Home କଟକ କଟକରେ କାଳୀପୂଜା ପାଇଁ ବ୍ୟାପକ ପ୍ରସ୍ତୁତି

କଟକରେ କାଳୀପୂଜା ପାଇଁ ବ୍ୟାପକ ପ୍ରସ୍ତୁତି

58

କଟକ, ୧୬/୧୦ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ବାରବାଟୀ ଷ୍ଟାଡିଅମ ସ୍ଥିତ ଓସିଏ କକ୍ଷରେ କଟକ କାଳୀପୂଜା ଓ ଭସାଣୀ ଉତ୍ସବ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଐତିହାସିକ କଟକ ସହରରେ ଦୁର୍ଗାପୂଜା ଭଳି କାଳୀପୂଜା ମଧ୍ୟ ବହୁ ପୁରାତନ।

ଏହାକୁ ଆଖି ଆଗରେ ରଖି ଅକ୍ଟୋବର ୨୪ ତାରିଖରେ କାଳୀପୂଜା, ୨୫ ତାରିଖ ସୂର୍ଯ୍ୟପରଗା, ୨୬ ଓ ୨୭ ତାରିଖ ଦୁଇଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ୨୮ ତାରିଖ ଶୁକ୍ରବାର ଦିନ ମହାକାଳୀଙ୍କ ଭସାଣୀ ଯାତ୍ରା ପାଳନ କରାଯିବ ବୋଲି ପ୍ରସ୍ତାବ ଦିଆଯାଇଛି।

ଚଳିତ ବର୍ଷ କାଳୀପୂଜା ଉପଲକ୍ଷେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭସାଣୀ ଉତ୍ସବ ଦିନ ଡ଼ାକବାଜି ଯନ୍ତ୍ର ( ମାଇକ ) ବ୍ୟବହାରର ସମୟ ସୀମାକୁ ରାତି ୧୨ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରିବା ନିମନ୍ତେ ରାଜ୍ୟ ସରକାର ଓ ପୁଲିସ କମିଶନରଙ୍କୁ ବୈଠକରେ ଅନୁରୋଧ କରାଯାଇଛି। ୨୦୧୯ ମସିହାରେ ମେଢ଼ ଶୋଭାଯାତ୍ରା ନିମନ୍ତେ ଯେଉଁ ପଦ୍ଧତି ନିର୍ଦ୍ଧାରଣ କରାଯାଇଥିଲା ଚଳିତ ବର୍ଷ ମଧ୍ୟ ସେହି ପଦ୍ଧତିକୁ ଅନୁପାଳନ କରାଯିବ ବୋଲି ବୈଠକରେ କୁହାଯାଇଥିଲା। ଏହାସହ କଟକ ସହରର ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଥିବା ରାସ୍ତାଘାଟ ମରାମତି ବା ପୁନଃନିର୍ମାଣ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରାଯାଇଥିଲା।

ସେହିଭଳି ମା କାଳୀଙ୍କ ଭସାଣୀ ନିମନ୍ତେ ଦେବୀଗଡ଼ାସ୍ଥିତ କାଠଯୋଡ଼ି ନଦୀରେ ୪ ରୁ ୫ ଟି କୃତିମ ପୋଖରୀ ଖୋଳାଇବା ସଙ୍ଗେ ସଙ୍ଗେ ବିସର୍ଜିତ ହୋଇଥିବା ମୂର୍ତ୍ତିଗୁଡ଼ିକର ଅବଶିଷ୍ଠ ଅଂଶବିଶେଷକୁ କଟକ ମହାନଗର ନିଗମ ପକ୍ଷରୁ ପୋଖରୀ ମଧ୍ୟରୁ ଉଠାଇ ନେଇ ଅନ୍ୟ ସ୍ଥାନରେ ପକାଇବା ସହ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାକୁ ଅନୁରୋଧ କରାଯାଇଛି। ଦେବୀଗଡ଼ା ରାସ୍ତାକୁ ମରାମତି କରିବା ସହ ପର୍ଯ୍ୟାପ୍ତ ପରିମାଣର ଆଲୋକ ବ୍ୟବସ୍ଥା କରିବାକୁ ମହାନଗର ନିଗମକୁ ନିବେଦନ କରାଯାଇଛି।

ବୈଠକ ରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ମେୟର ସୁବାସ ସିଂ, ଡିସିପି ପିନାକ ମିଶ୍ର, ବିଧାୟକ ମହମ୍ମଦ ମୋକିମ, ବିଧାୟକ ସୌଭିକ ବିଶ୍ବାଳଙ୍କ ସମେତ ପୂଜା କମିଟି ଓ ଶାନ୍ତି କମିଟି ର ସଭାପତି, ସମ୍ପାଦକ ଓ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.