Home ଜିଲ୍ଲା ପରିକ୍ରମା ଅଦରକାରୀ ଜିନିଷରେ ଘରକରଣା ଶିଖାଉଥିବା ଜିତୁ ସାହୁ

ଅଦରକାରୀ ଜିନିଷରେ ଘରକରଣା ଶିଖାଉଥିବା ଜିତୁ ସାହୁ

103

ନୟାଗଡ଼, ୪ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଜୀବିକା ଚାକିରୀ ହୋଇଥିବାବେଳେ କୌଣସି ଅଦରକାରୀ ଜିନିଷକୁ ଫୋପାଡ଼ି ନଦେଇ ତାକୁ ନିଜ ବୁଦ୍ଧି ଖଟେଇ କିଛି କରିବା ସହିତ ଅନ୍ୟକୁ ଶିଖେଇବାର ଯାହାଙ୍କର ନିଶା ସେ ହେଉଛନ୍ତି ଜିତୁ ସାହୁ। ଯାହାଙ୍କର ଘର ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହିରେ। ସେ ନିଜ ବୁଦ୍ଧି ଖଟେଇ ଅଦରକାରୀ ଜିନିଷରେ ବିଭିନ୍ନ କିସମର ଘରକରଣା ଜିନିଷ ତିଆରି ସେ ଏବେ ଚର୍ଚ୍ଚାରେ। ଅଯଥା ଖର୍ଚ୍ଚକୁ ରୋକିବା ପାଇଁ ଅଦରକାରୀ ଜିନିଷକୁ ନଫୋପାଡ଼ି ଅତି ସୁନ୍ଦରଭାବେ ଘର କରଣା ଜିନିଷ କିପରି ତିଆରି କରାଯାଇ ପାରିବ ଏଥିପାଇଁ ସେ ଦିଅନ୍ତି ଅନ୍ୟକୁ ପରାମର୍ଶ। ଏପରି ପ୍ରେରଣା ପାଇ କେତେକ ମଧ୍ୟ ଏପରି ପନ୍ଥା ଆପଣେଇ ଥିଲାବେଳେ ଅନ୍ୟକୁ ତିଆରି କରିବାର ପରାମର୍ଶ ଦେଇ ଜିତୁ ପାଆନ୍ତି ଅହେତୁକ ଖୁସି। ଫୋପଡ଼ା ଯାଉଥିବା ଫ୍ୟୁଜ୍ ଏଲ୍‌ଇଡି ବଲ୍ୱ ହେଉ କି ପ୍ଳାଷ୍ଟିକ ବୋତଲ ହେଉ କି ଆଉ କିଛି ହେଉ। ସେ ଅତି କମ୍ ସମୟ ଭିତରେ ଅଦରକାରୀ ଜିନିଷରେ ଘରକରଣା ଜିନିଷ ତିଆରି କରିପାରିବାରେ ଅତ୍ୟନ୍ତ ସିଦ୍ଧହସ୍ତ। ସାଧାରଣତଃ ଝାଡ଼ୁ ତିଆରି କରି ଅନ୍ୟକୁ ଶିଖେଇବାରେ ସେ ପାଆନ୍ତି ପରମ ଆନନ୍ଦ। ଫୋପଡ଼ି ଦେଉଥିବା ଥଣ୍ଡା ପ୍ଳାଷ୍ଟିକ ବୋତଲରେ ଅତି ସୁନ୍ଦର ଆକର୍ଷଣ ଭାବେ ସଜେଇ ଦିଅନ୍ତି ଝାଡ଼ୁ। ଯାହାକି ‌ବଜାରରେ ମିଳୁଥିବା ବିଭିନ୍ନ କିସମର ଝାଡ଼ୁ ଠାରୁ କୌଣସି ଗୁଣରେ କମ୍ ନୁହେଁ। ସେ ଅନ୍ୟକୁ ଝାଡ଼ୁ ଶିଖେଇବା ବେଳେ ଦୁଇଶହ ମିଲି.କି ତିନିଶହ ମିଲିର ପ୍ଲାଷ୍ଟିକ ବୋତଲ ଆଣି ତଳପାର୍ଶ୍ୱରେ ଥିବା ଚକିରେ ଥିବା ବୋତଲର ୪ଟି ଷ୍ଟାଣ୍ଡକୁ ସାଇଜ୍ ମୁତାବକ କାଟି ସେହି ଚାରିଟି ଯାକ ବାଟ ଦେଇ ଆବଶ୍ୟକ ମୁତାବକ ଖଡ଼ିକା କାଠି ଭରି ଦିଅନ୍ତି। ଏବଂ ଆଉଟିକେ ମଜ୍‌ଭୁତ ପାଇଁ ପସନ୍ଦ ମୁତାବକ ରଙ୍ଗବେରଙ୍ଗର ସୁତୁଲି ବା କନାଧଡ଼ିରେ ବାନ୍ଧି ଅଧିକ ଆକର୍ଷଣୀୟ କରିଥାନ୍ତି। ବାହାରୁ ଅଯଥା କିଣି ଖର୍ଚ୍ଚାନ୍ତ ହେବା ଅପେକ୍ଷା ନିଜେ ମନପସନ୍ଦର ଓ ଅତି ମଜଭୁତ୍ ଭାବେ ଝାଡ଼ୁ ବନେଇବା ପାଇଁ ପରାମର୍ଶ ଦିଅନ୍ତି ଜିତୁ ସାହୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.