Home ଜିଲ୍ଲା ପରିକ୍ରମା ପ୍ରଥମ ଥର କରି ସ୍ୱାଭିମାନ ଅଚଂଳରେ ମାଣ୍ଡିଆ ମଣ୍ଡିର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ

ପ୍ରଥମ ଥର କରି ସ୍ୱାଭିମାନ ଅଚଂଳରେ ମାଣ୍ଡିଆ ମଣ୍ଡିର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ

193

ମାଲକାନଗିରି,୨୩ା୧୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନଅଚଂଳ ବଡପଡା ଠାରେ ରାଜ୍ୟର ପ୍ରଥମଥର କରି  ମାଣ୍ଡିଆ ମଣ୍ଡି ଉଦଘାଟନ କରିଛନ୍ତି କୃଷିମନ୍ତ୍ରୀ ଡ ଅରୁଣକୁମାର ସାହୁ । ଆଜି ସକାଳେ  ରାଜ୍ୟ କୃଷିମନ୍ତ୍ରୀ ଡ.ଅରୁଣ କୁମାରସାହୁ,କୃଷି ନିର୍ଦ୍ଦେଶକ ଏମ.ମୁଥୁକୁମାର,କେବିକେ କମିଶନର ଏସ.ପି ଠାକୁର ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ସ୍ୱାଭିମାନ ଅଚଂଳ ବଡପଡା ବିଏସଏଫ ହେଲିପ୍ୟାଡରେ ଅବତରଣ କରି ସେଠାରେ ଆୟୋଜିତ ଏକ ସଭାରେ ଯୋଗଦେଇ ସ୍ୱାଭିମାନ ଅଚଂଳରେ ହଳଦୀ, ଅଦା,ମାଣ୍ଡିଆ ଚାଷ ସହିତ ଅନ୍ୟାନ ଚାଷର କିପରି ଉନ୍ନତି ହେବ ଓ ଚାଷୀମାନେ ସେମନଙ୍କ କଷ୍ଠଉପାର୍ଜିତ ଫସଲର ଯେପରି ଉଚିତ ମୂଲ୍ୟପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ । ସ୍ୱାଭିମାନ ଅଚଂଳବାସୀଙ୍କ ସୁନାର ଫସଲ ମାଣ୍ଡିଆ ର ଉପଯୁକ୍ତ ମୂଲ୍ୟ ଗରିବ ଚାଷୀ ମାନେ ପାଇପାରିବେ ସେଥିପ୍ରତି ଦଷ୍ଟିଦେଇ ପ୍ରଥମ ଥରକରି ମାଓପ୍ରବଣ ବଡପଡା ଠାରେ ଏକ ମାଣ୍ଡିଆ ମଣ୍ଡି ଉଦଘାଟନ କରି ଶୁଭାଆରମ୍ଭ କରିଥିଲେ । ମନ୍ତ୍ରୀଙ୍କ ସମ୍ମୁଖରେ ସ୍ୱାଭିମାନ ଅଚଂଳର ମହିଳା ଓ ପୁରୁଷ ମାନେ ମଣ୍ଡିରେ ନିଜ ନିଜ ମାଣ୍ଡିଆ ବିକ୍ରୟ କରିଥିଲେ ,ମନ୍ତ୍ରୀ ଶ୍ରୀ ସାହୁ ଗୁରୁପ୍ରୟୀ ସେତୁ ପରିଦର୍ଶନ ସହ ସ୍ୱାଭିମାନ ଅଚଂଳର କିଛି ଗ୍ରାମଗସ୍ତ କରି ହଳଦୀ,ଅଦା, ମାଣ୍ଡିଆ ଚାଷ ପରିଦର୍ଶନ କରି ଚାଷୀଙ୍କ  ସହିତ ସେମାନଙ୍କ କୃଷି ପାଇଁ ଆବସ୍ୟକତା କଣ ରହିଛି ସେ ସଂପର୍କରେ ଆଲୋଚନା କରିଥିଲେ । ଦୀର୍ଘ ବର୍ଷପରେ ସ୍ୱାଭିମାନ ଅଚଂଳକୁ ମନ୍ତ୍ରୀ, ନେତା, ସରକାରୀ ଅଧିକାରୀ ମାନେ ଗସ୍ତକରି ସେ ଅଚଂଳର ଉନ୍ନତି ଚିନ୍ତାକରିବା ସହିତ ପ୍ରଥମଥର କରି ସ୍ୱାଭିମାନ ଅଚଂଳରେ ମାଣ୍ଡିଆ ମଣ୍ଡି ଖୋଲା ଯାଇଥିବାରୁ ସ୍ୱାଭିମାନ ଅଚଂଳବାସୀ ଖୁସିରେ ମନ୍ତ୍ରୀଙ୍କୁ ଫୁଲମାଳ ପକାଇ ନାଚଗୀତରେ ପାଛୋଟି ନେଇଥିଲେ । ମନ୍ତ୍ରୀଙ୍କ ସହିତ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମୀ, ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟା.ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ,ଜିଲ୍ଲାକୃଷି ଉପନିଦେ୍ର୍ଦଶକ ରାମଚନ୍ଦ୍ର ପଟନାୟକ, ନିୟନ୍ତ୍ରୀତ ବଜାର କମଟି ସଂପାଦକ ଗୁରୁଚଣ ନାୟକ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ । ବଡପଡା ମାଓପ୍ରବଣ ହୋଇଥିବାରୁ ସ୍ୱାଭିମାନ ଅଚଂଳରେ ବିଏସଏଫ,ଏସଓଜି ଯବାନ ମାନଙ୍କ ଦ୍ୱାରା କଡା ସୁରକ୍ଷା ବ୍ୟବସ୍ଥା କରାଯିବାସହିତ ସେ ଅଚଂଳରେ ସର୍ଚଅପରେସନ କୁ ଜୋରଦାର କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.