Home Coronavirus Outbreak କାହିଁକି ଓଡ଼ିଶାରେ ହେଉଛି ବିଫଳ? ବୁଝୁନି ଓଡ଼ିଶା ବିଜେପି ..

କାହିଁକି ଓଡ଼ିଶାରେ ହେଉଛି ବିଫଳ? ବୁଝୁନି ଓଡ଼ିଶା ବିଜେପି ..

3138

ଭୁବନେଶ୍ୱର: ମହାମାରୀ କରୋନା ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ବଡ଼ବଡ଼ ଉନ୍ନତିଶୀଳ ଦେଶ କରୋନାର କରାଳ ପ୍ରକୋପ ଆଗରେ ହାରମାନି ଯାଉଛନ୍ତି। ସ୍ଥିତି ଉଦବେଗ ଜନକ ଥିଲେ ମଧ୍ୟ ଭାରତର ସ୍ଥିତି ତୁଳନାତ୍ମକ ଭାବରେ ଭଲ ରହିଛି। ଭାରତ ସରକାରଙ୍କ ପଦକ୍ଷେପକୁ ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ ସମେତ ଆମେରିକା ପରି ଅନେକ ରାଷ୍ଟ୍ର ପ୍ରଶଂସା କରୁଛନ୍ତି। ଦେଖିବାକୁ ଗଲେ ଆମେ ଭାରତୀୟ ଅନ୍ୟାନ୍ୟ ଦେଶ ତୁଳନାରେ ସୁରକ୍ଷିତ ସ୍ଥିତିରେ ରହିଛେ। ସେହିପରି ଦେଶ ଭିତରେ ଓଡ଼ିଶା ମଧ୍ୟ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଭଲ ସ୍ଥିତିରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ମୁକାବିଲା ଦିଗରେ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି। ଏପରିକି ଓଡ଼ିଶା ସରକାରଙ୍କ ଠାରୁ ଶିଖିବାକୁ ଅନ୍ୟ ରାଜ୍ୟ ସରକାର ମାନଙ୍କୁ ପରାମର୍ଶ ଦେଉଛନ୍ତି। ନବୀନ ମଧ୍ୟ କରୋନା ମୁକାବିଲା ନେଇ କିଛି ପ୍ରସ୍ତାବ ଦେଉଛନ୍ତି। ମୋଦୀ ମଧ୍ୟ ତାକୁ ଗ୍ରହଣ କରୁଛନ୍ତି। ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ରାଜ୍ୟ ସରକାର, ନବୀନ ପଟ୍ଟନାୟକଙ୍କ କଥା କହିଲା ବେଳେ କେନ୍ଦ୍ର ସରକାର, ନରେନ୍ଦ୍ର ମୋଦୀଙ୍କ କଥା ମଧ୍ୟ ବାରମ୍ବାର କହୁଛନ୍ତି। ଅର୍ତାତ୍ କେନ୍ଦ୍ର ଏବଂ ରାଜ୍ୟ ବା ମୋଦୀ ଏବଂ ନବୀନଙ୍କ ମଧ୍ୟରେ ଭଲ ସମନ୍ୱୟ ରହିଛି।

ଏବେ କେନ୍ଦ୍ର ସରକାର ଅନେକ ଗୁଡ଼ିଏ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ’ ଗୁଡ଼ିକ ଘୋଷଣା କରିଛନ୍ତି। ସେ ଭିତରେ କେନ୍ଦ୍ର ସରକାରଙ୍କ ଅନେକ ଗୁଡ଼ିଏ ବିଭାଗର କାର୍ଯ୍ୟ ରହିଛି। ଘୋଷଣା କରାଯାଇଥିବା ପ୍ୟାକେଜ୍ ଗୁଡ଼ିକ କିପରି ସୂଚାରୁ ରୂପେ କାର୍ଯାୟନ ହୋଇ ପାରିବ ସଂପୃକ୍ତ ବିଭାଗୀୟ ମନ୍ତ୍ରୀ ଏବଂ ମନ୍ତ୍ରାଳୟର ଦାୟିତ୍ୱ। ଅନେକ ବଡ଼ ଘୋଷଣା ଭିତରେ ଉଜ୍ଜଳା ଗ୍ୟାସ ଲାଭାର୍ଥି ମାନଙ୍କୁ ଆଗାମୀ ତିନି ମାସରେ ତିନୋଟି ସିଲିଣ୍ଡର ମାଗଣା ପ୍ରଦାନ ଅନ୍ତର୍ଭୁକ୍ତ। ଏହା ବି ସୂଚାରୁ ରୂପେ ସମ୍ପାଦନ ହେବା ଆବଶ୍ୟକ। କିନ୍ତୁ, ଦେଖାଯାଉଛି ଓଡ଼ିଶା ବିଜେପିର କିଛି ନେତାନେତ୍ରୀ ସେଇ ଗୋଟିଏ କଥାକୁ ଗଣ୍ଠି କରି ଧରିଛନ୍ତି। ଉଜ୍ଜଳା ଗ୍ୟାସ ଲାଭାର୍ଥି ମାନଙ୍କୁ ମାଗଣା ସିଲିଣ୍ଡର ବଣ୍ଟନ ତାଙ୍କ ପାଇଁ ବଡ଼ ହୋଇଯାଇଛି। ଏହି କଥାଟାକୁ ସେମାନେ ଗୁରୁତ୍ୱ ଦେଇ ମନ୍ତ୍ରୀଙ୍କ ଫଟୋ ସହ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। କାରଣ ଏହି ବିଭାଗର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସତେ ଯେପରି ମୋଦୀଙ୍କର ନୁହେଁ ଏହା ଧର୍ମେନ୍ଦ୍ରଙ୍କ ଯୋଜନା! ବାସ୍ତବରେ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯେଉଁ ଯେଉଁ ବିଭାଗ ଦ୍ୱାରା ଲୋକଙ୍କୁ ସହାୟତା ମିଳି ପାରିବ ତାର ଯୋଜନା କରିଛନ୍ତି। ଏଥିରେ ଧର୍ମେନ୍ଦ୍ର ପ୍ରଧାନଙ୍କ କିଛି ଭୂମିକା ହିଁ ନାହିଁ। ବରଂ ଆଗକୁ ଭୂମିକା ଆସିବ କିପରି ସେ ତାଙ୍କ ବିଭାଗୀୟ ଦାୟିତ୍ୱ ସମ୍ପର୍ଣ୍ଣ କରୁଛନ୍ତି। କିନ୍ତୁ, ଓଡ଼ିଶା ବିଜେପିର କିଛି ନେତାନେତ୍ରୀ ଆଗାମୀ ଦିନରେ କିଛି ସାଙ୍ଗଠନିକ ଦାୟିତ୍ୱ ପାଇବା ଆଶାରେ ସୋସିଆଲ ମିଡିଆରେ ମନ୍ତ୍ରୀଙ୍କ ଫଟୋ ସହ ମାଗଣା ଉଜ୍ଜ୍ବଳା ଗ୍ୟାସ କଥା ଲେଖି ପୋଷ୍ଟ କରି ନିଜ ପ୍ରତି ଧର୍ମେନ୍ଦ୍ରଙ୍କ ଦୃଷ୍ଟି ଆକର୍ଷଣ କରାଇବା ପାଇଁ ଏପରି ଚାଟୁକାରୀ କରୁଛନ୍ତି। ନିଜ ସ୍ୱାର୍ଥ ପାଇଁ ପରୋକ୍ଷରେ ଏମାନେ ମୋଦୀଙ୍କ ଗୁରୁତ୍ୱ ହ୍ରାସ କରାଉଛନ୍ତି। ଯାହା ସାଧାରଣତଃ ଅନ୍ୟାନ୍ୟ ରାଜ୍ୟ ବିଜେପିରେ ଦେଖାଯାଏ ନାହିଁ। କିନ୍ତୁ, ଯେତେ ବୁଝାଇଲେ ବା କ’ଣ ହେବ? ବୁଝୁନି ଏ’ ଓଡ଼ିଶା ବିଜେପି! /- ଦେବଦତ୍ତ ରଥ

କରୋନା ଆତଙ୍କ; ଦୁହିଁଙ୍କ ଉପରେ ଭରଷା: ଆମେ ଅଛେ ସବୁଠୁ ସୁରକ୍ଷିତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.