Home ଓଡ଼ିଶା ଆଶ୍ରମ ବିଦ୍ୟାଳୟର ନାବାଳିକା ଛାତ୍ରୀ ଗର୍ଭବତୀ – ପ୍ରଧାନ ଶିକ୍ଷକ ଥାନାରେ ଏତଲା ଦେଲେ

ଆଶ୍ରମ ବିଦ୍ୟାଳୟର ନାବାଳିକା ଛାତ୍ରୀ ଗର୍ଭବତୀ – ପ୍ରଧାନ ଶିକ୍ଷକ ଥାନାରେ ଏତଲା ଦେଲେ

290

ବାଲିଗୁଡା, ୨୩/୯.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅଞ୍ଚଳ ରେ ଥିବା ଏକ ବାଳିକା ଆଶ୍ରମ ବିଦ୍ୟାଳୟର ୧୦ମ ଶ୍ରେଣୀ ରେ ଅଧ୍ୟୟନ ରତ ନାବାଳିକା ଛାତ୍ରୀ ଜଣଙ୍କ ସୋମବାର ଦିନ ପାଠ ପଢୁଥିବା ସମୟରେ ହଠାତ ଦେହ ଖରାପ ହେବାରୁ ବିଦ୍ୟାଳୟ ର ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ, ପ୍ରଧାନଶିକ୍ଷକ ସଙ୍ଗେ ସଙ୍ଗେ ବାଲିଗୁଡା ମେଡିକାଲ କୁ ଆଣି ଚିକିତ୍ସା କରିବା ପରେ ଛାତ୍ରୀ ଜଣକ ଗର୍ଭବତୀ ଥିବା ଜଣାପଡିଥିଲା। ଏ ନେଇ ପ୍ରଧାନଶିକ୍ଷକ ବାଲିଗୁଡା ଥାନାରେ ଏକ ଏତଲା ଦେଇଥିଲେ। ଉକ୍ତ ଏତଲାକୁ ଭିର୍ତ୍ତି କରି ସ୍ଥାନୀୟ ଥାନା ଆଇ.ଆଇ.ସି. ପ୍ରଶାନ୍ତ କୁମାର ବେହେରା କେଶ ନଂ. ୧୧୬/୧୯ପ୍ରକାରେ ଏକ ମକଦମା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଥିବା ବିଷୟ ପ୍ରକାଶ କରିଛନ୍ତି। ବାହାରୁ ଯାହା କିଛି ଶୁଣିବାକୁ ମିଳୁଛି ଯେ, ଉକ୍ତ ନାବାଳିକା ର ବାପା ଓ ମା ଏବଂ ବାଳକ ର ପରିବାର ମଧ୍ୟରେ ପୂର୍ବରୁ ଘରୋଇ ବନ୍ଧୁ ସମ୍ପର୍କ ରହିଛି ଏବଂ ଦୁଇ ପରିବାରର ଆପୋଷ ମିଳାମିଶା ଭିତରେ ଦୁହିଁଙ୍କର ନିର୍ବନ୍ଧ ମଧ୍ୟ କରାଯାଇଥିବା ବିଷୟ ଶୁଣିବାକୁ ମିଳୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.