Home ଓଡ଼ିଶା ନୟାଗଡ଼ ଜିଲାରେ ନୂଆ ୨୯ ସଂକ୍ରମିତ ସହ ସମୁଦାୟ ୫୩୭ ଆକ୍ରାନ୍ତ, ସୁସ୍ଥ ହୋଇ ଫେରିଥିବା...

ନୟାଗଡ଼ ଜିଲାରେ ନୂଆ ୨୯ ସଂକ୍ରମିତ ସହ ସମୁଦାୟ ୫୩୭ ଆକ୍ରାନ୍ତ, ସୁସ୍ଥ ହୋଇ ଫେରିଥିବା କରୋନା ଆକ୍ରାନ୍ତଙ୍କ ପ୍ଲାଜ୍‌ମା ଦାନ କରିବାକୁ ଜିଲାପାଳ ଅନୁରୋଧ କଲେ

125

ନୟାଗଡ଼, ୨୯ା୭:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫୦୮ ଥିବାବେଳେ ୨୪ ଘଂଟା ଭିତରେ ପୁଣି ୨୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୨୯ଜଣ ଭାପୁର ବ୍ଳକରୁ ଏକକାଳୀନ ୨୨ ହୋଇଥିବାବେଳେ ଦଶପଲ୍ଲା ବ୍ଳକରୁ ୨ଜଣ, ଖଣ୍ଡପଡ଼ା ବ୍ଳକରୁ ଜଣେ, ରଣପୁର ବ୍ଳକରୁ ୨ଜଣ ଓ ନୟାଗଡ଼ ମ୍ୟୁନିସିପାଲିଟିରୁ ୨ଜଣ ଚିହ୍ନଟ ହୋଇଛନ୍ତି। ତେବେ ପୂର୍ବରୁ ସଙ୍ଗରୋଧ କେନ୍ଦ୍ରରୁ ଆକ୍ରାନ୍ତମାନେ ଚିହ୍ନଟ ହେଉଥିବାବେଳେ ଏବେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ବଢୁଥିବା ଲକ୍ଷ୍ୟ କରାଯାଉଛି। ଭାପୁର ବ୍ଳକରୁ ଯେଉଁ ୨୨ଜଣ ଚିହ୍ନଟ ହୋଇଛନ୍ତି ସେଥିମଧ୍ୟରୁ ଫତେଗଡ଼ ପଂଚାୟତରୁ କେବଳ ୧୩ଜଣ ଚିହ୍ନଟ ହୋଇଥିଲାବେଳେ ନିମାଣୀ ପଂଚାୟତର ନିମାଣୀ ଗାଁରୁ ୫ଜଣ ଏବଂ ପୋଡ଼ାସାହିରୁ ଜଣେ ଚିହ୍ନଟ ହୋଇଛନ୍ତି। ଏହିସବୁ ପଂଚାୟତର ସରପଂଚମାନେ ଏହିସବୁ ପଂଚାୟତକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସର୍ଟଡାଉନ କରିଛନ୍ତି। ଅନ୍ୟପକ୍ଷରେ କରୋନାରୁ ସୁସ୍ଥ ହେବାର ୪ସପ୍ତାହ ପରେ ନିଜର ପ୍ଲାଜମା ଦାନ କରିବାକୁ ଜିଲାପାଳ ଅନୁରୋଧ କରିଛନ୍ତି। ସୁସ୍ଥ ହୋଇ ଫେରିଥିବା କରୋନା ଆକ୍ରାନ୍ତଙ୍କ ପ୍ଲାଜମା କରୋନାରେ ଗୁରୁତର ପିଡ଼ୀତ ଆକ୍ରାନ୍ତଙ୍କ ଜୀବନ ରକ୍ଷା କରିବାର ସହାୟକ ହୋଇଥିବାରୁ ସେ ଏପରି ଜିଲାବାସୀଙ୍କୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.