Home ଜିଲ୍ଲା ପରିକ୍ରମା ଆଗରପଡ଼ାକୁ ମିଳିଲା ଏନଏସି ମାନ୍ୟତା, ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କୁ ଅଞ୍ଚଳବାସୀଙ୍କ କୃତଜ୍ଞତା

ଆଗରପଡ଼ାକୁ ମିଳିଲା ଏନଏସି ମାନ୍ୟତା, ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କୁ ଅଞ୍ଚଳବାସୀଙ୍କ କୃତଜ୍ଞତା

13

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ପରି ୩ ଗୋଟି ଜିଲ୍ଲାର ସୀମାନ୍ତବର୍ତ୍ତୀ ସ୍ଥାନରେ ବନ୍ତ ବ୍ଲକର ଆଗରପଡ଼ା ଅଞ୍ଚଳଟି ଅବସ୍ଥିତ । ଏଠାରେ ବ୍ଲକର ପୂରାତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର , ଦମକଳ କେନ୍ଦ୍ର, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ୨ ଗୋଟି ମହାବିଦ୍ୟାଳୟ, ୪ଗୋଟି ବ୍ୟାଙ୍କ ସମେତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ମାନ ରହିଛି । ମାତ୍ର ସେପରି ସ୍ଥଳେ ଏନଏସି ମାନ୍ୟତା ଏ ଅଞ୍ଚଳ ପାଇ ନଥିବାରୁ ଲୋକମାନେ ନାନାଦି ହଇରାଣ ହରକତ ହୋଇଆସୁଥିଲେ । ବନ୍ତ ସଦର ମହକୁମା ଠାରେ ତହସିଲ, ବ୍ଲକ, ସବରେଜେଷ୍ଟ୍ରି ଅଫିସ ଆଦି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଥିବାରୁ ଲୋକମାନେ ଏଠାରୁ ୧୬ କି:ମି ଦୂର ଯାଇ ଦୈନଦିନ କାର୍ଯ୍ୟ ସମ୍ପାଦନ କରୁଥିଲେ । ବିଟିପୁର, ପୁରୁଷଣ୍ଢ, ବଡ଼ମହିଷଗୋଠ, ଗୋପିନାଥପୁର, ମହାନ୍ତିପଡ଼ା, ଚାରିଗାଁ, ଅଣିଜୋ ଆଦି ପଞ୍ଚାୟତ ଗୁଡ଼ିକ ଆଗରପଡ଼ା ସଂଲଗ୍ନ ପଞ୍ଚାୟତ ଅଟେ । ଏହି ସବୁ ପଞ୍ଚାୟତର ଲୋକସଂଖ୍ୟା ସମେତ ଏହି ଅଞ୍ଚଳର ଭୌଗଳିକ ସ୍ଥିତିକୁ ଅନୁଧ୍ୟାନ କଲେ ଆଗରପଡ଼ା ଏନଏସି ମାନ୍ୟତା ପାଇବାର କୌଣସି ପ୍ରତିବନ୍ଧକ ନଥିଲା । ଏଠାରେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ନବ ଉତ୍କଳର ନିର୍ମାତା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ଃ ହରେକୃଷ୍ଣ ମହତାବ ଜନ୍ମ ଗ୍ରହଣ କରିଥିଲେ । ତେଣୁ ଐତିହାସିକ ଦୃଷ୍ଟି କୋଣରୁ ଏହି ସ୍ଥାନଟି ଓଡ଼ିଶା ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ପୂର୍ବରୁ ବହୁବାର ଏନଏସି ପାଇଁ ଦାବୀ ହୋଇଆସୁଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେବାରେ ବିଳମ୍ବ ହେବାରୁ ସ୍ଥାନୀୟ ଜନସାଧାରଣ ଓ ଲୋକପ୍ରତିନିଧି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବିଜେଡି ଜିଲ୍ଲା ଉପ-ସଭାପତି ପ୍ରଶାନ୍ତ ଦାଶ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ବି.ଟି.ପୁର ସରପଞ୍ଚ ସୁଭଦ୍ରା ସିଂହ, ମହାନ୍ତିପଡ଼ା ସରପଞ୍ଚ ନିହାର ରଞ୍ଜନ ପଣ୍ଡା, ସମିତି ସଭ୍ୟ ନିର୍ମଳ ନାୟକ ପ୍ରମୁଖଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଗତ ମାର୍ଚ୍ଚ ୨୦୨୨ ମସିହାରେ ମାନ୍ୟବର ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ପ୍ରଦାନ କରାଯାଇଥିଲା ।

ଆଗରପଡ଼ାକୁ ଏନଏସି ମାନ୍ୟତା ଦାବି ପରେ ବିଧାୟକ ଶ୍ରୀ ସାମଲ ତତ୍ପରତା ପ୍ରକାଶ ପୂର୍ବକ ବିଭାଗୀୟ ମନ୍ତ୍ରୀଙ୍କୁ ଲିଖିତ ଭାବେ ନିବେଦନ କରିଥିଲେ । ଏଥି ସହ କିଛି ମାସ ପୂର୍ବେ ୫-ଟି ସଚିବ ଭଦ୍ରକ ଗ୍ରସ୍ତରେ ଆସିଥିବା ବେଳେ ପୂର୍ନଃବାର ଦାବିପତ୍ର ଦିଆଯାଇଥିଲା । ଆଜି ରାଜ୍ୟର ୩୪ଟି ନୂତନ ଏନଏସି ମାନ୍ୟତା ନେଇ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଭଦ୍ରକ ଜିଲ୍ଲାର ଏକ ମାତ୍ର ଆଗରପଡ଼ା ରହିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏ ନେଇ ଜିଲ୍ଲା ବିଜେଡି ଉପ-ସଭାପତି ପ୍ରଶାନ୍ତ ଦାଶ ତାଙ୍କ ପ୍ରତିକ୍ରିୟାରେ କହନ୍ତି, ସଂପୃକ୍ତ ଅଞ୍ଚଳର ୮ଗୋଟି ପଞ୍ଚାୟତବାସୀଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ବିଧାୟକ ୫-ଟି ସଚିବଙ୍କୁ ଅବଗତ କରାଯାଇଥିଲା । ତାହାକୁ ରାଜ୍ୟ ସରକାର ପୂରଣ କରିଥିବାରୁ ନିର୍ବାଚିତ ଜନପ୍ରତିନିଧି ଓ ଅଞ୍ଚଳବାସୀଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରୁଛୁ । ସର୍ବୋଚ୍ଚ ନ୍ୟାୟଳୟର ଆଇନଜୀବି ଜଗତ ମୋହନ ସିଂହ କହନ୍ତି,ଐତିହାସିକ ପୃଷ୍ଠ ଭୂମି ଆଗରପଡ଼ାକୁ ଏନଏସି ମାନ୍ୟତା ଦେବା ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ବୋଲି ସେ କହିଛନ୍ତି । ପୂର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ପଣ୍ଡା କହନ୍ତି, ଅଞ୍ଚଳବାସୀଙ୍କ ବହୁ ଦିନର ଆଶା ବିଳମ୍ବ ହେଲେ ମଧ୍ୟ ଏବେ ରାଜ୍ୟ ସରକାର ପୂରଣ କରିଛନ୍ତି । ଯାହାକି ଅଞ୍ଚଳବାସୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.