Home ଜିଲ୍ଲା ପରିକ୍ରମା ଓଡିଶା ଲେଖିକା ସଂସଦ ସୁନ୍ଦରଗଡ ଶାଖାର ବର୍ଷା ସାହିତ୍ୟ ଆସର

ଓଡିଶା ଲେଖିକା ସଂସଦ ସୁନ୍ଦରଗଡ ଶାଖାର ବର୍ଷା ସାହିତ୍ୟ ଆସର

115

ରାଉରକେଲା ୬-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଓଡିଶା ଲେଖିକା ସଂସଦ ସୁନ୍ଦରଗଡ ଶାଖା ରାଉରକେଲାର ବର୍ଷା ସାହିତ୍ୟ ଆସର ଓ ସତ୍ୟର ଅନୁଧାବନରେ ମଣିଷ’ ଶୀର୍ଷକ ଆଲୋଚନାଚକ୍ର ସ୍ଥାନୀୟ ମ୍ୟୁଜିକ୍ ସର୍କଲ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ କବି ଅଶୋକ ମହାପାତ୍ରଙ୍କ ବିୟୋଗରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ପରେ ସଂସଦ ସଭାପତି ଅଳକା ଚାନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଥମ ପର୍ଯ୍ୟାୟ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଡାକ୍ତର ବିଶ୍ୱଜିତ ମହାପାତ୍ର ଓ ମୁଖ୍ୟବକ୍ତା ଭାବେ ହୃଷିକେଳ ରାୟ ମହାବିଦ୍ୟାଳୟ ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଡା.ମହାପାତ୍ର କହିଲେ ଯେ, ମନୋଭାବର ପରିବର୍ତ୍ତନ କଲେ ଆମେ କରୁଥିବା କାମକୁ ଭଲପାଇପାରିବା। ନିଜ କର୍ମକୁ ଭଲପାଇଲେ ତାହାହିଁ ସୁଖ ହୋଇଥାଏ। ଯଦି ସମସ୍ତେ ନିରାମୟ ରହିପାରିବେ ଓ ଶୁଭ ଭାବନା ଭିତରେ ରହିପାରିବେ ତେବେ ସମାଜକୁ ସୁଖ ଆସିପାରିବ। ଯଦି ଜଣେ ସର୍ଜନାଶୀଳ ହୁଏ ତେବେ ସେ ସୁଖୀ ହୋଇପାରିବ। ମୁଖ୍ୟବକ୍ତା ଶ୍ରୀ ସାହୁ କହିଲେ ଯେ, ସମାଜରେ ଦୁଇ ପ୍ରକାରର ମଣିଷ ଅଛନ୍ତି। ପ୍ରଥମତଃ ଯେଉଁମାନେ ସୁଖ ଖୋଜନ୍ତି ଓ ଦ୍ୱିତୀୟତଃ ଯେଉଁମାନେ ସତ୍ୟ ଖୋଜନ୍ତି। ସୁଖ ଖୋଜୁଥିବା ମଣିଷ ଠାରୁ ସୁଖ ଦୂରେଇ ଯାଏ। ସତ୍ୟ ଖୋଜୁଥିବା ମଣିଷକୁ ସୁଖ ପ୍ରାପ୍ତ ହୋଇଥାଏ। ନିଜର ଚିନ୍ତା, କର୍ମ ଓ ବାଣୀ ମଧ୍ୟରେ ସଂହତି ହିଁ ସୁଖ ଆଣିଦିଏ। ଅନ୍ୟର ଜୀବନକୁ ଆଲୋକିତ କଲେ ଓ ମହକିତ କଲେ ସୁଖ ମିଳେ। କୃତଜ୍ଞତା ହିଁ ସୁଖ। ସଭାପତିତ୍ୱ କରୁଥିବା ଶ୍ରୀମତୀ ଚାନ୍ଦ ସଭାପତିତ୍ୱ ଭାଷଣରେ କହିଲେ ଯେ, ଆମେ ଆମର ସାଂସ୍କୃତିକ ଭାବଧାରା ଠାରୁ ଦୂରେଇ ଯାଉଥିବାରୁ ଦୁଃଖୀ ହେଉଛୁ। ଭାରତ ସୁଖୀ ଦେଶକମାନଙ୍କ ତାଲିକାରେ ବିଶ୍ୱର ୧୩୩ତମ ସ୍ଥାନରେ ଅଛି। ଆମର ବ୍ୟବସ୍ଥା ଓ ଆଭିମୁଖ୍ୟ ପରିବର୍ତ୍ତନ ନ ହେଲେ ଆମେ ସୁଖୀ ହୋଇପାରିବା ନାହିଁ। କାର୍ଯ୍ୟକ୍ରମକୁ ଡଃ କିଶୋରୀ ଦାଶ ସଂଯୋଜନା କରିଥିବା ବେଳେ ପ୍ରଥମ ପର୍ଯ୍ୟାୟ ପରେ ଧନ୍ୟବାଦ ଦେଇଥିଲେ ପ୍ରାଧ୍ୟାପିକା ତପସ୍ୱିନୀ ବହିଦାର। ଦ୍ୱିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ ସଂଯୋଜନା କରିଥିଲେ ଜ୍ୟୋତ୍ସ୍ନା ନାଏକ ଓ ବିଜୟିନୀ ବହିଦାର। ହରିହର ଶତଦପଥୀ, ଶୈଳବାଳା ଷଡଙ୍ଗୀ, ସୁସ୍ମିତା ମହାପାତ୍ର, ମୀନକେତନ ପଶାୟତ, କୁଞ୍ଜବିହାରୀ ରାଉତ, କିଶୋରୀ ମୋହନ କର, ବିଜୟ କୁମାର ସେନାପତି, ଡା.କୃପାସିନ୍ଧୁ ନାୟକ, ଉର୍ମିଳା ମିଶ୍ର, ଡା.କିଶୋରୀ ଦାଶ, ସ୍ୱରୂପ ମହାପାତ୍ର, ବଳରାମ ରାଉଳ, ଡଲିରାଣୀ ବ୍ରହ୍ମା, ହରମୋହନ ମିଶ୍ର, ତ୍ରିନାଥ ସିଂ, ଚିତ୍ତରଞ୍ଜନ ବ୍ରହ୍ମା, ତ୍ରିଲୋଚନ ସ୍ୱାଇଁ, ଅବନୀନ୍ଦ୍ର ଓଝା, ବିଜୟିନୀ ବହିଦାର, ସ୍ନେହଲତା ନାୟକ, ଜ୍ୟୋତ୍ସ୍ନାକୁମାରୀ ନାଏକ ପ୍ରମୁଖ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନଳିନୀପ୍ରଭା ପଟ୍ଟନାୟକ, ଜ୍ୟୋତିର୍ମୟୀ ଜେନା, ପ୍ରଣତି ଦାଶ, ଅକ୍ଷୟ ଦାସ, ସୁଶାନ୍ତ ନାୟକ, ଉପେନ୍ଦ୍ର ବସ୍ତିଆ, ଶ୍ୱେତ ବେହେରା, ପ୍ରକାଶ ସେଠୀ, ଅଭୟ କୁମାର ଦାଶ, ପ୍ରମୋଦ କୁମାର ସାହୁ, ସୁନୀଲ ମହାନ୍ତି, ପର୍ଯ୍ୟାପ୍ତି ନାଏକ, ରୀତା ପଟ୍ଟନାୟକ, ରାଜୀବ ପାଣି, ପ୍ରତାପ ରାୟ, ହରିହର ବେହେରା, ଗୌରାଙ୍ଗ ଦାଶ, ଗୋବର୍ଦ୍ଧନ ପୂଜାରୀ, ଶଙ୍କର ପ୍ରସାଦ ତ୍ରିପାଠୀ, ରାଧାମୋହନ ନାୟକ, ମଞ୍ଜୁଳା ପାତ୍ର, ପଶୁପତିନାଥ ଚାଟାର୍ଜୀ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ସନ୍ତୋଷ ରଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିବା ବେଳେ ସ୍ୱର୍ଣ୍ଣ ଦେବୀ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.