Home କନ୍ଧମାଳ କାର ସହ ଗଞ୍ଜେଇ ଜବତ :ଜଣେ ଗିରଫ

କାର ସହ ଗଞ୍ଜେଇ ଜବତ :ଜଣେ ଗିରଫ

43

ବାଲିଗୁଡା, ୨୬/୦୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡ଼ା ଥାନା ଅଧିନସ୍ଥ ସୁଡ୍ରା ଗ୍ରାମ ଠାରେ ଏସଆଇ ଦୀପକ ରାଉତ ଓ ସଦଳବଳ ପାଟ୍ରୋଲିଂ କରୁଥିବା ସମୟରେ ଏକ ସୁଇଫ୍ଟ ଡିଜେଆର କାର ନଂ.ଓଆର୍-୦୮ଇ-୦୦୦୮ କୁ ତନଖି କରିଥିଲେ। ସେହି ଗାଡ଼ିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖି ଗାଡ଼ିକୁ ଜବତ କରିଥିଲେ। ଗାଡ଼ିରେ ମୋଟ ୩୨କେଜି ୮ ସହ ଗ୍ରାମ ଗଞ୍ଜେଇ ଥିବା ସହ ଡ୍ରାଇଭରକୁ ଗିରଫ କରିଥିଲେ। ଗିରଫ ଡ୍ରାଇଭରର ନାମ ହେମନ୍ତ ଘଡେ଼ଇ ଘର କଳାହାଣ୍ଡି ଜିଲ୍ଲା ଏମ ରାମପୁର ଥାନା ଡାଙ୍ଗବାହାଲ ଗ୍ରାମର ବୋଲି ଜଣାପଡିଛି। ଏ ନେଇ ଏକ ମାମଲା ନଂ.୩୯/୨୧ ରେ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି। ଏସଆଇ ରବୀନ୍ଦ୍ର ମୁଣ୍ଡାରୀ ମାମଲାର ତଦନ୍ତ କରୁଥିବା ବିଷୟ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.