Home କେନ୍ଦୁଝର ଓରାଳି ଡାକ୍ତରଖାନାରେ କୋଭିଡ ପରୀକ୍ଷା କରିବାକୁ ଦାବି

ଓରାଳି ଡାକ୍ତରଖାନାରେ କୋଭିଡ ପରୀକ୍ଷା କରିବାକୁ ଦାବି

20

ହାଟଡିହି- ୧୭ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଓରାଳି ଡାକ୍ତରଖାନା ପରିସରରେ କୋଭିଡ ଟେଷ୍ଟ କରିବାକୁ ଦାବି ହୋଇଛି । ଏବେ ଓରାଳି ଗ୍ରାମରେ ଶତାଧିକ ଲୋକ ଥଣ୍ଡା, ଜ୍ୱରରେ ଆକ୍ରାନ୍ତ ହୋଇଥିବାବେଳେ ଅଧିକାଶଂ ଲୋକ ଟେଷ୍ଟିଂ କରାଉ ନାହାନ୍ତି । ଫଳରେ କିଏ ଥଣ୍ଡା କିଏ କରୋନା ପଜେଟିଭ ତାହା ଜଣାପଡୁ ନାହିଁ ଓ ଉପଯୁକ୍ତ ଚିକିତ୍ସା କରାଇ ପାରୁ ନାହାନ୍ତି । ଲୋକମାନେ ଦୁର ଦୁରାନ୍ତକୁ ଯାଇ ଟେଷ୍ଟିଂ କରିବାକୁ ସମୟ ସାପେକ୍ଷ ଭାବି ପରୀକ୍ଷା କରାଉ ନଥିବା ଓ ଆଉ କିଛି ବାହାରେ ପରୀକ୍ଷା କରାଇଦେଇ ଟେଷ୍ଟ ରିପୋର୍ଟକୁ ଲୁଚାଇ ସର୍ବସାଧାରଣରେ ବୁଲିବା ଦ୍ୱାରା ଦିନକୁ ଦିନ ଗାଁରେ ସଂକ୍ରମଣ ବୃଦ୍ଧି ପାଉଛି । ଏବେ ଓରାଳି ଗ୍ରାମରେ ୩୦ରୁ ଉର୍ଦ୍ଧ ଲୋକ ଆକ୍ରାନ୍ତ ଥିବାବେଳେ ଆଜି ସକାଳେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଓରାଳି ଡାକ୍ତରଖାନାରେ ନିୟମିତ କରୋନା ପରୀକ୍ଷା କରାଇବା ସହିତ ଗାଁକୁ ବିଶୋଧନ କରାଇବାକୁ ପୁର୍ବତନ ସରପଞ୍ଚ ଅରୁଣ କୁମାର ପ୍ରଧାନ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.