Home Coronavirus Outbreak କରୋନା ଆତଙ୍କ; ଦୁହିଁଙ୍କ ଉପରେ ଭରଷା: ଆମେ ଅଛେ ସବୁଠୁ ସୁରକ୍ଷିତ

କରୋନା ଆତଙ୍କ; ଦୁହିଁଙ୍କ ଉପରେ ଭରଷା: ଆମେ ଅଛେ ସବୁଠୁ ସୁରକ୍ଷିତ

1274

ଭୁବନେଶ୍ୱର: ମହାମାରୀ କରୋନା ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ବଡ଼ବଡ଼ ଉନ୍ନତିଶୀଳ ଦେଶ କରୋନାର କରାଳ ପ୍ରକୋପ ଆଗରେ ହାରମାନି ଯାଉଛନ୍ତି। ତେବେ, ଏ’ ଭିତରେ ବାମପନ୍ଥୀଙ୍କ ସମେତ କିଛି କଂଗ୍ରେସୀ ନେତା କରୋନା ମୁକାବିଲା ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଅଯଥା ସମାଲୋଚନା କରୁଛନ୍ତି। ସ୍ଥିତି ଉଦବେଗଜନକ ଥିଲେ ମଧ୍ୟ ଭାରତର ସ୍ଥିତି ତୁଳନାତ୍ମକ ଭାବରେ ଭଲ ରହିଛି। ଭାରତ ସରକାରଙ୍କ ପଦକ୍ଷେପକୁ ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ସମେତ ଆମେରିକା ପରି ଅନେକ ରାଷ୍ଟ୍ର ପ୍ରଶଂସା କରୁଛନ୍ତି।

ଭାରତ ପାଖରେ ଅପାର କ୍ଷମତା ରହିଛି। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଭାରତ ଭଳି ଦେଶ କ’ଣ କରାଯାଇ ପାରିବ ତାହା ବିଶ୍ୱକୁ ବାଟ ଦେଖାଇପାରିବ। ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଭାରତ ପାଖରେ କରୋନା ଭାଇରସ ମୁକାବିଲା କରିବାର ଅତୁଳନୀୟ କ୍ଷମତା ରହିଛି। କୋଭିଡ – ୧୯ ମହାମାରୀ ଉପରେ ଜେନେଭାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକେଲ ରିୟାନ୍ ଏପରି କହିଛନ୍ତି। ତେଣୁ ଦେଖିବାକୁ ଗଲେ ଆମେ ଭାରତୀୟ ଅନ୍ୟାନ୍ୟ ଦେଶ ତୁଳନାରେ ସୁରକ୍ଷିତ ସ୍ଥିତିରେ ରହିଛେ। ସେହିପରି ଦେଶ ଭିତରେ ଓଡ଼ିଶା ମଧ୍ୟ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଭଲ ସ୍ଥିତିରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ମୁକାବିଲା ଦିଗରେ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି। ଏପରିକି ଓଡ଼ିଶା ସରକାରଙ୍କ ଠାରୁ ଶିଖିବାକୁ ଅନ୍ୟ ରାଜ୍ୟ ସରକାର ମାନଙ୍କୁ ପରାମର୍ଶ ଦେଉଛନ୍ତି। ନବୀନ ମଧ୍ୟ କରୋନା ମୁକାବିଲା ନେଇ ମୋଦିଙ୍କୁ ପ୍ରଶଂସା କରୁଛନ୍ତି। କିଛି ପ୍ରସ୍ତାବ ଦେଉଛନ୍ତି। ମୋଦୀ ମଧ୍ୟ ତାକୁ ଗ୍ରହଣ କରୁଛନ୍ତି। ତେଣୁ, ଏପରି ଦେଖିଲେ ଅନ୍ୟ ଦେଶ ତୁଳନାରେ ଆମେ ଭାରତୀୟ ଭାବରେ ଏବଂ ଦେଶ ଭିତରେ ଦେଖିଲେ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଆମେ ଓଡ଼ିଶାବାସୀ ଭଲରେ ରହିଛେ। ତେଣୁ ଅଯଥାଟାରେ କେହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ପରିବର୍ତ୍ତେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ନେଇ କରାଯାଉଥିବା ଗାଇଡ଼ ଲାଇନକୁ ମାନି ଉଭୟ ସରକାରଙ୍କୁ ସହଯୋଗ ଦେବା ଉଚିତ୍। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.