Home ଜିଲ୍ଲା ପରିକ୍ରମା ଜାତୀୟ କ୍ରୀଡାରେ ସ୍ୱର୍ଣ୍ଣପଦକ ହାସଲକରି ମାଲକାନଗିରି ଫେରିଲେ ଆଦିବାସୀ ଛାତ୍ରୀ କୁନି,ବସଷ୍ଟାଣ୍ଡ ଠାରେ ଭବ୍ୟ ସମ୍ବୋର୍ଦ୍ଦନା...

ଜାତୀୟ କ୍ରୀଡାରେ ସ୍ୱର୍ଣ୍ଣପଦକ ହାସଲକରି ମାଲକାନଗିରି ଫେରିଲେ ଆଦିବାସୀ ଛାତ୍ରୀ କୁନି,ବସଷ୍ଟାଣ୍ଡ ଠାରେ ଭବ୍ୟ ସମ୍ବୋର୍ଦ୍ଦନା ଦିଆଗଲା

154

ମାଲକାନଗିରି,୨୩ା୧୨ (ଓଡିଆ ପୁଅ )  କେନ୍ଦ୍ର ମହିଳା ଓ ଶିଶୁ ମନ୍ତ୍ରାଳୟ  ବିଭାଗ ପକ୍ଷରୁ ଦିଲ୍ଲୀ ଠାରେ ହୋସଲା ଜାତୀୟସ୍ତରୀୟ କ୍ରାଡା ପ୍ରତିଯୋଗୀତାରେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ମାର୍କେଲଗୁଡା ଶିଶୁଗୃହର ୭ମ ଶ୍ରେଣୀ ଗରିବ ଆଦିବାସୀ ଛାତ୍ରୀ କୁନି ମାଢୀ ଭାଗନେଇ କୃତିତ୍ୱ ହାସଲ କରି ଜାତୀୟସ୍ତରରେ ପ୍ରଥମ ସ୍ଥାନ ଅଧିକାରକରି ସ୍ୱର୍ଣ୍ଣ ପଦକ ଓ ମାନପତ୍ର ପାଇ ପୁରସ୍କୃତ ହୋଇଛନ୍ତି । ଏହି ପ୍ରତି ଯୋଗୀତାରେ ବିଭିନ୍ନ ରାଜ୍ୟରୁ ଶତାଧିକ ଛାତ୍ର ଛାତ୍ରୀ ଭାଗନେଇଥିଲେ ।  ସେମାନଙ୍କୁ ମଧ୍ୟରୁ ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ କୋୟାଗୁଡା ଗ୍ରାମର ଆଦିବାସୀ କସା ମାଢୀଙ୍କ ଝିଅ କୁନିମାଢି ତାଙ୍କ ପରିବା ଅତ୍ୟନ୍ତ ଗରିବ ହୋଇଥିବାରୁ ଜିଲ୍ଲାଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ମାର୍କେଲଗୁଡା ଶିଶୁଗୃହରେ ରଖି ପାଠପଢିବାର ବ୍ୟବସ୍ଥା କରିଥିଲେ ।କୁନି ପ୍ରଥମେ ଜିଲ୍ଲାସ୍ତର ତାପରେ ରାଜ୍ୟସ୍ତରରେ କୀ୍ରଡାରେ ଭଲ ପ୍ରଦର୍ଶନ କରି ଜାତୀୟସ୍ତରକୁ ମନୋନିତ ହୋଇ ଜାତୀୟ ସ୍ତର କ୍ରୀଡା ପ୍ରତି ଯୋଗୀତାରେ ଭାଗନେଇଥିଲେ । ସେ ୧୦୦ମିଟର ଦୌଡପ୍ରତି ଯୋଗତୀରେ ପ୍ରଥମ ସ୍ଥାନ ଅଧିକାରୀ କରି ସ୍ୱଣ୍ଣ ର୍ ଓ ଲଙ୍ଗଜମ୍ପରେ ଦିତ୍ୱୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲକରି ସମଗ୍ର ଜିଲ୍ଲାପାଇଁ ଗୌରବ ଆଣିଛନ୍ତି । କୁନି ମାଢୀ ଜାତୀସ୍ତରରେ ପୁରସ୍କୃତ ହୋଇ ଥିବାରୁ ଜିଲ୍ଲାଶିଶୁ ସୁରକ୍ଷା ବିଭାଗ,ମାର୍କେଲଗୁଡା ଶିଶୁଗୃହର ଶିକ୍ଷକ ଓ ଶିକ୍ଷା ପ୍ରେମୀ ମହଲରେ ପ୍ରଶଂସାର ପାତ୍ର ହୋଇଛନ୍ତି । ଆଜି କୁନି ମାଢି ଭୁବନେଶ୍ୱର ଠାରୁ ବସ ଯୋଗେ ମାଲକାନଗିରି କୁ ଫେରିଛନ୍ତି । ତାଙ୍କୁ ବସଷ୍ଟାଣ୍ଡ ଠାରେ ପୌରପରିଷଦ ନିର୍ବାହି ଅଧିକାରୀ ଏମ.ନିଳକଠଂ ନାଇଡୁ, ଟିମ ସଂସ୍ଥା,ଆଓମା, ବୁଜୁଯୁବବାହୀନ ଓ ଜିଲ୍ଲାଶିଶୁ ସୁରକ୍ଷା କମିଟି ବିଭିନ୍ନ ଅନୁଷ୍ଠାନ  ପକ୍ଷରୁ ଫୁଲତୋଡା ପ୍ରଦାନ କରାଯାଇ ସମ୍ବୋର୍ଧନା ଜ୍ଞାପନ କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.