Home କୋରାପୁଟ ଏପିଜେନକୋ  ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନର ବୈଠକ

ଏପିଜେନକୋ  ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନର ବୈଠକ

18

କୋରାପୁଟ ୦୫-୦୪(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ଆନ୍ଧ୍ରପ୍ରଦେଶ ଶକ୍ତି ଉତ୍ପାଦନ ଆୟୋଗ (ଏପିଜେନକୋ)କର୍ମକର୍ତାଙ୍କ ସହ ଜିଲ୍ଲା ପ୍ରଶାସନର ଅଧିକାରୀ ଓ ନିର୍ବାଚିତ ପ୍ରତିନିଧିମାନେ ଆଲୋଚନା କରାଯାଇଥିବା ଜଣାପଡିଛି ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋରାପୁଟ ବିଧାୟକ  ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରଘୁରାମ ପଡାଲ ,ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ , ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ , କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ,ଏପିଜେନକୋ ମାଛକୁଣ୍ଡ ପ୍ରକଳ୍ପର ଅଧିକ୍ଷଣ ଯନ୍ତ୍ରୀ କେ.ଭି.ଏନ.ରାଓ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।ଜଳାପୁଟ ବଜାରରୁ ଆନ୍ଧ୍ରସୀମା ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଉନ୍ନତିକରଣ ହେଉ ନ ଥିବାରୁ ଉକ୍ତ ରାସ୍ତାକୁ ଓଡିଶା ସରକାରଙ୍କୁ ହସ୍ତାନ୍ତର କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା ।ହସ୍ତାନ୍ତର ହେଲାପରେ ଡିପିଆର ପ୍ରସ୍ତୁତ କରାଯାଇ କୋରାପୁଟ ପିଡବ୍ଲୁଡି ଡିଭିଜନ  କାର୍ଯ୍ୟ କରିବ ବୋଲି ଜଣାପଡିଛି ।ବୈଠକର ସମସ୍ତ ବିବରଣୀ  ଏପିଜେନକୋକୁ ପଠାଯିବ ବୋଲି ଜଣାପଡିଛି ।ପାରିପାର୍ଶିକ ବିକାଶ ନିମନ୍ତେ ଏପିଜେନକୋ ଓଡିଶା ସରକାରଙ୍କୁ ବାର୍ଷିକ୨ କୋଟି ଟଙ୍କା ପ୍ରଦାନ କରିବାକୁ ବିଧାୟକ ଶ୍ରୀ ପାଢୀ ପ୍ରସ୍ତାବ ଦେଇଥିଲେ ।ଜଳାପୁଟରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ଓଡିଶା ସରକାରଙ୍କୁ ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା ।ଏଥିପୂର୍ବରୁ ଏପିଜେନକୋ ସଗରଠାରୁ ଜଳାପୁଟ ରାସ୍ତାକୁ ଓଡିଶା ସରକାରଙ୍କୁ ହସ୍ତାନ୍ତର କରିବା ପରେ ପିଡବ୍ଲୁଡି ଡିଭିଜନ  ୧୩ କିମି ରାସ୍ତା ନିର୍ମାଣ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.