Home ଜିଲ୍ଲା ପରିକ୍ରମା କଂଗ୍ରେସର ନୂତନ ଜିଲ୍ଲା ସଭାପତି ସୁବ୍ରତ ଦାସଙ୍କୁ ଭବ୍ୟ ସମ୍ବର୍ଦ୍ଧନା

କଂଗ୍ରେସର ନୂତନ ଜିଲ୍ଲା ସଭାପତି ସୁବ୍ରତ ଦାସଙ୍କୁ ଭବ୍ୟ ସମ୍ବର୍ଦ୍ଧନା

47

ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ବିଧିବଦ୍ଧ ଭାବେ ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବାଲେଶ୍ୱର ଗସ୍ତରେ ଯାଉଥିବା କଂଗ୍ରେସ ଦଳର ରାଜ୍ୟ ପ୍ରଭାରୀ ଡା. ଏ. ଚେଲ୍ଲା କୁମାର ଏବଂ ତାଙ୍କ ସହିତ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଭଦ୍ରକର ଆରଡି ଛକ ଠାରେ ଅଟକି ନବ ନିଯୁକ୍ତ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପରେ ସେଠାରୁ ବିଶାଳ ମୋଟର ସାଇକେଲ ରାଲିରେ ଜିଲ୍ଲା ସଭାପତିଙ୍କୁ କର୍ମୀମାନେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟକୁ ନେଇଥିଲେ । ସେଠାରେ ନଳିନୀକାନ୍ତ ମହାନ୍ତିଙ୍କ ସଂଯୋଜନା ଏବଂ ଟାଉନ କଂଗ୍ରେସ ସଭାପତି ଅବଦୁଲ ମୁକିତ ଖାଁଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଉଦ୍‌ବୋଧନ ରଖି ଶ୍ରୀ ଦାସ ପ୍ରକାଶ କରିଥିଲେ ଯେ କଂଗ୍ରେସ ଏକ ଏଭଳି ଦଳ, ଯେଉଁ ଦଳରେ ଲୋକଙ୍କୁ ଭୁଆଁ ବୁଲେଇ ରଖା ଯାଏ ନାହିଁ । ଏହା ହେଉଛି ସମସ୍ତଙ୍କ ଦଳ । ଏଥିରେ ଦଳର ପ୍ରତ୍ୟେକ କର୍ମୀ ଜଣେ ଜଣେ ଲଢୁଆ ସୈନିକ ଭଳି କାର୍ଯ୍ୟ କରନ୍ତି । ଯିଏ ନିଷ୍ଠାର ସହିତ କାର୍ଯ୍ୟ କରେ ଦଳ ତାକୁ ଉପଯୁକ୍ତ ଥଇଥାନ କରେ । ମିଳିଥିବା ପଦର ଦୁରୋପଯୋଗ ନ କରି ଦଳ ପାଇଁ ଗୁଣ୍ଡୁଚି ମୂଷା ଭଳି କାର୍ଯ୍ୟ କରି ଜିଲ୍ଲାରେ କଂଗ୍ରେସ ସଂଗଠନକୁ ମଜଭୁତ କରିବା ହେବ ତାଙ୍କର ପ୍ରଥମ କାର୍ଯ୍ୟ । ଆଗାମୀ ପଞ୍ଚାୟତ ଓ ପୌରପାଳିକା ନିର୍ବାଚନ ତାଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ବୋଲି ଦାସ କହିଥିଲେ । ସେ ଜଣେ ସାଧାରଣ କଂଗ୍ରେସ ପରିବାରର ପିଲା । ସଂଗଠନ ପାଇଁ କାର୍ଯ୍ୟ କରି ଆଜି ଜିଲ୍ଲା ସଭାପତି ହୋଇଥିବାରୁ ରାଜ୍ୟ ଓ କେନ୍ଦ୍ର ନେତୃବୃନ୍ଦ ତଥା ଜିଲ୍ଲାବାସୀଙ୍କୁ କୃତଜ୍ଞତା ଜଣାଇଥିଲେ । ସେ ଆହୁରି କହିଥିଲେ ଯେ ଦଳର ସାଧାରଣ କର୍ମୀଟିଏ ହୋଇଥିଲେ ବି କୌଣସି ପରିସ୍ଥିତିରେ ଦଳ ପକ୍ଷରୁ ଅବହେଳିତ ହେବେ ନାହିଁ । ଭଦ୍ରକ ଜିଲ୍ଲାରେ ଏକ ନଂ ଦଳ ବୋଲି ପରିଚୟ ଦେଉଥିବା ଦଳ ଶାସନରେ ରହି ଜିଲ୍ଲାକୁ ବିକାଶ କ୍ଷେତ୍ରରେ ୩ ନଂ କରିଦେଇଛନ୍ତି । ଭଦ୍ରକ ଜିଲ୍ଲାର ସମସ୍ତ କଂଗ୍ରେସ କର୍ମୀଙ୍କ ପୂର୍ଣ୍ଣ ସହଯୋଗ ନେଇ ଆଗାମୀ ଦିନରେ ଏହାକୁ ୧ ନ କରାଇବା ତାଙ୍କର ଲକ୍ଷ୍ୟ ରହିବ ବୋଲି କହିଥିଲେ । ଏଥ ସହିତ ଜିଲ୍ଲା କଂଗ୍ରେସ କମିଟିର ପୁନର୍ଗଠନ ୧ ମାସ ମ୍ମ କରାଯିବ ବୋଲି ସୂଚନା ଦେଇଥିଲେ । ସଂଯୋଜକ ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ ଯୁବକ କଂଗ୍ରେସ କର୍ମୀମାନେ ଦଳକୁ ସେମାନଙ୍କ ପରିଶ୍ରମ ବହୁମାତ୍ରାରେ ଦେଇ ଚାଲିଛନ୍ତି ।

ବଦଳରେ ସେମାନେ କିଛିପାଇ ନାହାନ୍ତି । ଯେଉଁମାନେ ଦଳରୁ କିଛି ପାଇଛନ୍ତି, ଏବେ ସମୟ ଆସିଛି ସେମାନେ ଦଳପାଇଁ ନିଜର ପରିଶ୍ରମ ଏବଂ ସାମର୍ଥ୍ୟ ଯୋଗାଇବାକୁ । ଯାହା ଆଗାମୀ ପଞ୍ଚାୟତ ନିର୍ବାହଚନରେ ଦଳକୁ ସୁଦୃଢ କରିବ । ଯେଉଁ ପ୍ରାର୍ଥୀମାନେ ଗତ ନିର୍ବାଚନରେ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ଯେତିକି ଭୋଟ ପାଇଥିଲେ, ଆଗାମୀ ପଞ୍ଚାୟତ ନିର୍ବାଚନରେ ତାଙ୍କ ଅଞ୍ଚଳରେ ଯେପରି ଅଧିକରୁ ଅଧିକ ଭୋଟ ଦଳ ପାଇଁ ଆଣିବେ ସେ ଦିଗରେ ପ୍ରୟାସ କରିବାକୁ ଅନୁରୋଧ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଦିଗମ୍ବର ଦାସ, ବିଦ୍ୟାଧର ଯେନା, ପଞ୍ଚାନନ ମଣ୍ଡଳ, ଅଭିଷେକ ରାଉତ, ପୂର୍ବତନ ଜିଲ୍ଲା ସଭାପତି ଅଶୋକ ଦାସଙ୍କ ପ୍ରତିନିଧି ସୁଶାନ୍ତ ମହାକୁଡ, ରାଜୀବ ଗାନ୍ଧି ପଞ୍ଚାୟତିରାଜ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ଦାସ, ଟାଉନ ସଭାପତି ବିଜୟ ବାରିକ, ମହିଳା ଜିଲ୍ଲା କଂଗ୍ରେସ ସଭାନେତ୍ରୀ ସବିତା ଚନ୍ଦ, ରଜନୀକାନ୍ତ ଚନ୍ଦ, ହୃଦାନନ୍ଦ ସେଠୀ, ପ୍ରସନ୍ନ ଧଳ, ସେବାଦଳ ମୁଖ୍ୟ ସେକ୍ ନଇମ, ସେକ୍ ଅବଦୁଲ, ଗୋଲକ ଚନ୍ଦ୍ର ବେହେରା, କିଶାନ କଂଗ୍ରେସ ସଭାପତି ନରନାରାୟଣ ଜେନା, ସଂଖ୍ୟାଲଘୁ ସେଲ ସଭାପତି ସେକ୍ ସମଦାନୀ, ଚାନ୍ଦବାଲି ବ୍ଳକ ଉପା୍ମକ୍ଷ ଶ୍ରୀଧର ସାହୁ, ଲକ୍ଷ୍ମୀଧର ସାହୁ, ଆଶିଷ ରାଉତ, ଦିଲିପ ନାୟକ, ହେମନ୍ତ ମହାପାତ୍ର, ସୌମ୍ୟଗୋପାଳ ନାୟକ, ପୀତବାସ ଧଳ, ବିଜୟ ଶଙ୍କର ମହାନ୍ତି, ରାଜୁ ସ୍ୱାଇଁ, ରଜକିଶୋର ପଣ୍ଡା, ରମେଶ ଭାରତୀ, ମାଳିରାମ ବେହୁରିଆ, ପ୍ରଶାନ୍ତ ସାହୁ, ଗୌରୀ ଜେନା, ପୀତାମ୍ବର ନାୟକ, ଅଜୟ ସାହୁ, ହରମୋହନ ବେହେରା, ଅନନ୍ତ ଦାସ, ନିରଞ୍ଜନ ମଲ୍ଲିକ, ପ୍ରକାଶଜ୍ୟୋତି ମହାକୁଡ, ବୈଲୋଚନ ପଣ୍ଡା, ଅନନ୍ତ ପଣ୍ଡା, ସତ୍ୟ ନାୟକ, ନରେନ୍ଦ୍ର ସାହୁ, ଜ୍ୟୋତିରଂଜନ ନାୟକ, ମଖନ ଦାସ, ବିଜୟ ଜେନା, ପ୍ରଦିପ୍ତ ନାୟକଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.