Home ଜିଲ୍ଲା ପରିକ୍ରମା ଉପକୂଳ ସୁରକ୍ଷା ପାଇଁ ଭାରତୀୟ ନୌବାହିନୀ ଏବଂ ପୁଲିସର ସୁରକ୍ଷାଭ୍ୟାସ, ସି ବିଜଲ-୨୦୨୬, ପ୍ରଥମ ଦିନରେ...

ଉପକୂଳ ସୁରକ୍ଷା ପାଇଁ ଭାରତୀୟ ନୌବାହିନୀ ଏବଂ ପୁଲିସର ସୁରକ୍ଷାଭ୍ୟାସ, ସି ବିଜଲ-୨୦୨୬, ପ୍ରଥମ ଦିନରେ ୨ ଅଟକ

0

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ଉପକୂଳର ୪୮୦ କି.ମି ଅଂଚଳକୁ ୬ଟି ଉପକୂଳ ଜିଲ୍ଲାରେ ଭାଗ କରାଯାଇଥିବା ବେଳେ ଆଜି ଭାରତୀୟ ନୌବାହିନୀ ଏବଂ ରାଜ୍ୟ ଗୃହ ବିଭାଗର ମିଳିତ ଉଦ୍ୟମରେ ତଟ ସୁରକ୍ଷା ପାଇଁ ଆରମ୍ଭ ହୋଇଛି ତଟ ସୁରକ୍ଷାଭ୍ୟାସ ସି- ବିଜଲ-୨୦୨୬ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତୀୟ ନୌବାହିନୀର ଜବାନ ମାନେ ସାଧାରଣ ବ୍ୟକ୍ତି ବିିଶେଷ ଭାବେ ଜଳପଥରେ ନିଜ ରାଜ୍ୟର ଉପକୂଳ ଇଲାକାରେ ପ୍ରବେଶ କରିବାକୁ ଯାଉଥିବା ବେଳେ ରାଜ୍ୟର ଗୃହ ବିଭାଗ ସେମାନଙ୍କୁ ଧରିବା ପାଇଁ ନିଜର ପ୍ରୟାଶ ଜାରୀ ରଖେ ଏବଂ ନୌବାହିନୀର ର ଜବାନ ମାନେ ନିଜର ଲକ୍ଷ୍ୟ ସ୍ଥଳରେ ପହଂଚିବା ପୂର୍ବରୁ ଗୃହ ବିଭାଗ( ରାଜ୍ୟ ପୁଲିସ) ସେମାନଙ୍କୁ ଧରିବାରେ ସଫଳ ହେଲେ ସୁରକ୍ଷାଭ୍ୟାସ ଠିକ ଅଛି ବୋଲି ଧରାଯାଏ। ଆଜି ସକାଳ ୬ଟାରେ ଧାମରା ମେରାଇନ ଥାନାପକ୍ଷରୁ ଜଳପଥରେ ପଟ୍ରୋଲିଂ ଆରମ୍ଭ ହୋଇଥିଲା। ଏହି କ୍ରମରେ ଅପରାହ୍ଣ ୧୨ ଟା ସମୟରେ ବଙ୍ଗୋପସାଗର ଉପକୂଳରେ ଏକ ମାଛଧରା ଟ୍ରଲରରେ ଆସୁଥିବା ୨ଜଣ ନୌବାହିନୀର ଜବାନ ମାନଙ୍କୁ ଧାମରା ମେରାଇନ କର୍ମଚାରୀ ମାନେ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ନୌବାହିନୀର ମୁଜରାରୀ ଲାଲ ଏବଂ ଲିପୁ ନାୟକ ଙ୍କୁ ମାଛଧରା ଟ୍ରଲରରୁ ଖୋଜି ପାଇବା ପରେ ଦୁଇ ଜଣଙ୍କୁ ଧାମରା ମେରାଇନ ଥାନାକୁ ଅଣାଯାଇଥିଲା। ପରେ ସେମାନଙ୍କ ନୌବାହିନୀର ଆଇ କାର୍ଡ ତଦାରଖ କରିବା ପରେ ସସମ୍ମାନେ ସେମାନଙ୍କୁ ଛାଡି ଦିଆଯାଇଥିଲା। ଆଜି ଧାମରା ମେରାଇନ ଥାନାର ରଞ୍ଜନ କୁମାର ଦାସ,ରାଜେନ୍ଦ୍ର ବଳ, ରଜନୀକାନ୍ତ ପ୍ରଧାନ, ସଞ୍ଜିବ ମଲିକ, ସୁରେନ୍ଦ୍ର ପ୍ରଧାନ, କୃଷ୍ଣଚନ୍ଦ୍ର ନାୟକ ବିଜୟ ରଣା, ଜ୍ଞାନରଞ୍ଜନ କର ପ୍ରମୁଖ ସାମିଲ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ରାଜ୍ୟର ଉପକୂଳ ଇଲାକାରେ ୧୮ଟି ସାମୁଦ୍ରିକ ଥାନା ସରକାର ସ୍ଥାପନ କରିଥିବା ବେଳେ ତଟ ସୁରକ୍ଷା କୁ ୨୦୦୫ ମସିହା ଠାରୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇ ଆସୁଛନ୍ତି। ଏହି ତଟ ସୁରକ୍ଷା ପାଇଁ ମାଛ ଧରୁଥିବା ମତ୍ସ୍ୟଜିବୀ ଏବଂ ଉପକୂଳ ଇଲାକାରେ ବସବାସ କରୁଥିବା ସାଧାରଣ ଜନତାଙ୍କ ପାଇଁ ଏହି ପରି ସଚେତନତା କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇ ସଚେତନତା ସୃଷ୍ଟି କରାଯିବା ଏହି କାର୍ଯ୍ୟକ୍ରମର ମୂଲଲକ୍ଷ୍ୟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.