Home ଜିଲ୍ଲା ପରିକ୍ରମା ଅଭିଷେକଙ୍କୁ ବଂଚାଇ ପାରିଲାନି ଇକ୍‌ମୋ ଚିକିତ୍ସା

ଅଭିଷେକଙ୍କୁ ବଂଚାଇ ପାରିଲାନି ଇକ୍‌ମୋ ଚିକିତ୍ସା

82

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେବଳ ଭଦ୍ରକ ନୁହେଁ ସମଗ୍ର ଦେଶର ବହୁ ଚର୍ଚ୍ଚିତ ଏହି ଜିଲାର ବାସୁଦେବପୁରର ଅଭିଷେକ ମହାପାତ୍ର କରୋନା ଯୁଦ୍ଧରେ ହାରିଯାଇ ଗତକାଲି ରାତି ୧ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ୍ ମନ୍ଦାରୀ ଗ୍ରାମର ପିତା-ମାତାଙ୍କର ଏକମାତ୍ର ପୁତ୍ର ଅଭିଷେକ ବିବାହର ୮ ଦିନ ପରେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲେ । ତାଙ୍କୁ ପରିବାର ଲୋକେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଦୀର୍ଘ ୨୩ ଦିନ ଆଇସିୟୁରେ ରଖାଇ ଚିକିତ୍ସିତ କରାଇବା ପରେ ବି କୌଣସି ସୁଧାର ନଆସିବାରୁ ବ୍ୟୟବହୁଳ ଇକ୍‌ମୋ ଚିକିତ୍ସା ପାଇଁ ଭୁବନେଶ୍ୱରରୁ କୋଲକାତାକୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ କରିଥିଲେ । ତେବେ ଏହି ବ୍ୟୟବହୁଳ ଇକ୍‌ମୋ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଏକ କୋଟିରୁ ଉର୍ଦ୍ଧ୍ୱ ସହାୟତା ପାଇଁ ତାଙ୍କ ପରିବାର ପକ୍ଷରୁ ସୋସିଆଲ ମିଡିଆ ମାଧ୍ୟମରେ ଆକୁଳ ନିବେଦନ କରିବା ପରେ ସୋସିଆଲ ମିଡିଆ ଫଣ୍ଡ ରାଇଜିଂ ମାଧ୍ୟମରେ ଅଭିଷେକଙ୍କ ନିକଟକୁ ସହାୟତାର ହାତ ବଢାଇଥିଲେ ଅନେକ ସଂଗଠନ ଓ ବ୍ୟକ୍ତିବିଶେଷ । ତେବେ ଦୀର୍ଘ ୩ ମାସ ଧରି କୋଲକାତାର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେବା ମଧ୍ୟରେ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଅଭିଷେକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.