Home କେନ୍ଦୁଝର ଅପ୍ରତିଦ୍ୱନ୍ଦୀ ସରପଞ୍ଚ ଭାବେ ସମ୍ବର୍ଦ୍ଧିତ ହେଲେ ଭାମାମଣି

ଅପ୍ରତିଦ୍ୱନ୍ଦୀ ସରପଞ୍ଚ ଭାବେ ସମ୍ବର୍ଦ୍ଧିତ ହେଲେ ଭାମାମଣି

116

ପାଟଣା ୨-୧୧ (ଓଡ଼ିଆ ପୁଅ/ସନ୍ତୋଷ ପତି) – ଶନିବାର ଭୁବନେଶ୍ବର ଜୟଦେବ ଭବନ ଠାରେ ଆୟୋଜିତ ହୋଇଥିବା ନିଖିଳ ଓଡିଶା ପୂର୍ବତନ ସରପଞ୍ଚ ସଙ୍ଘର ୧୬ ତମ ରାଜ୍ୟ ସ୍ତରୀୟ ସମ୍ମିଳନୀରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ମୁଷାଖୋରୀ ପଞ୍ଚାୟତର ସରପଞ୍ଚ ଭାମାମଣି ଦାସ ୩ ଥର ଭାବେ ଅପ୍ରତିଦ୍ୱନ୍ଦୀ ଭାବରେ ନିର୍ବାଚିତ ହୋଇ ଥିବାରୁ ସଙ୍ଘ ତରଫରୁ ପୁଷ୍ପଗୁଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି। ସଙ୍ଘ ମୁଖ୍ୟ ଉପଦେଷ୍ଟା ହେମନ୍ତ ରଥ ଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଜୟଦେବ ନିର୍ବାଚନ ମଣ୍ଡଳୀର ବିଧାୟକ ଅରବିନ୍ଦ ଢାଲି ଯୋଗଦେଇ ମୁଖ୍ୟ ବକ୍ତା ଭାବରେ ଡ଼ାବୁଗାଁ ବିଧାୟକ ମୋନହର ରାନ୍ଧାରି। ସମ୍ମାନିତ ଅତିଥି ଭାବରେ ଅନୁସୂଚିତ ଜାତି, ଜନଜାତି ଏବଂ ସଂଖ୍ୟାଲଘୁ ବିଭାଗର ଉପଦେଷ୍ଟା ମୁନା ଖାଁ ଓ ନିଖିଳ ଓଡିଶା ସରପଞ୍ଚ ମହାସଙ୍ଘର ସଭାପତି ଦିଗମ୍ବର ଜେନା ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ୩୦୦ ରୁ ଉର୍ଦ୍ଧ୍ୱ ପୂର୍ବତନ ସରପଞ୍ଚ ଯୋଗଦେଇଥିଲେ। ତିନି ତିନି ଥର ଅପ୍ରତିଦ୍ୱନ୍ଦୀ ଭାବେ ଶ୍ରୀମତୀ ଭାମାମଣି ଦାସ ନିର୍ବାଚିତ ହୋଇଥିବାରୁ ପୂର୍ବତନ ସରପଞ୍ଚ ସଙ୍ଘ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.