Home ଓଡ଼ିଶା ଅର୍ଥଲଗାଣ କାରୀ ସଂସ୍ଥାମାନଙ୍କର ମନମୁଖୀ ଜନବିରୋଧୀ ନୀତି ବିରୁଦ୍ଧରେ ରିଜର୍ଭ ବ୍ୟାଙ୍କ, ପ୍ରଧାନ ମନ୍ତ୍ରୀ, ଅର୍ଥ...

ଅର୍ଥଲଗାଣ କାରୀ ସଂସ୍ଥାମାନଙ୍କର ମନମୁଖୀ ଜନବିରୋଧୀ ନୀତି ବିରୁଦ୍ଧରେ ରିଜର୍ଭ ବ୍ୟାଙ୍କ, ପ୍ରଧାନ ମନ୍ତ୍ରୀ, ଅର୍ଥ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

161

ଭୁବନେଶ୍ୱର ୨୯/୦୭ (ଓଡ଼ିଆ ପୁଅ) ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନ ପକ୍ଷରୁ ଆଜି ରିଜର୍ଭ ବ୍ୟାଙ୍କର ଗଭର୍ନର ଶ୍ରୀ ଶଶିକାନ୍ତ ଦାଶଙ୍କୁ ଭୁବନେଶ୍ୱର ମୁଖ୍ୟ ଶାଖା ପରିଚାଳକଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ବର୍ତ୍ତମାନର କୋଭିଡ ପରିସ୍ଥିତିରେ ଲକଡାଉନ / ସଟଡାଉନ ଯୋଗୁ ଜନସାଧାରଣ ନାହଁ ନଥିବା ଅବସ୍ଥା ଭୋଗୁଥିଲା ବେଳେ ପ୍ରତିଟି ପରିବାରର ଆର୍ଥିକ ପରିସ୍ଥିତି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି।ବ୍ୟାଙ୍କ ଓ ଅନ୍ୟାନ୍ୟ ଅର୍ଥଲଗାଣକାରୀ ସଂସ୍ଥାମାନେ ଇଏମଆଇ ଛାଡ଼ ବଦଳରେ ବେଡି ଉପରେ କୋରଡ଼ା ଭଳି ଚକ୍ରବୃଦ୍ଧି ହାରରେ ସୁଧ ଆଦାୟ କରି ଚାଲିଛନ୍ତି। ବ୍ୟାଙ୍କମାନଙ୍କର ଏହିଭଳି ଗରୀବମାରଣ ନୀତି ପାଇଁ ଗରିବ ଗୁରୁବା, ଛୋଟ ବ୍ୟବସାୟୀ, ଚାଷୀ ଏବଂ ମଧ୍ୟବିତ୍ତ ପରିବାର ଏହା ଫଳରେ ବେଶୀ କ୍ଷତିଗ୍ରସ୍ତ ହେଉଛନ୍ତି।

ସରକାର ରିହାତି ଘୋଷଣା କରିଥିଲେ ମଧ୍ୟ ଓ ରିଜର୍ଭ ବ୍ୟାଙ୍କର ନିର୍ଦେଶନାମା ଥିବା ସତ୍ୱେ ବ୍ୟାଙ୍କ ଏବଂ ଅର୍ଥ ଲଗାଣକାରି ସଂସ୍ଥାମାନେ ଏହାକୁ କିଛି ମାନୁନାହାନ୍ତି।

ଏ ପରିପ୍ରେକ୍ଷୀରେ ସଂଗଠନ ତରଫରୁ ବ୍ୟାଙ୍କ ଓ ତମାମ ଅର୍ଥଲଗାଣ କାରୀ ସଂସ୍ଥା ମାନଙ୍କର ଏହିପରି ମନମୁଖୀ ଜନବିରୋଧୀ ନୀତି ବିରୁଦ୍ଧରେ ରିଜର୍ଭ ବ୍ୟାଙ୍କ, ପ୍ରଧାନ ମନ୍ତ୍ରୀ, ଅର୍ଥ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ଆଜିରଏହି କାର୍ଯ୍ୟକ୍ରମରେ ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼ଃ ଅଭିନ୍ନ ହୋତା, ରାଜ୍ୟ ଉପସଭାପତି ସୁଧାଂଶୁ ମହାନ୍ତି, ପରିବେଶ କମିଟି ଅଧ୍ୟକ୍ଷ ନୀଳମଣି ମିଶ୍ର, ଉପଦେଷ୍ଟା କୈଳାଶ ମିଶ୍ର, ବାଲେଶ୍ୱର ଜିଲ୍ଲା ସଭାନେତ୍ରୀ ସଂଘମିତ୍ରା ମହାନ୍ତି, ରାଜ୍ୟ ସମ୍ପାଦିକା ଦେବୀଦତ୍ତା ସାମନ୍ତରାୟ, ରାଜେଶ ମଲ୍ଲିକ, ଯୁଗ୍ମ ସମ୍ପାଦକ ବାବୁ ନାୟକ, ସଂଯୋଜିକା ସସ୍ମିତା ମଲ୍ଲିକ, ସାଗରିକ ପ୍ରଧାନ, ସୋନାଲି ମହାପାତ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ଗୋପାଳ ମକଦମ, ଉପସଭାପତି ସଞ୍ଜୟ ପରିଡା, ବୈକୁଣ୍ଠ ଭୋଇ, ଅଶୋକ ମଲ୍ଲିକ, ସମୀର ତ୍ରିପାଠୀ, ଦିବ୍ୟଜ୍ୟୋତି ବିଶ୍ୱାଳ, ଶେଖ ଅବଦୁଲ ଅଲ୍ଲୀ, କଟକ ଜିଲ୍ଲା ସଭାପତି ସନ୍ତୋଷ ଭୋଳ, ଆଶିଷ ପାଲ, ନିହାର ମହାନ୍ତି, ଅଶୋକ ମଲ୍ଲିକ, ସସ୍ମିତା ପାହାଡ଼ସିଂହ, ଜ୍ୟୋତି କର, ସାଇ ସୁପ୍ରଭା ପଟ୍ଟନାୟକ, ସୌଭାଗ୍ୟ ଲେଙ୍କା, ସରୋଜ ମିଶ୍ର, ବରିଷ୍ଠ ମନୋରଞ୍ଜନ ଦାସ, ସ୍ଵାତିସ୍ମିତା ମହାପାତ୍ର, ସାଗରୀକା ସାହୂ, ଅରିନ୍ଦମ ଦଳାଇ, ଚିନ୍ମୟୀ ପଟ୍ଟନାୟକ, ପ୍ରମୁଖ ଯୋଗଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.