Home ଜିଲ୍ଲା ପରିକ୍ରମା ସମ୍ପତ୍ତି ଲୋଭରେ ମରଣାନ୍ତକ ଆକ୍ରମଣ ଅଭିଯୋଗ

ସମ୍ପତ୍ତି ଲୋଭରେ ମରଣାନ୍ତକ ଆକ୍ରମଣ ଅଭିଯୋଗ

47

ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଦକ୍ଷିଣବାଡ ଗ୍ରାମର ଦିପ୍ତିରଞ୍ଜନ ସେନାପତିକୁ ସମ୍ପତ୍ତି ଲୋଭରେ ଦେବେନ୍ଦ୍ର ସେନାପତି, ପତ୍ନୀ ରଙ୍ଗଲତା ଓ ପୁତ୍ର ପ୍ରଭୁଜିତ ଗତ ମଙ୍ଗଳବାର ରାତ୍ରରେ ମାରଣାସ୍ତ୍ର ସହାୟତାରେ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି । ଦିପ୍ତିରଞ୍ଜନ ଅବିବାହିତ ଥିବାରୁ ରାସ୍ତାରୁ ସବୁଦିନେ ହଟାଇଦେବାକୁ ଆକ୍ରମଣ କରାଯାଇଥିଲା ବୋଲି ଅଭିଯୋଗରେ ଦର୍ଶାଯାଇଛି । ଦିପ୍ତିକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡୋଶୀମାନେ ଉଦ୍ଧାର କରି ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ । ଏଥିନେଇ ଥାନାରେ ୨୦୩/୨୦ନଂ ମାମଲା ଋଜୁ ହୋଇଛି । ଅନ୍ୟପକ୍ଷରେ ରଙ୍ଗଲତାଙ୍କ ଅଭିଯୋଗ କ୍ରମେ ଥାନାରେ ୨୦୪/୨୦ନଂ ମାମଲା ଦିପ୍ତିରଞ୍ଜନ, କୈଳାସ ଓ ସତ୍ୟଜିତଙ୍କ ନାମରେ ଋଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.