Home ଜିଲ୍ଲା ପରିକ୍ରମା ଆଖୁଆପଦାରେ ଭଣ୍ଡାରିପୋଖରୀ ବିକାଶର ଚିତ୍ର ଦେଖାଇଲେ ୫ଟି ଅଧ୍ୟକ୍ଷ

ଆଖୁଆପଦାରେ ଭଣ୍ଡାରିପୋଖରୀ ବିକାଶର ଚିତ୍ର ଦେଖାଇଲେ ୫ଟି ଅଧ୍ୟକ୍ଷ

9

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଖୁଆପଦାରେ ଅନ୍ତଃନଦୀ ଜଳାଶୟ ୪୮୦ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବ । ୩୨ ହଜାର ହେକ୍ଟର ଜମି ଜଳସେନ ସମ୍ଭବ ହେବା ସହ ୫ଲକ୍ଷ ଚାଷୀ ଉପକୃତ ହେବେ । ସହ ମାଛଚାଷ ସହ ରବି ଚାଷ ସମ୍ଭବ ହେବ । ବିଧାୟକ ପ୍ରଫୁଲ୍ଲ ସାମଲଙ୍କ କ୍ରମାଗତ ଉଦ୍ୟମ ଫଳରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ଅନୁମୋଦନ କରିଛନ୍ତି । ବିରିଡି ରେଲୱେ ଲାଇନ ପାଖରୁ ତିନିତରଫ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ୭ କୋଟି ଟଙ୍କା ମଞ୍ଜୁର ହୋଇଛି । ବିରିଡି ଠାରୁ ତିନ୍ତର ଘାଟ ପର୍ଯ୍ୟନ୍ତ ନଦୀବନ୍ଧ ସୁଦୃଢିକରଣ ପାଇଁ ୫୩.୮୭ କୋଟି ଟଙ୍କା ଓ ରାସ୍ତାର କଂକ୍ରିଟ କରଣ ପାଇଁ ୯୬.୩୭ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହା ଦ୍ୱାରା ୧୭ଟି ପଞ୍ଚାୟତର ୨୦ ହଜାର ଲୋକ ଉପକୃତ ହେବେ । ଆଖୁଆପଦା ଠାରୁ ବଳିଘାଇ ଓ ବଳିଘାଇ ଠାରୁ ମଣିନାଥପୁର ବୈତରଣୀ ନଦୀବନ୍ଧର ଟେଣ୍ଡର ହୋଇଛି । ଏହା ଦ୍ୱାରା ଯାତାୟତ ଓ ବନ୍ୟା ସୁରକ୍ଷା ଉପଲବ୍‌ଧ ହୋଇପାରିବ । ଭଣ୍ଡାରିପୋଖରୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ୭୨୦ ଟଙ୍କାର ବିଭିନ୍ନ ପ୍ରକଳ୍ପ ଅନୁମୋଦନ କରିଛନ୍ତି ବୋଲି ଆଖୁଆପଦା ହରପାର୍ବତୀ ପଡିଆରେ ଅନୁଷ୍ଠିତ ସାଧାରଣ ସଭାରେ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ପ୍ରକାଶ କରିଛନ୍ତି ।

ଗତ ଜୁନ ମାସରେ ଭଦ୍ରକ ଗସ୍ତରେ ଆସିଥିବା ସମୟରେ ମିଳିଥିବା ଅଭିଯୋଗଗୁଡିକର ସମାଧାନ ପ୍ରକ୍ରିୟା ଶେଷ ହୋଇଛି ବୋଲି ସେ ସୂଚନା ଦେଇଥିଲେ । ମଧ୍ୟାନ୍ନରେ ହେଲିକେପ୍ଟର ଯୋଗେ ଆଦି ଆଖୁଆପଦା ପଡିଆରେ ପହଞ୍ଚାବା ପରେ ବିଧାୟକ ପ୍ରଫୁଲ୍ଲ ସାମଲ, ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲା ପୁଲିସ ଅଧିକ୍ଷକ ବରୁଣ ଗୁଣ୍ଟପାଲ୍ଲୀ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ସଭାସ୍ଥଳୀକୁ ପାଛୋଟି ଆଣିଥିଲେ । ସେଠାରେ ରାଜ୍ୟ ସରକାରଙ୍କ ରୂପାନ୍ତରିକରଣ ସହ ବିଭିନ୍ନ ଭତ୍ତାବୃଦ୍ଧି, ଛାତ୍ରବୃତ୍ତି ପ୍ରଦାନ, ମମତା ଯୋଜନା ରାଶି ବୃଦ୍ଧି ଆଦି ସମ୍ପର୍କରେ ଶ୍ରୀ ପାଣ୍ଡିଆନ ବିସ୍ତ୍ରୃତ ସୂଚନା ଦେଇଥିଲେ । ଏହି ସଭାରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବହୁ ସଂଖ୍ୟକ ମହିଳା, ଜନସାଧାରଣ ଯୋଗଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି, ଜିଲ୍ଲା ଚିକିତ୍ସାଳୟ ପ୍ରଶାସନିକ ଅଧିକାରୀ ରାମଦାସ ଟୁଡୁ, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.