Home ଜିଲ୍ଲା ପରିକ୍ରମା ହାଇକୋର୍ଟ ବାରଏସୋସିଏସନ କୁ ସମର୍ଥନଜଣାଇ ମାଲକାନଗିରି ଓକିଲସଂଘ କୋର୍ଟଆଗରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କଲେ

ହାଇକୋର୍ଟ ବାରଏସୋସିଏସନ କୁ ସମର୍ଥନଜଣାଇ ମାଲକାନଗିରି ଓକିଲସଂଘ କୋର୍ଟଆଗରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କଲେ

109

ମାଲକାନଗିରି, ୩୧ା୧୦(ଓଡିଆ ପୁଅ )କଟକ ହାଇକୋର୍ଟ ରେ ପୁଲିସ ଓକିଲ ଙ୍କ ବିବାଦ କୁ ନେଇ ହାଇକୋର୍ଟ ବାର ଏସୋସିଏସନ ର ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଜି କୋର୍ଟଆଗରେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଛନ୍ତି। ଗତ କିଛି ଦିନହେଲା କଟକ ହାଇକୋର୍ଟ ପରିସରରେ ପୁଲିସ ଓ ଓକିଲ ମାନଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ସମାଧାନ ପରିବର୍ତେ ରାଜ୍ୟସରକାର ଏହାକୁ ନିଆଁରେ ଘିଅ ଢାଳିଲା ପରି ତେଜୁଛନ୍ତି।କେତକ ବିଜୁ ଯୁବବାହୀନିର ଗୁଣ୍ଡା କଟକ ବାର ଏସୋସିଏସନର କିଛି ଓକିଲଙ୍କ ଉପରେ ଆକ୍ରମଣ କରିଥିଲେ। ସେହି ଘଟଣାକୁ ନିନ୍ଦାକରି ସମଗ୍ର ରାଜ୍ୟରେ ଓକିଲ ମାନେ ଆନ୍ଦୋଳନ ଚଳାଇଛନ୍ତି। ଆଜି ମାଲକାନଗିରି ଜିଲ୍ଲା କୋର୍ଟପରିସରରେ ରାଜ୍ୟମୁଖ୍ୟମନ୍ତ୍ରୀ ନବୀନପଟନାୟକଙ୍କ କୁଶପୁତଳିକା କୁ ଦାହକରିଛନ୍ତି। ଏହି ଆନ୍ଦୋଳନରେ ବରିଷ୍ଟ ଓକିଲ ଗୋବିନ୍ଦପାତ୍ର, ରାମପଟନାୟକ, ଦୀଲିପ ପରିଛା, ଅଶୋକପଟନାୟକ, ଗୌତମ ସରକାର, ପ୍ରକାଶ ମହାନ୍ତି, ରାଜେଶ ପଟନାୟକ, ରବିନ୍ଦ୍ର ମାଢି୍ ପ୍ରମୁଖ ଶତାଧିକ ଓକିଲ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.