Home Top News କଳାହାଣ୍ଡିର ଝିଅ ମମିତା ମେହେରଙ୍କୁ ନିର୍ମମ ଭାବେ ଜିଅନ୍ତା ପୋଡ଼ି ହତ୍ୟା ଓ ପରେ ତାକୁ...

କଳାହାଣ୍ଡିର ଝିଅ ମମିତା ମେହେରଙ୍କୁ ନିର୍ମମ ଭାବେ ଜିଅନ୍ତା ପୋଡ଼ି ହତ୍ୟା ଓ ପରେ ତାକୁ ମାଟି ତଳେ ପୋତି ଦେବା ଘଟଣାରେ ପୁରୀ ବିଜେପି ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

120

ପୁରୀ ୨୦ -୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କଳାହାଣ୍ଡିର ଝିଅ ମମିତା ମେହେରଙ୍କୁ ନିର୍ମମ ଭାବେ ଜିଅନ୍ତା ପୋଡ଼ି ହତ୍ୟା ଓ ପରେ ତାକୁ ମାଟି ତଳେ ପୋତି ଦେବା ଘଟଣାରେ ପୁରୀ ବିଜେପି ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ସହ ଗିରଫଦାରୀ ଦାବି କରିଛି ବିଜେପି।

ବିଜେପି ତରଫରୁ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏସପିଙ୍କ ଅଫିସ ଆଗାରେ ଶହ ଶହ କର୍ମୀ ଧାରଣା ଦେବା ସହ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଗୋବିନ୍ଦ ସାହୁ ଏକ ମୋହରା ମାତ୍ର। ତେଣୁ ତଦନ୍ତରେ ସ୍ୱଚ୍ଛତା ଆଣିବା ପାଇଁ ହେଲେ ସିବିଆଇ ତଦନ୍ତ ନିହାତି ଆବଶ୍ୟକ ବୋଲି ଦାବି କରିଛି ବିଜେପି। ତେବେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ତୁରନ୍ତ ମନ୍ତ୍ରୀ ପଦରୁ ହଟାଯିବା ସହ ଏ ନେଇ ଏସପିଙ୍କ ମାଧ୍ୟମରେ ବିଜେପି ପକ୍ଷରୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.