Home ଜଗତସିଂହପୁର କବି ଗୋଲୋକ ବିହାରୀ ପଲାଇଙ୍କୁ ‘ନବକାକଳି’ ସମ୍ମାନ

କବି ଗୋଲୋକ ବିହାରୀ ପଲାଇଙ୍କୁ ‘ନବକାକଳି’ ସମ୍ମାନ

127

ତିର୍ତ୍ତୋଲ୧୩/୨ (ଓଡ଼ିଆ ପୁଅ/ଟୁକନ ସେଠୀ) – ଝଙ୍କଡ଼ ସାହିତ୍ୟ ସଂସଦ ପ୍ରତିଷ୍ଠାତା ସଂପାଦକ କବି ଗୋଲୋକ ବିହାରୀ ପଲାଇଙ୍କୁ ପ୍ରମୁଖ ସାହିତ୍ୟ ପତ୍ରିକା ‘ନବକାକଳି’ର ରୋପ୍ୟ ଜୟନ୍ତୀ ଅବସରରେ ମର୍ଯ୍ୟାଦା ଜନକ ‘ନବକାକଳି’ ସମ୍ମାନରେ ସମ୍ମାନୀତ କରାଯାଇଛି। ଡ଼ଃ ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସାରସ୍ୱତ ଉତ୍ସବରେ ଶ୍ରୀ ପଲାଇଙ୍କୁ ମାନପତ୍ର, ଉପଢ଼ୌକନ ଓ ପୁଷ୍ପଗୁଛ ଦିଆଯାଇ ଏହି ସମ୍ମାନରେ ସମ୍ମାନୀତ କରାଯାଇଥିଲା। ମୁଖ୍ୟ ଅତିଥି େଔପନାସିକ ପ୍ରଫେସର ସାନ୍ତନୁ କୁମାର ଆଚାର୍ଯ୍ୟ, ସମ୍ମାନୀତ ଅତିଥି ସନ୍ତୋଷ କୁମାର ତ୍ରିପାଠୀ, ରାଜ୍ୟଅର୍ଥ ନିଗମର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଜେନା, ଦେବଗଡ଼ ତହସିଲଦାର ପଲ୍ଲଭୀ ନାୟକ, ବାମଣ୍ଡା ସାହିତ୍ୟ ସଂସଦର ସଂପାଦକ ପ୍ରଫୁଲ କୁମାର, ମୋନାଲିସା ତ୍ରିପାଠୀ, ଭୂବନ ମୋହନ ମହାନ୍ତି, କବୟତ୍ରୀ କାଦମ୍ବିନି ପରିଜା, ଡ଼ଃ. ବିରଞ୍ଚି ନାରାୟଣ ସାହୁ ପ୍ରମୁଖ ଙ୍କ ଉପସ୍ଥିତରେ ଶ୍ରୀ ପଲାଇଙ୍କୁ ସମ୍ପାନୀତ କରାଯାଇଥିଲା।

ଝଙ୍କଡ଼ ସାହିତ୍ୟ ସଂସଦର ସଭାପତି ନିତ୍ୟାନନ୍ଦ ଜେନା, କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ, ଉପସଭାପତି ସୁରେଶ ଚନ୍ଦ୍ର ମହାନ୍ତି, ଡ଼ଃ. ବିଷ୍ଣୁ ପ୍ରିୟା ଦାସ, ପ୍ରଫେସର ଜ୍ଞାନଜ କୁମାର ସାମନ୍ତରାୟ, ଅକ୍ଷୟ ଦାସ, ପରମାନନ୍ଦ ମିଶ୍ର, ବାସବ ନନ୍ଦ, ନିତ୍ୟାନନ୍ଦ ନାୟକ, ଝୁଲରାମ ଦାସ, ଦେବେନ୍ଦ୍ର ନାଥ ଅକ, ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ, ହେମନ୍ତ ନାୟକ, ବସନ୍ତ ମଞ୍ଜରୀ ଦାସ, ସାମ୍ବାଦିକ ଜୟନ୍ତ ପରିଜା, ଆରତୀ ତ୍ରିପାଠୀ, ସବିତା ନାୟକ, ପ୍ରିୟତମା ସାହୁ, ସାମ୍ବାଦିକ ରଞ୍ଜନ ଖୁଣ୍ଟିଆ, ପିତାମ୍ବର ମହାପାତ୍ର, ନଗେନ୍ଦ୍ର ନାଥ ସ୍ୱାଇଁ, ଆଇନିଜିବୀ ଟୁକନ ଚରଣ ସେଠୀ, ପ୍ରଶାନ୍ତ କୁମାର ଦାସ, ଦିଗମ୍ବର ରାଉତ, ଧ୍ରୁବ ଚରଣ ମହାପାତ୍ର, ହାରାମଣୀ ମହାପାତ୍ର, ଟୁନିଲତା ବିଶ୍ୱାଳ, ମନୋରଞ୍ଜନ ସ୍ୱାଇଁ, ଜ୍ଞାନରଞ୍ଜନ ଦାସ ପ୍ରମୁଖ ଶ୍ରୀଯୁକ୍ତ ପଲାଇଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.