Home କେନ୍ଦୁଝର ମରେଗାଁ ପଞ୍ଚାୟତ ମନରେଗା ଦୁର୍ନୀତି, ଜିଆରଏସଙ୍କୁ ସ୍ଥାନାନ୍ତର

ମରେଗାଁ ପଞ୍ଚାୟତ ମନରେଗା ଦୁର୍ନୀତି, ଜିଆରଏସଙ୍କୁ ସ୍ଥାନାନ୍ତର

59

ହାଟଡିହି,୧୪ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ମରୈଗାଁ ପଞ୍ଚାୟତରେ ମନରେଗା ଯୋଜନାରେ ମହାଦୁର୍ନୀତି ନେଇ ଅଭିଯୋଗ ହେବାପରେ ବ୍ଲକ ପ୍ରଶାସନ ପକ୍ଷରୁ ମରୈଗାଁ ପଞ୍ଚାୟତର ଜିଆରଏସ ରଞ୍ଜନ କୁମାର ମଲ୍ଲିକଙ୍କୁ ଉକ୍ତ ପଞ୍ଚାୟତରୁ କଢ଼ାଯାଇ ବ୍ଲକରେ କାର୍ଯ୍ୟକରିବାପାଇଁ ବ୍ଲକ କାର୍ଯ୍ୟାଳୟର ଚିଠିନଂ ୧୫୨୭ ତା୧୩/୦୭/୨୦୨୧ରେ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଚୁଗୋଛିଆ ପଞ୍ଚାୟତର ଜିଆରଏସ ରାଜୀବ ଲୋଚନ ଦାସଙ୍କୁ ମରୈଗାଁ ପଞ୍ଚାୟତର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ମରୈଗାଁ ପଞ୍ଚାୟତରେ ମନରେଗା ଯୋଜନାରେ ୫୦ଲକ୍ଷରୁ ଉର୍ଦ୍ଧ ଟଙ୍କାର କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ପଞ୍ଚାୟତ ଅଫିସ ସମ୍ମୁଖରେ ଆନନ୍ଦପୁର-ଭଦ୍ରକ ରାସ୍ତାପାଖ ନୟନଜୋରୀକୁ ପୋତାଯାଇ ଏକ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । କେବଳ କାଗଜ ପତ୍ରରେ କାମ ଦର୍ଶାଯାଇ ସୁଚନା ଫଳକ ମରାଯିବାପରେ ଏହା ଗ୍ରାମବାସୀଭ୍‌କ ନଜରକୁ ଆସିଥିଲା । ପଞ୍ଚାୟତ ସମ୍ନା ଜମିର ଉନ୍ନତି କରଣ ଓ ପାର୍କ ନିର୍ମାଣ ନାମରେ ଯାହାର କୋର୍ଡ ନଂ-୧୦୪୨୭୪୨୨ ଓ ୨୪/୬/୨୦୨୦ରେ ଏହି କାର୍ଯ୍ୟ ଆରମ୍ଭ କରାଯାଇଥିବା ଦର୍ଶାଯାଇଥିଲା । ଏହି ଅନୁଦାନ ଟଙ୍କାରେ କୌଣସି କାର୍ଯ୍ୟ କରାଯାଇ ନଥିବାବେଳେ ୪ଲକ୍ଷରୁ ଉର୍ଦ୍ଧ ଟଙ୍କା ଉଠାଇ ନିଆଯାଇଥିଲା ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ଏପରିକି ପରବର୍ତ୍ତୀ ସମୟରେ ମାତ୍ର କିଛିଦିନ ଅନ୍ତରରେ ସେହି ସମାନ ସ୍ଥାନରେ ମରୈଗାଁ ବଜାର ପରିତ୍ୟକ୍ତ ଯାଗାର ଉନ୍ନତି କରଣ ନାମରେ ଆହୁରି ୭ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇ ୨୦/୭/୨୦୨୦ରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ସ୍ଥାନରେ ଅଳ୍ପ କିଛି ପରିମାଣର ମାଟି ପକାଯାଇ କାମ ସମ୍ପୁର୍ଣ୍ଣ ହୋଇଥିବା ଦର୍ଶାଇ ଦୁଇଟିଯାକ ପ୍ରକଳ୍ପର ଅନୁଦାନରୁ ୮୦ଭାଗ ଅର୍ଥ ଉଠାଇ ନିଆଯାଇଛି । ଏଥିରେ କୌଣସି ଶ୍ରମିକଙ୍କୁ ନିୟୋଜିତ କରାନଯାଇ ମେସିନି ସାହାଯ୍ୟରେ କାମ କରାଯାଇଥିବାବେଳେ କେବଳ ଭିନ୍ନଫଟୋକୁ ଏଡିଟିଂ କରି ଶ୍ରମିକ ମାନଙ୍କୁ ନିୟୋଜିତ କରାଯାଇ ଥିବା ଦର୍ଶାଯାଇଛି । କାର୍ଯ୍ୟ ଆରମ୍ଭ ପୁର୍ବରୁ ଯେଉଁଠି କାମ ହେବ ତାହା ସରକାରୀ ନା ବେସରକାରୀ, ଯଦି ସରକାରୀ ତେବେ ତାହା କେଉଁ କିସମର ଜମି ଓ ତାହାର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି କାର୍ଯ୍ୟ କରାଯାଇଥାଏ । କିନ୍ତୁ ଏଠାରେ ତାହା କରାନଯାଇ ପୁର୍ତ୍ତ ବିଭାଗର ନୟନଜୋରୀକୁ କିପରି ପୋତାଯାଇ ସରକାରୀ ଅନୁଦାନ ଖର୍ଚ୍ଚ କରାଗଲା ତାହା ତଦନ୍ତ କରାଯିବା ଦରକାର ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସେହିପରି ନନ୍ଦିପଦା ଥାନା ପଛପାଖ ସ୍ଥାନର ଉନ୍ନତି କରଣ ନାମରେ ୭ଲକ୍ଷ ଟଙ୍କାର ଅନୁଦାନ ଖର୍ଚ୍ଚ କରାଯାଇଥିବା ବେଳେ ମରୈଗାଁ ପ୍ରାଥମିକ ବିଦ୍ୟାଳୟ ଠାରୁ ରାଜୀବଗାନ୍ଧୀ ସେବାକେନ୍ଦ୍ର ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ୮ଲକ୍ଷ, ସେହି ସମାନ ସ୍ଥାନରେ ରାଜ୍ୟ ରାପଥଠାରୁ ପଶୁଚିକିତ୍ସାଳୟ ପର୍ଯ୍ୟନ୍ତ ଆଉ ଏକ ରାସ୍ତା ନାମରେ ୫ଲକ୍ଷ. ପମ୍ପ ହାଉସ ସାମ୍ନା ପରିତ୍ୟକ୍ତ ସ୍ଥାନ ଜମିର ଉନ୍ନତି କରଣ ୫ଲକ୍ଷ ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଥିବାବେଳେ ମାତ୍ର ଅଳ୍ପ ପରିମାଣର କାମ କରାଯାଇ ଅଧିକ ଅର୍ଥ ଉଠାଯାଇôତବା ଅଭିଯୋଗ ହୋଇଥିଲା । ଅଭିଯୋଗର ପରଦିନ ବିଡିଓ ତଦନ୍ତ କରିବାକୁ ଯାଇଥିବାବେଳେ ଦୁଇ ଗୋଷ୍ଠୀର ଲୋକମାନଙ୍କ ଭିତରେ ଝଗଡା ହେବାରୁ ବିଡିଓ ତଦନ୍ତ କରି ନପାରି ଫେରିଆସିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ଉପଯୁକ୍ତ ତଦନ୍ତ କରାଯାଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାସହ ଗାଁ ଲୋକେ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଥିବା ଜଣାଯାଇଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.