Home ଜିଲ୍ଲା ପରିକ୍ରମା ଓଡ଼ିଶା ବନ୍ଦ ଆନ୍ଦୋଳନକୁ ସମର୍ଥନ କରି ଚାନ୍ଦବାଲିରେ ପିକେଟିଂ ଓ ଶୋଭାଯାତ୍ରା

ଓଡ଼ିଶା ବନ୍ଦ ଆନ୍ଦୋଳନକୁ ସମର୍ଥନ କରି ଚାନ୍ଦବାଲିରେ ପିକେଟିଂ ଓ ଶୋଭାଯାତ୍ରା

72

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପେଟ୍ରୋଲ, ଡିଜେଲ, ଜାଳେଣି ଗ୍ୟାସ୍‌, ଖାଇବା ତେଲ ସମେତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦର କମାଇବା ଦାବୀ କରି ଆସନ୍ତାକାଲି ଓଡ଼ିଶା ବନ୍ଦ ଆନ୍ଦୋଳନକୁ ସଫଳ କରିବା ପାଇଁ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଆଜି ଚାନ୍ଦବାଲି କୋର୍ଟ, ବ୍ଲକ୍ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ସହରରେ ଥିବା ସମସ୍ତ ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ଓ ସହରରେ ପିକେଟିଂ ଓ ଶୋଭାଯାତ୍ରା କରାଯାଇଛି । ବିଶ୍ୱ ମହାମାରୀ କରୋନା ଜନିତ ଲକଡାଉନ୍ ଓ ସଟଡାଉନ୍ ଯୋଗୁଁ ଦେଶର ପ୍ରାୟ ୨୦ କୋଟି ଲୋକ ଜୀବିକା ହରାଇଥିବା ବେଳେ କେନ୍ଦ୍ର ସରକାର ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି କରି ଦେଶବାସୀଙ୍କୁ ଚରମ ଦାରିଦ୍ର‌୍ୟ ଓ ଅନାହାର ମଧ୍ୟକୁ ଠେଲି ଦେଇଛନ୍ତି ବୋଲି ଆନ୍ଦୋଳନକାରୀମାନେ ପ୍ରକାଶ କରିଛନ୍ତି । ତୁରନ୍ତ ଦରବୃଦ୍ଧିକୁ ପ୍ରତ୍ୟାହାର କରିବା ଦିଗରେ ଆସନ୍ତାକାଲି ୬ ଘଟିକା ଠାରୁ ୧୨ ଘଟିକା ପର୍ଯ୍ୟନ୍ତ ଚାନ୍ଦବାଲି ବ୍ଲକ୍‌ର ବିଭିନ୍ନ ବଜାର, ସମସ୍ତ ଅଫିସ୍ ଦପ୍ତର, ଫେରିଘାଟ, ଧାମରା ବନ୍ଦର, ଗାଡି ମୋଟର ଆଦି ବନ୍ଦ ରଖିବାକୁ ପିକେଟିଂ ମାଧ୍ୟମରେ ଦୁଇ ବାମପନ୍ଥୀ ଦଳ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ଏହି ଶୋଭାଯାତ୍ରା ଓ ପିକେଟିଂ ଆନ୍ଦୋଳନରେ ସିପିଆଇଏମ୍ ଭଦ୍ରକ ଜିଲା କମିଟି ସଦସ୍ୟ ବିକାଶ ନାଥ, ଚାନ୍ଦବାଲି ଆଞ୍ଚଳିକ କମିଟି ସଂପାଦକ ମଳୟ ଭୋଇ, ଚାନ୍ଦବାଲି ବ୍ରାଞ୍ଚଳ ସଂପାଦକ ଘନଶ୍ୟାମ ଦାସ, ବରିଷ୍ଠ ନେତା ଫକୀର ସ୍ୱାଇଁ, ବ୍ରହ୍ମାନନ୍ଦ ପରିଡା, ଗୌରାଙ୍ଗ ଯେନା, ଯୁବନେତା ହେମନ୍ତ ମଥାନ, ବୀମା କର୍ମଚାରୀ ସଂଘର ନେତା ପ୍ରଭାକର ବିଶ୍ୱାଳ, ସିପିଆି ନେତା ଗୌରହରି ମିଶ୍ର, ଉପେନ୍ଦ୍ର ରାଉଳ, ଦେବହରି ରାଉଳ ପ୍ରମୁଖ ଯୋଗଦେଇ ନେତୃତ୍ୱ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.