Home ଜିଲ୍ଲା ପରିକ୍ରମା ଅମ୍ପାନ ସହାୟତାର ଅନିୟମିତତା ଅଭିଯୋଗର ତଦନ୍ତ କଲେ ଭିଜିଲାନ୍ସ ଟିମ୍

ଅମ୍ପାନ ସହାୟତାର ଅନିୟମିତତା ଅଭିଯୋଗର ତଦନ୍ତ କଲେ ଭିଜିଲାନ୍ସ ଟିମ୍

57

ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଗତବର୍ଷ ଆସିଥିବା ସାମୁଦ୍ରିକ ଝଡ ‘ଅମ୍ପାନ’ ର କ୍ଷୟକ୍ଷତିର ପୁନରୁଦ୍ଧାର ପାଇଁ ଭଦ୍ରକ ବ୍ଲକ୍ ଅନ୍ତର୍ଗତ କୋଡବରୁଆଁ ପଂଚାୟତକୁ ରାଜ୍ୟ ସରକାର ୭ଟି ପ୍ରକଳ୍ପ ପାଇଁ ଦେଇଥିଲେ ୧୪ ଲକ୍ଷ ଟଙ୍କା । କୋଡଗମ୍ଭୀର ଗ୍ରାମ ପାଇଁ ୬ ଲକ୍ଷ, କୋଡବରୁଆଁ ଗ୍ରାମ ପାଇଁ ୪ ଲକ୍ଷ ଓ ପଲ୍ଲୀ ଗ୍ରାମ ପାଇଁ ୪ ଲକ୍ଷ । କୋଡଗମ୍ଭୀର ପ୍ରାଥମିକ ବିଦ୍ୟାଳୟ ବାଉଲିମଣୀ ମଧ୍ୟ ଇଂରାଜୀ ବିଦ୍ୟାଳୟ, ମେଳନପଦା ଠାରୁ ଅସୁରା ସାବରଙ୍ଗ ଆରଡି ରାସ୍ତା, ପଲ୍ଲୀ ବାରିକ ସାହି ଅଙ୍ଗନୱାଡି କେନ୍ଦ୍ର ଭଳି ହାତଗଣତି ଅଳ୍ପ କେତୋଟି ପ୍ରକଳ୍ପରେ ମରାମତି କାମ କରି ଟଙ୍କା ଆତ୍ମସାତ୍ ହୋଇଥିବା ନେଇ ଗ୍ରାମବାସୀ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ । ସବୁଠାରୁ ବଡ କଥା ଏହି ଟଙ୍କା ମରାମତି ପାଇଁ ଆସିଥିବାବେଳେ ନୂଆ ତିଆରି ହୋଇଥିବା କିଛି ଅଙ୍ଗନୱାଡି ଘରକୁ ମଧ୍ୟ ସେହି କାମ ସହ ଯୋଡା ଯାଇଥିଲା । କୌଣସି କ୍ଷତି ହୋଇନଥିବା କିଛି ଅନୁଷ୍ଠାନକୁ ଯୋଡାଯାଇ ଅର୍ଥ ଆତ୍ମସାତ୍ ହୋଇଥିବା ନେଇ ଅଭିଯୋଗ ଆସିଥିଲା । ଯାହାଫଳରେ ଆଜି ଡିଏସ୍ ମୁର୍ମୁଙ୍କ ନେତୃତ୍ୱରେ ଦୁଇଜଣିଆ ସଦସ୍ୟ କୋଡଗମ୍ଭୀରରେ ପହଞ୍ôଚ ବିଭିନ୍ନ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର ଓ ରାସ୍ତା ବୁଲି ଦେଖିବା ସହ ତଦନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ ବୋଲି ପ୍ରକାଶ କରିଛନ୍ତି । ଦୀର୍ଘଦିନ ଧରି ଏହି ଅନିୟମିତତା ସଂପର୍କରେ ଗ୍ରାମବାସୀ ଅଭିଯୋଗ କରିଥିବାରୁ ଆଜିର ତଦନ୍ତରୁ ଉପଯୁକ୍ତ ନ୍ୟାୟ ପାଇବେ ବୋଲି ଆଶା ବାନ୍ଧିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.