Home ଜିଲ୍ଲା ପରିକ୍ରମା ଇଲେକ୍ଟ୍ରୋନିକ୍ ମିଡିଆ କ୍ଲବ ପକ୍ଷରୁ ଦିବଂଗତ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି

ଇଲେକ୍ଟ୍ରୋନିକ୍ ମିଡିଆ କ୍ଲବ ପକ୍ଷରୁ ଦିବଂଗତ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି

55

ବାଲେଶ୍ୱର, ୧ା୧୦(ଓଡ଼ିଆ ପୁଅ/ଅଭୟ ଦାସ): କରୋନାରେ ପୀଡ଼ିତ ହୋଇ ଇହଧାମ ପରିତ୍ୟାଗ କରିଥିବା ପ୍ରମେୟ ସାମ୍ବାଦିକ ତାରିଣୀ ପାଢ଼ୀଙ୍କ ଉଦ୍ଦେଶ୍ୟରେ ବାଲେଶ୍ୱର ଜିଲ୍ଲା ଇଲେକ୍ଟ୍ରୋନିକ ମିଡିଆ କ୍ଲବ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଉଦ୍ୟୋଗ ଭବନରେ ଆଜି ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ରଶ୍ମିରଂଜନ ଦାସଙ୍କ ପøରୋହିତ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ସାମ୍ବାଦିକ ବ୍ରହ୍ମନାଥ ରଥ, ଅଧୀପ ଜେନା, ବ୍ୟମୋନାଥ ରଥ, ଆଜିତ୍ କୁମାର ମହାନ୍ତିଙ୍କ ସମେତ ପ୍ରକାଶ ମହାନ୍ତି, ମାନ ସ ବିଶ୍ୱାଳ, ଅଜିମ୍ ବାଳେଶ୍ୱରୀ, ରଞ୍ଜିତ୍ ପୃଷ୍ଟି, ଶେଖ୍ ମୋଜାମିଲ୍‌, ଚିତ୍ତରଂଜନ ନାୟକ, ଅବିନାଶ ଠାକୁର୍‌, ଜ୍ଞାନ ରଂଜନ ବେହେରା, ଗୋକୁଳାନନ୍ଦ ମିଶ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପାଢ଼ୀଙ୍କ ଜୀବନାଦର୍ଶ ଓ ଅତୀତରେ ତାଙ୍କ ସହ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ଜଣେ ଉତ୍ତମ ସାମ୍ବାଦିକ ଭାବେ ବାଲେଶ୍ୱରରେ କାର୍ଯ୍ୟ କରୁଥିବା ବେଳେ ସ୍ୱର୍ଗତ ପାଢ଼ୀ ନିଜର ମାନବିକତାପୂର୍ଣ୍ଣ ବ୍ୟବହାର ପାଇଁ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ। ତାଙ୍କର ବିୟୋଗ ବାଲେଶ୍ୱରର ସାମ୍ବାଦିକ ମହଲ ପାଇଁ ଅପୂରଣୀୟ କ୍ଷତି ହୋଇଛି ବୋଲି ଏହି ଶ୍ରଦ୍ଧାଞ୍ଜଳି ସଭାରେ ସମସ୍ତେ ମତ ପ୍ରକାଶ କରିଥିଲେ। ଜଣେ କରୋନା ଯୋଦ୍ଧାର ବିୟୋଗ ଭାବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଆନୁସାରେ ତାଙ୍କର ପରିବାରକୁ ଧାର୍ଯ୍ୟ ସରକାରୀ ସହାୟତା ତୁରନ୍ତ ପ୍ରଦାନ ଉପରେ ସମସ୍ତେ ଗୁରୁତ୍ୱାରୋପ କରିଥିଲେ। ପ୍ରାରମ୍ଭରେ ତାଙ୍କର ଫଟୋଚିତ୍ରରେ ପୁଷ୍ପ ଅର୍ପଣ ସହ ୨ ମିନିଟ୍ ନିରବ ପ୍ରାର୍ଥନା ସମସ୍ତେ ଦିବଂଗତ ଆତ୍ମାପ୍ରତି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.