Home ଜିଲ୍ଲା ପରିକ୍ରମା ପରିବାରକୁ ଘରେ ତାଲା ପକାଇ ୨ ଲକ୍ଷ ଟଙ୍କାର ସମ୍ପତି ଲୁଟ, ଥାନାରେ ଅଭିଯୋଗ

ପରିବାରକୁ ଘରେ ତାଲା ପକାଇ ୨ ଲକ୍ଷ ଟଙ୍କାର ସମ୍ପତି ଲୁଟ, ଥାନାରେ ଅଭିଯୋଗ

1

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ପଧାନୀ ପଂଚାୟତ ରାମରାକୁଳ ଗ୍ରାମରେ ଚୋରି ଅଭିଯୋଗ ହୋଇଛି। ଘରେ ପରିବାର ଲୋକ ଶୋଇଥିବା ବେଳେ ଦୁର୍ବୃର୍ତମାନେ ତଳ ମହଲାକୁ ବାହାରପଟୁ ତାଲା ପକାଇ ଉପର ମହଲା ରୁ ନଗଦ ଟଙ୍କା ଓ ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି।ଅଭିଯୋଗକାରୀ ବିଶ୍ୱରଞ୍ଜନ ବିଶ୍ୱାଳଙ୍କ ଏତଲା ଅନୁଯାୟୀ, ବନ୍ୟାପାଣି ଘରେ ପଶୁ ଥିବାରୁ ଘରର ମୂଲ୍ୟବାନ ସାମଗ୍ରୀ ଉପର ମହଲାରେ ରଖାଯାଇଥିଲା। ଶନିବାର ରାତିରେ ପରିବାର ଲୋକ ତଳ ମହଲାରେ ଶୋଇଥିଲେ। ରବିବାର ସକାଳେ ଉପର ମହଲାକୁ ଯାଇଥିବା ବେଳେ ଏକ ଘରର ତାଲା ଭଙ୍ଗା ଓ ଜିନିଷପତ୍ର ଏଣେତେଣେ ପଡ଼ିଥିବା ଦେଖିଥିଲେ।ଅଭିଯୋଗ ଅନୁଯାୟୀ, ଲୁଟେରାମାନେ ନଗଦ ୫୦ ହଜାର ଟଙ୍କା ସମେତ ଗୋଟିଏ ମଙ୍ଗଳସୂତ୍ର, ଦୁଇ ହଳ ଶଙ୍ଖା, ଦୁଇଟି ସୁନାମୁଦି, ଗୋଟିଏ ଚୁଡ଼ି ଓ ପ୍ରାୟ ୩୦ ଗ୍ରାମ ଓଜନର ସୁନାଚେନ୍ ଲୁଟି ନେଇଛନ୍ତି। ଚୋରି ସମ୍ପତିର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ବୋଲି ଏତଲାରେ ଦର୍ଶାଯାଇଛି। ଘଟଣା ସମ୍ପର୍କରେ ବିଶ୍ୱରଞ୍ଜନ ୧୩ ତାରିଖ ପୂର୍ବାହ୍ନରେ ଧାମନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ ନଂ. ୩୯୬/୨୦୨୬ ରେ ବିଏନ୍‌?ଏସ ର ଧାରା ୩୩୧(୪) ଓ ୩୦୫(କ)ରେ ମାମଲା ରୁଜୁ କରିଛି। ଆଇଆଇସି ଶୁଭ୍ରଜିତ ଦାସଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ନାରାୟଣ ନାୟକ ଘଟଣାର ତଦନ୍ତ କରୁଛନ୍ତି। ବନ୍ୟା ସମୟରେ ଏଭଳି ଲୁଟ ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦ ବେଗ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.