Home ଜିଲ୍ଲା ପରିକ୍ରମା ଆଜି ଆଉ ୧୧୪ ଆକ୍ରାନ୍ତ ଭଦ୍ରକ ଜିଲ୍ଲାରୁ ଚିହ୍ନଟ

ଆଜି ଆଉ ୧୧୪ ଆକ୍ରାନ୍ତ ଭଦ୍ରକ ଜିଲ୍ଲାରୁ ଚିହ୍ନଟ

132

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲ୍ଲାରୁ ଆଉ ୧୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଜିଲ୍ଳାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୩୭ ହୋଇଛି । ସେହିଭଳି ଭାବେ ନୂଆ ୧୦୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାଙ୍କୁ ମିଶାଇ ସୁସ୍ଥଙ୍କ ମୋଟ ସଂଖ୍ୟା ୧୪୧୯ରେ ପହଞ୍ଚିଛି । ବାକି ୯୧୨ଜଣ ଆକ୍ରାନ୍ତ ଏବେ ଆକ୍ଟିଭ କେଶ ଭାବେ ଚିକିତ୍ସିତ ହେଉଛନ୍ତି । ଆଜି ଚିହ୍ନଟ ୧୧୪ଜଣଙ୍କ ମଧ୍ୟରେ ବାସୁଦେବପୁର ବ୍ଲକରୁ ୧୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାସୁଦେବପୁର ପୌରପାଳିକାରୁ ୧୦ଜଣ ଚିହ୍ନଟ ହୋଇଛନ୍ତି । ଭଦ୍ରକ ବ୍ଲକରୁ ୯ଜଣ, ଭଦ୍ରକ ପୌରପାଳିକାରୁ ୧୨, ବନ୍ତରୁ ୧୨, ଭଣ୍ଡାରିପୋଖରୀରୁ ୨, ଚାନ୍ଦବାଲିରୁ ୧୪, ଧାମନଗରରୁ ୧୫ ଓ ତିହିଡି ବ୍ଳକରୁ ୨୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.