Home ଜିଲ୍ଲା ପରିକ୍ରମା ଜଗନ୍ନାଥପ୍ରସାଦ ସୈରାତ ନିଲାମ ରଦ୍ଦ ଶୁଣାଣୀ; ବାଲିଉଠାଣ ସ୍ଥଗିତ ଅବଧି ବୃଦ୍ଧି

ଜଗନ୍ନାଥପ୍ରସାଦ ସୈରାତ ନିଲାମ ରଦ୍ଦ ଶୁଣାଣୀ; ବାଲିଉଠାଣ ସ୍ଥଗିତ ଅବଧି ବୃଦ୍ଧି

23

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ବାଲିପୋଖରୀ ପଞ୍ଚାୟତର ଜଗନ୍ନାଥପ୍ରସାଦ ସୈରାତ ନିଲାମ ରଦ୍ଦ ଆବେଦନର ଶୁଣାଣୀ ଆଜି ଜିଲ୍ଲାପାଳଙ୍କ ଇଜିଲାସରେ ହୋଇଛି । ଆବେଦନକାରୀ ‘ଆଞ୍ଚଳିକ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି’ ପକ୍ଷରୁ ଆଡଭୋକେଟ ନିରାକାର ଜେନା ଓ କମିଟିର କାର୍ଯ୍ୟକର୍ତ୍ତା ଡ. ସୁଧିର ଜେନା ଓ ନାରାୟଣ ଚନ୍ଦ୍ର ବେହେରା ପକ୍ଷ ରଖିଥିଲେ । ସଂପୃକ୍ତ ସୈରାତରୁ ବାଲି ପରିବହନ ଦୁର୍ବଳ ବୈତରଣୀ ନଦୀବନ୍ଧ ଉପରେ କରାଯିବା ଉଚିତ ନୁହେଁ ବୋଲି ଜଳସମ୍ପଦ ବିଭାଗର ପତ୍ରକୁ ନିଲାମ ସମୟରେ ବିଚାରକୁ ନିଆଯାଇ ନାହିଁ ବୋଲି ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଏଥିସହ ଏହି ସୈରାତରୁ ବାଲି ଉଠାଣର ବିଭିନ୍ନ ଦିଗ ସମ୍ପର୍କରେ ଅନୁଧ୍ୟାନ କରିଥିବା ବୈଷୟିକ କମିଟିର ରିପୋର୍ଟ ଆବେଦନକାରୀ ଜାଣିବାକୁ ଚାହିଁଥିଲେ । ମାତ୍ର ସେହି ରିପୋର୍ଟ ମିଳିନଥିବା ଜିଲ୍ଲାପାଳ ପ୍ରକାଶ କରିବାକୁ ଶୁଣାଣୀକୁ ଅନ୍ୟ ଦିବସକୁ ସ୍ଥଗିତ ରଖାଯାଇଥିଲା । ମାତ୍ର ପରବର୍ତ୍ତି ଶୁଣାଣୀ ଦିବସ ପର୍ଯ୍ୟନ୍ତ ବାଲିଉଠାଣ ସ୍ଥଗିତ ରଖାଯିବାକୁ ପକ୍ଷମାନଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଜିଲ୍ଲାପାଳ ଗ୍ରହଣ କରିଥିବା ନେଇ କମିଟି ପକ୍ଷରୁ ସୂଚନ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.