Home ଜିଲ୍ଲା ପରିକ୍ରମା ବୈତରଣୀ ବନ୍ୟା ପରିସ୍ଥିତି ଜଟିଳ : ଏବେବି ୨୧ଖଣ୍ଡ ଗାଁ ବାହ୍ୟ ଜଗତରୁ ବିଛିନ୍ନ ,...

ବୈତରଣୀ ବନ୍ୟା ପରିସ୍ଥିତି ଜଟିଳ : ଏବେବି ୨୧ଖଣ୍ଡ ଗାଁ ବାହ୍ୟ ଜଗତରୁ ବିଛିନ୍ନ , ବନ୍ୟା ଘେରରେ ଫସି ରହିଛନ୍ତି ରୋଗୀ

73

ଭଦ୍ରକ, ୩୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତବର୍ଷ ବୈତରଣୀ ନଦୀର ବନ୍ଧ ଭାଙ୍ଗିନି ସତ କିନ୍ତୁ କୂଳ ଲଂଘି ବନ୍ୟା ପାଣି ଏପରି ମାଡି ଚାଲିଥିଲା ନିମିସକ ମଧ୍ୟରେ ଓଳଗ ପଞ୍ଚାୟତ ସମସ୍ତ ଗାଁ ଓ ପରେ ଆରଡି, ସୁନ୍ଦରପୁର, ନାନ୍ଦପୁର ଅଞ୍ଚଳର ସମସ୍ତ ଗାଁକୁ ବନ୍ୟାପାଣି ଖେଳିଯାଇଥିଲା । ବନ୍ୟାପାଣି ଏପରି ମାଡି ଚାଲିଥିଲା ନଦୀ-କ୍ଷେତ-ପଥ ସବୁ ଯେପରି ଏକାକାର ହୋଇଯାଇଥିଲା । ହେଲେ ଆଗକୁ ପୂ୍‌ର୍ଣିମା ତିଥି ଥିବାରୁ ସମଦ୍ରର ଜୁଆର ଆରମ୍ଭ ହୋଇଯାଇଛି । ଫଳରେ ଉପରମୁଣ୍ଡରୁ ଖସୁଥିବା ବୈତରଣୀ ନଦୀର ବନ୍ୟାଜଳ ଠିକ ଭାବେ ନିଷ୍କାସିତ ନହୋଇ ଆରଡି ସମେତ ୪ଟି ପଞ୍ଚାୟତରେ ଲହଡି ଭାଙ୍ଗୁଛି । ଫଳରେ ପହଣା, ପାଲଟପୁର, ମୁଆଁ, ସନ୍ତରା, ସିଙ୍ଗିପୁର, ବାତୋଳ, ସାନପଙ୍କି, ଶୀତଳପୁର, ଭୂଇଁପୁର, ନାନ୍ଦପୁର, କୋଇଲିଖା, ବାଙ୍କମୁଆ, ଖଟୁଆପାଟଣା ଆଦି ୨୧ଖଣ୍ଡ ଗାଁରେ ବନ୍ୟାପାଣି ଅଣ୍ଟାଏ ଉଚ୍ଚରୁ ଲହଡି ମାରୁଥିବାରୁ ଶତାଧିକ ପକାଘର ସମେତ କଚାଘରରେ ପାଣି ପଶି ରହିଥିବାରୁ କିଏ ଘର ସଙ୍ଗା ଉପରେ ଆଶ୍ରୟ ନେଇଛି ତ ଆଉ କିଏ ଛାତ ଉପରେ ପାଲ ଟାଣି ରହିଛି । ବନ୍ୟାର ବିଭୀଷିକା ଦୀର୍ଘ ୪ଦିନ ବିତିଯାଇଥିଲେ ମଧ୍ୟ ସରକାରୀ ସାହାଯ୍ୟ ଓ ସୁବିଧା ଭଦ୍ରକରେ ଅଟକି ଯାଇଛି । ଫଳରେ ନଳକୂପ ବୁଡି ରହିଥିଲେ ମଧ୍ୟ ବନ୍ୟାବିପନ୍ନଙ୍କୁ ନା ମିଳୁଛି ବିଷୁଦ୍ଧ ପାଣି ନା ଯାତାୟତ ପାଇଁ ମିଳିଛି ଡଙ୍ଗା । ଫଳରେ ବହୁ ଗାଁରେ ରୋଗୀ ପୀଡାରେ କଲବଲ ହେଉଥିଲେ ମଧ୍ୟ ବିପନ୍ନ କୈାଣସି ଉପାୟ ନପାଇ ଶେଷରେ କିଛି ଲୋକ ଡଙ୍ଗା ଭଡା କରି ଆରଡି ମେଡିକାଲକୁ ଆସିଥିବା ସନ୍ତରାରର ଶୁକରାମ ବିଶ୍ୱାଳ, ମନ୍ଦର ବିଶ୍ୱାଳ ପ୍ରମୁଖ ପ୍ରକାଶ କରିଛନ୍ତି । ବିଶେଷକରି କ୍ଷେତରେ ଦୀର୍ଘ ୭/୮ଦିନ ହେବ ୧୦/୧୧ଫୁଟ ଉଚ୍ଚରେ ବନ୍ୟାଜଳ ଲହଡି ମାରୁଥିବାରୁ ଗୃହପାଳିତ ପଶୁ ଓ ବୁଲା ଶଣ୍ଢ ମଧ୍ୟ ଖାଦ୍ୟ ବିନା ଭୋକିଲା ରାଜରାସ୍ତାରେ ବନ୍ଧା ହୋଇଛନ୍ତି । ଏପରି ସଂକ୍ରାନ୍ତରେ ଚାନ୍ଦବାଲି ତହସିଲିଦାର ଶୁଶାନ୍ତ କୁମାର ସୁତାରଙ୍କୁ ପଚାରିବାରୁ ଆମ ସ୍ତରରେ କିଛି ହେବନି ଯାହା ଭଦ୍ରକ ପ୍ରଶାସନ କରିପାରିବ, ତାହାସହ ଏପରି ସମସ୍ୟା ବାବଦରେ ବିଡିଓଙ୍କ ସହ କଥା ହେବେ ବୋଲି ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.