Home ଜିଲ୍ଲା ପରିକ୍ରମା କରୋନା ମହାମାରୀର ପ୍ରଭାବ ପରେ ରାଜ ରାସ୍ତା କଡ଼ରେ କୁକୁଡ଼ା ବିକୁଛନ୍ତି ଯୁବ ପିଢୀ

କରୋନା ମହାମାରୀର ପ୍ରଭାବ ପରେ ରାଜ ରାସ୍ତା କଡ଼ରେ କୁକୁଡ଼ା ବିକୁଛନ୍ତି ଯୁବ ପିଢୀ

59

ବାହାନଗା,୧ା୩(ଭାରତୀ ଦାସ/ ଓଡ଼ିଆ ପୁଅ) : କରୋନା ମହାମାରୀ ପ୍ରଭାବରେ ବହୁ ଧନ ଜୀବନ ନଷ୍ଟ ହେବା ସହ ବହୁ ଲୋକେ ନିଜର ଜୀବୀକାକୁ ପରିବର୍ତ୍ତନ କରି ଦୁଇ ପଇସା ରୋଜଗାର କରିବା ପାଇଁ ଘରେ ରହି ବିଭିନ୍ନ ଉପାୟ କରି ପଇସା ରୋଜଗାର କରୁଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ୧୬ନଂ ଜାତୀୟ ରାଜପଥ ପଣପଣା ନିକଟରେ । ରୋଜଗାର କରିବା ପାଇଁ ଖରା ନାହିଁ ତରା ନାହିଁ ରାଜରାସ୍ତା କଡ଼ରେ କୁକୁଡ଼ା ଧରି ବାଟୋଇ ମାନଙ୍କୁ ବିକ୍ରି କରୁଛନ୍ତି ଯୁବକ । ସୂଚନା ଅନୁସାରେ ପଣପଣା ଗ୍ରାମର ସୁରେନ୍ଦ୍ର ଯେନା ଓ ପିତିମ୍ବର ଯେନା(ବୁଲୁ) ବାହାର ରାଜ୍ୟରେ ରହି କାର‌୍ୟ୍ୟ କରୁଥିଲେ । କରୋନା ମହାମାରୀରେ ନିଜ ଘରକୁ ଆସି କିଛି ଦିନ ବସିବା ପରେ ରୋଜଗାର କରିବା ପାଇଁ ରାଜ ରାସ୍ତା କଡ଼ରେ ଗୋଟା କୁକୁଡ଼ା ବିକ୍ରି କରୁଛନ୍ତି । ଏହି ବ୍ୟବସାୟରେ ଯାହା ରୋଜଗାର ହୁୁଏ ସେଥିରେ ନିଅଣ୍ଟିଆ ପରିବାର ଚଳି ଯାଉଛି । କୁକୁଡ଼ା ଗାଁ ଗଣ୍ଡାରୁ କିଣି ରାସ୍ତା ଉପରେ ବିକ୍ରି କରିବା ସହ କିଛି ବନରାଜ ଜାତିର କୁକୁଡ଼ା ଚାଷ କରି ଥିବାର ମଧ୍ୟ ପ୍ରକାଶ କରିଛନ୍ତି । ଯଦି କିଛି ସରକାରୀ ପ୍ରେତ୍ସାହନ ସେମାନଙ୍କୁ ମିଳି ପାରନ୍ତା ତାହେଲେ ସେମାନେ କୁକୁଡ଼ା ଚାଷ କରି ନିଜ ପରିବାର କୁ ଚଳାଇବାକୁ ସମର୍ଥ ହେବାର ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.