Home ଜିଲ୍ଲା ପରିକ୍ରମା ଆଜି ଚିହ୍ନଟ ହେଲେ ନୂଆ ୪୦ ଆକ୍ରାନ୍ତ

ଆଜି ଚିହ୍ନଟ ହେଲେ ନୂଆ ୪୦ ଆକ୍ରାନ୍ତ

67

ଭଦ୍ରକ, ୩୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲ୍ଲାରୁ ନୂଆ ୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂତନ ଆକ୍ରାନ୍ତମାନେ ହେଲେ ତିହିଡି ବ୍ଲକ ସୟା ପଞ୍ଚାୟତର ଜଣେ ବ୍ୟକ୍ତି କଟକର ରୋହିଣୀ ହସ୍‌ପିଟାଲରେ ଚିକିତ୍ସା ହେଉଥିବା ବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ଶ୍ୟାମସୁନ୍ଦରପୁର ପଞ୍ଚାୟତର ଜଣେ ବ୍ୟକ୍ତି କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ଭଦ୍ରକ ପୌରପାଳିକା ୬ ନଂ ୱାର୍ଡରୁ ଜଣେ, ୧୨ ନଂ ୱାର୍ଡରୁ ଜଣେ, ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତରୁ ୩ଜଣ, ନାଆମୀ ପଞ୍ଚାତରୁ ୫ଜଣ, ବାଲିପୋଖରୀ ପଞ୍ଚାୟତରୁ ୬ଜଣ, ବୟାଁବନାପୁର ପଞ୍ଚାୟତରୁ ୨ଜଣ, ଦକ୍ଷିଣବାଡରୁ ୪ଜଣ ଝୁଟଣାରୁ ଜଣେ, ନପଙ୍ଗରୁ ଜଣେ, ରହଣିଆରୁ ୨ଜଣ, ଧାମନଗର ବ୍ଳକର ଅସୁରାଳି ପଞ୍ଚାୟତରୁ ଜଣେ, ଦଳାଙ୍ଗ ପଞ୍ଚାୟତରୁ ଜଣେ, ଫତେପୁରରୁ ଜଣେ, ତିହିଡି ବ୍ଳକ ଅଚକ ପଞ୍ଚାୟତରୁ ଜଣେ, ଭଦ୍ରକ ବ୍ଲକ ବିଷ୍ଣୁପୁର ପଞ୍ଚାୟତରୁ ଜଣେ, ନଳାଙ୍ଗ ପଞ୍ଚାୟତରୁ ଜଣେ, ବନ୍ତ ବ୍ଲକର ରାମପୁର ପଞ୍ଚାୟତରୁ ଜଣେ, ଗୋବିନ୍ଦପୁର ପଞ୍ଚାୟତରୁ ଜଣେ, ରାମଚନ୍ଦ୍ରପୁର ପଞ୍ଚାୟତରୁ ୩ଜଣ, ଚାନ୍ଦବାଲି ବ୍ଳକର ବାଂଶଡା ପଞ୍ଚାୟତରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଜିଲ୍ଳାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୨୫୮୬ । ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୧୮୨୭ଜଣ ଏବଂ ୭୫୧ଜଣ ଏବେ ଚିକିତ୍ସାଧିନ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.