Home ଜିଲ୍ଲା ପରିକ୍ରମା ଆଦିବାସୀ ଯୁବତୀ ପେଟରୁ ଅପରେସନ କରି ଡାକ୍ତର ବାହରକଲେ ୯କେଜି ଓଜନର ଟିୟୁମର

ଆଦିବାସୀ ଯୁବତୀ ପେଟରୁ ଅପରେସନ କରି ଡାକ୍ତର ବାହରକଲେ ୯କେଜି ଓଜନର ଟିୟୁମର

258

ମାଲକାନଗିରି,୨୩ା୧୨ (ଓଡିଆ ପୁଅ )  ମାଲକାନଗିରି ଜିଲ୍ଲା ହସପିଟାଲରେ ଚିକିତ୍ସିତ ହେଉଥିବା ଜଣେ ଗରିବ ଆଦିବାସୀ  ଯୁବତୀ ପେଟ ରୁ ଆଜି ଅପରେସନ କରି ଡାକ୍ତରମାନେ ୯କେଜି ଓଜନ ର ଏକ ଟୁୟୁମର ବାହାର କରିଛନ୍ତି, ଏହି ବିରଳ ଟିୟୁମର ଟିକୁ ଦେଖିବା ପାଇଁ ଆଜି ମେଡିକାଲରେ ଲୋକମାନଙ୍କର ଭିଡ ଲାଗିଥିଲା । ମାଲକାନଗିରି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଚାଲାଣଗୁଡା ଗ୍ରାମର ରାମା ଦୁରୁଆ ଜଣେ ଆଦିବାସୀ ସଂପ୍ରଦାୟର,ସେ ବହୁତ ଗରିବ ଜମିବାଡି ସେମିତି କିଛି ନାହିଁ,ପର ଘରେ ମୂଲ ମଜୂରୀ ଲାଗି ପରିବାର ପ୍ରତି ପୋଷଣ କରନ୍ତି, ତାଙ୍କ ଝିଅ ପ୍ରମିଳା ଦୁରୁଆ (୨୦) ଙ୍କର ଗତ କିଛି ବର୍ଷ ତଳେ ପେଟ ଫୁଲିବା ସହିତ ଯନ୍ତ୍ରଣା ଆରମ୍ଭ ହେଲା, ଅନେକ ଦିଶାରୀ ଗୁଣିଆ ଦେଖାଇ ବା ସହିତ ବଇଦ ଡାକ୍ତର ଔଷଧ ଖାଇ ଭଲ ହେଲା ନାହିଁ, ପାଖରେ ଯାହା ବାସନ କୁସନ,ଗାଇ ଗୋରୁ ଥିଲା ବିକ୍ରୀ କରିଦେଲେ ହେଲେ ରୋଗ କମିବା ପରିବର୍ତେ ଦିନକୁ ଦିନ ଯନ୍ତ୍ରଣା ବଢିଚାଲିଲା,  ଗ୍ରାମବାସୀ ମାନଙ୍କ ସହାଯ୍ୟରେ ରାମା ଦୁରୁଆ ତାଙ୍କ ଝିଅକୁ ମାଲକାନଗିରି ଜିଲ୍ଲା ହସପିଟାଲରେ ଚିକତ୍ସା ପାଇଁ ଗତ ଦୁଇଦିନତଳେ ଭର୍ତିକଲେ । ସର୍ଜରୀ ବିଶେଷଜ୍ଞ ଡାକ୍ତର ସପନକୁମାର ଧିଣ୍ଡା ଅଲଟ୍ରାସାଉଣ୍ଡ ପରୀକ୍ଷା କରି ଜାଣିବାକୁ ପାଇଲେ ଯେ ପ୍ରମିଳାଙ୍କ ଗର୍ଭାଶୟ ମଧ୍ୟ ରେ ଏକ ବଡ ଟିୟୁମର ହୋଇଛି ।  ଆଜି ସକାଳେ ଡାକ୍ତର ସପନକୁମାର ଧିଣ୍ଡା ଓ ଆନେଥେସିଆ ଡାକ୍ତର ନିହାରରଜଂନ ତ୍ରୀପାଠୀ ଦୀର୍ଘ ୧ ଘଟାଂ ଧରି ଅକ୍ଲାନ୍ତ ପରିଶ୍ରମକରି ଅପରେସନରେ ସଫଳତା ଲାଭ କରିଥିଲେ,ପ୍ରମିଳା ଙ୍କ ଗର୍ଭାଶୟ ରୁ ୯କେଜି ଓଜନର ଏକ ଟି୍ୟମର ବାହାରକରିଥିଲେ ।ପ୍ରମିଳାଙ୍କ ଗର୍ଭାଶୟରେ ଏହି ମାସଂ ପୁଣ୍ଡୁଳା ଟି ଦିନକୁ ଦିନ ବଢିଚାଲିଥିବାରୁ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ,ଅପରେସନ ପରେ  ଏବେ ବିପଦ ମୁକ୍ତଅଛନ୍ତି, ସେ ସଂପୁର୍ଣ୍ଣ ଭାବେ ସୁସ୍ଥ ହୋଇ ଗଲାପରେ ତାଙ୍କୁ  ମେଡିକାଲରୁ ଡିସ୍ଚାର୍ଯ୍ୟ କରି ଦିଆ ଯିବ ବୋଲି ଡାକ୍ତର ଶ୍ରୀ ଧିଣ୍ଡା କହିଛନ୍ତି । ଜଣେ ଗରିବ ଆଦିବାସୀ ଯୁବତୀ ଙ୍କ ପେଟରୁ ଅପରେସନକରି ସଫଳତାର ସହିତ ୯ କିଲୋଗ୍ରାମ ଓଜନର ମାସଂ ପିଣ୍ଡୁଳା ବାହର କରିଥିବାରୁ ଡାକ୍ତରଙ୍କୁ ପ୍ରମିଳା ଙ୍କ ପରିବାର ଓ ଗ୍ରାମବାସୀ ମାନେ ଧନ୍ୟବାଦ ଜଣାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.