍ଡର ଅନୁମୋଦନ, ତୁରନ୍ତ କାର୍ଯ୍ୟାଦେଶ ନିର୍ଦ୍ଦେଶ

ଦୋବଲ ରେ ବହୁମୁଖୀ ଷ୍ଟାଡିୟମ ନିର୍ମାଣ ହେବ,୭.୬୬ କୋଟିର ଟେଣ୍ଡର ଅନୁମୋଦନ, ତୁରନ୍ତ କାର୍ଯ୍ୟାଦେଶ ନିର୍ଦ୍ଦେଶ

1

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଦୋବଲ ଠାରେ ବହୁମୁଖୀ ଷ୍ଟାଡିୟମ ନିର୍ମାଣ ପାଇଁ ୭ କୋଟି ୬୬ ଲକ୍ଷ ୭ ହଜାର ୧୯୪ ଟଙ୍କାର ଟେଣ୍ଡର କୁ ଅନୁମୋଦନ ମିଳିଛି। ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଏହି ଅନୁମୋଦନ ଦିଆଯାଇଥିବା ବେଳେ ଜିଏସ ଟି ବ୍ୟତୀତ ଏହି ରାଶି ଧାର୍ଯ୍ୟ ହୋଇଛି।‘ଏ’ ଶ୍ରେଣୀର ଠିକାଦାର ସୁଶ୍ରୀତା ମିଶ୍ରଙ୍କୁ ଏହି କାର୍ଯ୍ୟ ପାଇଁ ଚୟନ କରାଯାଇଛି। ଗ୍ରାମ୍ୟ ନିର୍ମାଣ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପତ୍ର ସଂଖ୍ୟା ୩୨୪୧୨, ତାରିଖ ୯ ସେପ୍େଟମ୍ବର ୨୦୨୬ରେ ଏ ସମ୍ପର୍କରେ ଅନୁମୋଦନ ଦିଆଯାଇଛି। ଗତ ଅଗଷ୍ଟ ୧୦ ରେ ଅନୁଷ୍ଠିତ ଟେଣ୍ଡର କମିଟି ବୈଠକର ସୁପାରିଶ ଆଧାରରେ ପ୍ରକଳ୍ପ ପାଇଁ ଠିକାଦାର ଚୟନ ଓ ଟେଣ୍ଡର ଅନୁମୋଦନ କରାଯାଇଛି। ସମ୍ପୃକ୍ତ ଠିକାଦାରଙ୍କୁ ତୁରନ୍ତ ନିର୍ମାଣ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ବାଲେଶ୍ୱର ଗ୍ରାମ୍ୟ ନିର୍ମାଣ ମଣ୍ଡଳର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦୋବଲ ରେ ଷ୍ଟାଡିୟମ ନିର୍ମାଣ ହେଲେ ଧାମନଗର ଅଂଚଳର କ୍ରୀଡ଼ା ଭିତିଭୂମିରେ ନୂଆ ଅଧ୍ୟାୟ ଯୋଡ଼ିବା ସହ ସ୍ଥାନୀୟ ଯୁବପିଢ଼ି ଓ କ୍ରୀଡ଼ାବିତ ଙ୍କୁ ଅଭ୍ୟାସ ଓ ପ୍ରତିଯୋଗିତା ପାଇଁ ଉନ୍ନତ ସୁବିଧା ମିଳିବା ଆଶା କରାଯାଉଛି।ସୂଚନା ଥାଉ କି ପୂର୍ବରୁ ଏହି ପଡ଼ିଆ ରେ ଅନେକ ଥର ଜିଲ୍ଲାସ୍ତରୀୟ କ୍ରୀଡ଼ା ଅନୁଷ୍ଟିତ ହୋଇଛି। ହେଲେ ପ୍ରତିବର୍ଷ କ୍ରୀଡ଼ା ପାଇଁ ପ୍ରସ୍ତୁତି ହେଉଥିବା ବେଳେ ସ୍ଥାନୀୟ ଅଂଚଳ ର କିଛି ବ୍ୟକ୍ତି ପଡ଼ିଆ ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମ ସାତ କରନ୍ତି। ହେଲେ ସେଠାରେ ଏକ ବହୁ ବହୁମୁଖି ଷ୍ଟାଡିୟମ୍ ନିର୍ମାଣ ନିଶ୍ଚିତ ଭାବେ ଅଂଚଳ ପାଇଁ ଗର୍ବ ବୋଲି ସ୍ଥାନୀୟ ଅଂଚଳ ବୁଦ୍ଧିଜୀବୀ ମାନେ ମତ ପ୍ରକାଶକରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.