Home Coronavirus Outbreak କରୋନା ମୁକାବିଲା: ରାଜ୍ୟ ସରକାରଙ୍କୁ ସହଯୋଗର ପ୍ରସ୍ତାବ ଦେଇଛି ରାଜ୍ୟ ବିଜେପି

କରୋନା ମୁକାବିଲା: ରାଜ୍ୟ ସରକାରଙ୍କୁ ସହଯୋଗର ପ୍ରସ୍ତାବ ଦେଇଛି ରାଜ୍ୟ ବିଜେପି

514

ଭୁବନେଶ୍ୱର: ସାରା ବିଶ୍ଵ ସମେତ ଭାରତ ସରକାର ଏବଂ ଓଡ଼ିଶା ସରକାର କରୋନା ମୁକାବିଲା ପାଇଁ ଲାଗି ପଡ଼ିଛନ୍ତି। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଯୋଜନା ପ୍ରସ୍ତୁତ କରାଯାଉଛି। ସାରାଦେଶ ସମେତ ଆମ ରାଜ୍ୟ ଓଡିଶାରେ ସଂପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା ହୋଇଛି। ଓଡ଼ିଶା ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଏପରି ଗମ୍ଭୀର ପରିସ୍ଥିତି ନେଇ ଚିନ୍ତିତ ଏବଂ ରାଜ୍ୟବାସୀଙ୍କର ଏହି କଠିନ ପରିସ୍ଥିତି ସମୟରେ ରାଜ୍ୟ ସରକାର ଓ ପ୍ରଶାସନକୁ ସବୁ ପ୍ରକାର ସହଯୋଗର ହାତ ବଢାଇବା ପାଇଁ ଆମେ ପ୍ରସ୍ତୁତ ବୋଲି କହିଛନ୍ତି ଓଡ଼ିଶା ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ଏହି ପରିପ୍ରେକ୍ଷୀରେ ସମୀର ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ରାଜ୍ୟରୁ ଜିଲ୍ଲା, ବ୍ଲକ ଓ ପଞ୍ଚାୟତରୁ ଗାଁ ପର୍ଯ୍ୟନ୍ତ ଜରୁରୀ ସେବା ଓ ଅନ୍ୟାନ୍ୟ କାମରେ ପ୍ରଶାସନକୁ ସହଯୋଗ କରିବାରେ ସ୍ୱେଚ୍ଛାସେବୀ ଭାବେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସାମିଲ ହେବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି।

ଦେଶରେ ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟରେ ମୁଖ୍ୟମନ୍ତ୍ରୀ କରୋନା ଆକ୍ରମଣ ପରି ଜରୁରୀକାଳିନ ପରିସ୍ଥିତିରେ ଦେଶବାସୀଙ୍କ ସୁରକ୍ଷା ପାଇଁ ସବୁ ପ୍ରକାର ଉଦ୍ୟମର ନେତୃତ୍ୱ ନେଉଛନ୍ତି। ଏହି ଜରୁରୀକାଳିନ ପରିସ୍ଥିତି ସମୟରେ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତି ସହ ପରିସ୍ଥିତିର ମୁକାବିଲା କରାଯିବା ଜରୁରୀ ବୋଲି ସମୀର ମହାନ୍ତି କହିଛନ୍ତି। ବିଜେପି କାର୍ଯ୍ୟକର୍ତ୍ତା ମାନେ ସ୍ୱେଚ୍ଛାସେବୀ ଭାବେ ସାମିଲ ହୋଇ ସବୁପ୍ରକାର ପରିସ୍ଥିତିରେ ସହଯୋଗ କରିବା ପାଇଁ ପ୍ରସ୍ତୁତ। ସମସ୍ତଙ୍କ ସହଯୋଗରେ ଆମ ରାଜ୍ୟ ଓଡ଼ିଶା କରୋନା ଭାଇରସ ମୁକାବିଲାରେ ସଫଳ ହେବା ସହ ଏକ ନୂଆ ସୋପାନ ପ୍ରସ୍ତୁତ କରିବା ନେଇ ମୁଁ ଆଶାବାଦୀ। ରାଜ୍ୟବାସୀଙ୍କ ସେବା ପାଇଁ ଆମ ଦଳ ରାଜ୍ୟ ସରକାରଙ୍କ ସବୁ ଦାୟିତ୍ୱକୁ ନିଷ୍ଠା ଓ ଆଗ୍ରହର ସହ ପାଳନ କରିବ ବୋଲି ସମୀର କହିଛନ୍ତି। /-ଦେବଦତ୍ତ ରଥ

କରୋନା ଆତଙ୍କ; ଦୁହିଁଙ୍କ ଉପରେ ଭରଷା: ଆମେ ଅଛେ ସବୁଠୁ ସୁରକ୍ଷିତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.