Home ଜିଲ୍ଲା ପରିକ୍ରମା ଆବାସ ଗୃହନିର୍ମାଣ ଅର୍ଥ ପ୍ରଦାନ ବିବାଦ; ଦୁଇପକ୍ଷର ଅଭିଯୋଗ

ଆବାସ ଗୃହନିର୍ମାଣ ଅର୍ଥ ପ୍ରଦାନ ବିବାଦ; ଦୁଇପକ୍ଷର ଅଭିଯୋଗ

47

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସରସଦା ପଞ୍ଚାୟତ ଅନ୍ତର୍ଗତ ନେନ୍ତିପୁର ଗ୍ରାମର ରତ୍ନାକର ଦାସଙ୍କ ପୁଅ ମୃତ୍ୟୁଞ୍ଜୟ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ଦାଇତ୍ୱ ନେଇ ଅର୍ଥ ପାଇନଥିôବା ଅଭିଯୋଗ ଗତ ୪ ତାରିଖରେ ଥାନାରେ କରିଥିବା ଜଣାଯାଇଛି । ଗ୍ରାମର କୌଶଲ୍ୟା ନାୟକ ଓ ସୁଷମା ନାୟକଙ୍କୁ ୨୦୨୦-୨୧ ଆର୍ଥୀକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ କାର୍ଯ୍ୟାଦେଶ ବ୍ଲକ ପକ୍ଷରୁ ମିଳିଥିଲା । ଗୃହ ନିର୍ମାଣ ଦାଇତ୍ୱ ତୁଲାଇବା ପାଇଁ ଘରେ ପୁରୁଷ ଲୋକନଥିବାରୁ ଉଭୟ ହିତାଧିକାରୀ ମୃତ୍ୟୁଞ୍ଜୟ ସହ ଭଦ୍ରଲୋକଙ୍କ ମଧ୍ୟସ୍ଥତାରେ ବୁଝାମଣା କରି ନିର୍ମାଣ ଦାଇତ୍ୱ ପ୍ରଦାନ କରିଥିଲେ । ଉଭୟ ହିତାଧିକାରୀଙ୍କୁ ବ୍ଲକ ପକ୍ଷରୁ ଗୃହନିର୍ମାଣ ପାଇଁ ମିଳିଥିବା ଦୁଇଲକ୍ଷ ଚାଳିଶ ହଜାର ଟଙ୍କା ମୃତ୍ୟୁଞ୍ଜୟକୁ ହସ୍ତାନ୍ତର କରିଥିଲେ । ମାତ୍ର ଅବଶିଷ୍ଟ ଛଅସ୍ତରୀ ହଜାର ଟଙ୍କା ଦେବାକୁ ଟାଳଟୁଳ ନୀତି ଅବଲମ୍ବନ କରିଥିଲେ । ପରିଶେଷରେ ଭଦ୍ରଲୋକଙ୍କ ଉପସ୍ଥିତିରେ ହସ୍ତାନ୍ତର କରିବାକୁ ମନା କରିଦେଇ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ ବୋଲି ମୃତ୍ୟୁଞ୍ଜୟ ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ହିତାଧିକାରୀ କୌଶଲ୍ୟା ନାୟକ ଥାନାରେ ଗତ ୧୩ ତାରିଖରେ ରତ୍ନାକର ଦାସଙ୍କ ନାମରେ ଠକେଇ ଅଭିଯୋଗ କରିଛନ୍ତି । କୌଶଲ୍ୟାଙ୍କ ଅଭିଯୋଗ ଅନୁଯାୟୀ ସ୍ୱାମୀ ପରିତ୍ୟକ୍ତା ଭାବେ ତାଙ୍କୁ ବ୍ଲକ ପକ୍ଷରୁ ଆବାସ ନିର୍ମାଣ କାର୍ଯ୍ୟାଦେଶ ମିଳିବା ସହ ଅସହାୟ ଥିବା କୌଶଲ୍ୟାଙ୍କ ମାଆ ସୁଷମାଙ୍କୁ ମଧ୍ୟ ଏକକାଳୀନ କାର୍ଯ୍ୟାଦେଶ ମିଳିଥିଲା । ଉଭୟ ହିତାଥିକାରୀଙ୍କ ସହମତି କ୍ରମେ ରତ୍ନାକର ଗୃହନିର୍ମାଣ କରି ୨ଲକ୍ଷ ୪୦ହଜାର ଟଙ୍କା ନେଇଥିଲେ । ମାତ୍ର କାର୍ଯ୍ୟ ନିମ୍ନମାନର ଓ ଆବଶ୍ୟକ ନୀତିନିୟମ ଅନୁଯାୟୀ କରିନଥିଲେ । ଏଥିସହ ଶୌଚାଳୟ ନିର୍ମାଣ ପାଇଁ ଅର୍ଥ ମାଗିଥିଲେ । କୌଶଲ୍ୟା ଓ ସୁଷମା ଅଧିକ ଅର୍ଥ ପ୍ରଦାନ ପାଇଁ ମନା କରିବାରୁ ରତ୍ନାକର ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି । ଉଭୟ ଅଭିଯୋଗକୁ ନେଇ ମାମଲା ଥାନାରେ ଋଜୁ ହୋଇନଥିବା ଜଣାଯାଇଛି । ମାତ୍ର ପୁଲିସ ଘଟଣା ସମ୍ପର୍କରେ ତଦନ୍ତ କରୁଛି ବୋଲି ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.