Home ଆମ ପର୍ବ ପର୍ବାଣୀ ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହେବ ବରଗଡରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହେବ ବରଗଡରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

100

ବରଗଡ ୨ା୧୧ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଗାମୀ ଡିସେମ୍ବର ୩୧ ତାରିଖରୁ ବରଗଡରେ ମୁକ୍ତାକାଶ ରଙ୍ଗମଂଚରେ ଆୟୋଜିତ ହେବାକୁ ଯାଉଥିବା ୭୧ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ର ଧନୁଯାତ୍ରାର ଆଜି ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଜ୍ୟୋତି ରଂଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଏସ୍‌ପି ପଦ୍ମିନୀ ସାହୁ ଓ ଧନୁଯାତ୍ରା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ଧନୁଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ସ୍ଥାନ ଦିଆଯାଇଛି। ମହୋତ୍ସବରେ ସ୍ଥାନୀୟ ୧୧ ଦିବସୀୟ ଏହି ମହୋତ୍ସବ ଜାନୁଆରି ୧୦ ଯାଏ ଚାଲିବ। କଳାକାର ଓ ବାହାର ରାଜ୍ୟର କଳାକାର ଭାଗ ନେବେ। ସେହିପରି ମୀନାବଜାର ଓ ଅନ୍ୟ ବ୍ୟବସାୟ ମେଳାକୁ ମଧ୍ୟ ଗୁରୁତ୍ୱ ଦିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.