Home ଜିଲ୍ଲା ପରିକ୍ରମା ଏସ୍‌ଏଚ୍‌ଜି ସଭାନେତ୍ରୀଙ୍କ ଦାଦାଗିରି : ଦଳିତ ମହିଳା ଏବେ ଡାକ୍ତରଖାନାରେ

ଏସ୍‌ଏଚ୍‌ଜି ସଭାନେତ୍ରୀଙ୍କ ଦାଦାଗିରି : ଦଳିତ ମହିଳା ଏବେ ଡାକ୍ତରଖାନାରେ

50

ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ମା’ ସନ୍ତୋଷୀମା’ ମହାସଂଘର ସଂପାଦିକା ସନ୍ଧ୍ୟାରାଣୀ ପଣ୍ଡା ଅନ୍ୟ ଏକ ସ୍ୱୟଂ ସହାକୟ ଗୋଷ୍ଠୀ ମା’ ତାରିଣୀ ଆଞ୍ଚଳିକ ମଂଚର ସଭାନେତ୍ରୀ ସୁଭାସିନୀ ପଣ୍ଡାଙ୍କ ଦ୍ୱାରା ନିର୍ଯ୍ୟାତିତା ହୋଇ ଆସୁଥିବା ଜଣେ ଦଳିତ ମହିଳା ମାନସିକ ଭାରସାମ୍ୟ ହରାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ନିର୍ଯ୍ୟାତିତା ମହିଳା ଏବେ ଉପରୋକ୍ତ ଦୁଇଜଣଙ୍କ ଦ୍ୱାରା ହତ୍ୟାର ଧମକ ପାଇବା ପରେ ଭୟଭୀତ ହୋଇ ଗୁରୁତର ହେବା ସହ ନିଜ ପରିବାରର ସୁରକ୍ଷା ଲୋଡିଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଥାନାଧିକାରୀଙ୍କ ନିକଟରେ । ଥାନାରେ ଦିଆଯାଇଥିବା ଅଭିଯୋଗ ପତ୍ର ମୂଳେ ରାଣୀତାଲ-ଅସୁରା ଗ୍ରାମରେ ଗୌରାଙ୍ଗ ଦାସଙ୍କ ଘର । ସେ ଜଣେ ଦଳିତ ସଂପ୍ରଦାୟର ବ୍ୟକ୍ତି ଅଟନ୍ତି । ତାଙ୍କ ପତ୍ନୀ ଅନିତାଙ୍କୁ ଉପରୋକ୍ତ ଦୁଇ ସ୍ୱୟଂ ସହାୟକ ଗୋଷ୍ଠୀର ନେତ୍ରୀ ସନ୍ଧ୍ୟାରାଣୀ ଓ ସୁଭାସିନୀ ସେମାନଙ୍କର ଅନିୟମିତତାର ଫର୍ଦ୍ଦାଫାସ ହେବାରୁ ଛୋଟ ଜାତି କହି ଗାଳିଗୁଲଜ କରନ୍ତି । ଏଠାରେ ସୂଚନାଯୋଗ୍ୟ ସନ୍ଧ୍ୟାରାଣୀ ଦୀର୍ଘ ୧୫ ବର୍ଷ ହେବ ନିଜ ପଦବୀର ଦୁରୂପଯୋଗ ସହ ବ୍ଲକ୍‌ର ଉପରିସ୍ଥ ପଦାଧିକାରୀଙ୍କୁ ପ୍ରଭାବିତ କରି ବହୁ ସିଆରପିଙ୍କୁ ହଟାଇ ଥାଏ । ପୂର୍ବରୁ ସୁଶ୍ରୀ ସଂଗୀତା ନାମକ ଜଣେ ସିଆରପିଙ୍କୁ ଏହିଭଳି ପଦଚ୍ୟୁତ କରିଥିଲେ । ନିକଟରେ ସନ୍ଧ୍ୟାରାଣୀ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗରେ ପ୍ରଭାବ ବିସ୍ତାର କରି ଗୌରାଙ୍ଗ ଦାସ ଓ ଅନିତା ଦାସଙ୍କ କୃଷିବାଡିକୁ ଦେଖାଇ ମୋ ଉପକାରୀ ବଗିଚା ଯୋଜନାକୁ ନିଜ ନାମରେ କରି ଆଣିଛି । ଏହି ଘଟଣାକୁ ଅନିତା ପ୍ରତିବାଦ କରିବା ସହ ମା’ ସନ୍ତୋଷୀମା ମହାସଂଘର ୬୪ ଲକ୍ଷ ଟଙ୍କାର ହିସାବ ଅନ୍ୟ ଗୋଷ୍ଠୀଙ୍କ ଦ୍ୱାରା ମାଗିବାରୁ ସନ୍ଧ୍ୟାରାଣୀ ନିଜର ସହଯୋଗୀ ସୁଭାସିନୀକୁ ଲଗାଇ ରାସ୍ତାରେ ଛୋଟ ଜାତି କହି ଖରାପ ଭାଷାରେ ଗାଳିଦେବା ସହ ମାଡ ମାରିବାକୁ ପଛାଇନଥିଲେ । ଏପରିକି ଅଧିକ ଆଗେଇଲେ ଜୀବନରୁ ମାରିଦେବାର ଧମକ ଦେଇଥିଲା । ମାମଲା ଏବେ ଥାନାରେ । ଅନିତା ଏବେ ଡାକ୍ତରଖାନାରେ । ତେବେ ପୁଲିସ୍ ଏ ଘଟଣାରେ କିଭଳି ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.