Home ଓଡ଼ିଶା ବିନା ପରମିଟରେ ଚଳାଚଳ କରୁଥିବା ଘରୋଇ ବସକୁ ଅଟକ, ଆଚଂଳିକ ପରିବାହନ କାର୍ଯ୍ୟାଳୟ ସମ୍ମୁଖରେ ବସମାଲିକ...

ବିନା ପରମିଟରେ ଚଳାଚଳ କରୁଥିବା ଘରୋଇ ବସକୁ ଅଟକ, ଆଚଂଳିକ ପରିବାହନ କାର୍ଯ୍ୟାଳୟ ସମ୍ମୁଖରେ ବସମାଲିକ ସଂଘର ଆନ୍ଦୋଳନ ଓ ରାସ୍ତା ରୋକ, ପୁଲିସ ସହ ଧସ୍ତାଧସ୍ତି, ସଭାପତିଙ୍କ ସହ ୨ଡ୍ରାଇଭର ଗିରଫ

104

ମାଲକାନଗିରି, ୩୧ା୧୦(ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟିହୋଇଛି। ଜିଲ୍ଲାଆଚଂଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ପୁଲିସ ଓ ଘରୋଇବସ ମାଲିକ ସଂଘ ଓ ଡ୍ରାଇଭର ଙ୍କ ମଧ୍ୟରେ ଧସ୍ତାଧସ୍ତି ଦୃଶ୍ୟ ଦେଖିବାକୁ ମିଳିଥିଲା। ରାସ୍ତାରୋକ ଓ ପୁଲିସ ଉପରକୁ ଆକ୍ରମଣ କରିବା ଅଭିଯୋଗରେ ମାଲକାନଗିରି ଘରୋଇବସ ମାଲିକ ସଂଘସଭାପତି ଓ ଦୁଇଜଣ ବସ ଡ୍ରାଇଭରଙ୍କୁ ପୁଲିସ ଗିରଫ କରିଛନ୍ତି। ବିନା ପରମିଟରେ ଭୁବନେଶ୍ୱର ଠାରୁ ମାଲକାନଗିରି ଜିଲ୍ଲାକୁ ଆସୁଥିବା ୬ଟି ଘରୋଇ ବସକୁ ଆଜି ସକାଳେ ମାଲକାନଗିରି ଜିଲ୍ଲାଆଚଂଳକି ପରିବହନ ଅଧିକାରୀ ଜବତ କରି କାର୍ଯ୍ୟାଳୟକୁ ନେଇଯାଇଥିଲେ। ଏକା ସଙ୍ଗେ ୬ଟି ଯାତ୍ରୀବାହି ବସକୁ ଜବତ କରିବାଦ୍ୱାରା ଦୁରଗାମୀ ସାଧାରଣ ଯାତ୍ରୀମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ତୁରନ୍ତ ବସଗୁଡିକୁ ଛାଡିଦେବା ପାଇଁ କହି ବସମାଲିକ ସଂଘର ସଭାପତି ରମେଶପଟନାୟକ ଙ୍କ ସହିତ ସଂଘର ଅନ୍ୟ କର୍ମକର୍ତା ମାନେ ଆରଟିଓ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନକରି ରାସ୍ତାରୋକ କରିଥିଲେ। ମାଲାକନଗିରି କାଲିମେଳା ମୁଖ୍ୟରାଜପଥ ରେ ରାସ୍ତା ରୋକ କରିଥିବାରୁ ମାଲକାନଗିରି ଠାରୁ କାଲିମେଳା, ମୋଟୁ, ପଡିଆ ଅଚଂଳକୁ ଚଳାଚଳାକରୁଥିବା ବସ ଓ ଯାନବାହନ ଚଳାଚଳରେ ବାଧାସୃଷ୍ଟି ହୋଇଥିଲା।

ଏକ ସରକାରି ବସକୁ ବହୁସମୟ ଧରି ରାସ୍ତାରେ ଅଟକ ରଖିଥିବାରୁ ଯାତ୍ରାମାନେ ଅସନ୍ତୁଷ୍ଟ ହେବାସହିତ ଆଚଂଳିକ ପରିବହନ ବିଭାଗ ଅଧିକାରୀ ପୁଲିସକୁ ଜଣାଇବାରୁ ମାଲକାନଗିରି ଥାନା ଆଇଆଇସି ସୌମେନ୍ଦୁସେଖର ତ୍ରୀପାଠୀ ପୁଲିସ ସଦଳବଳ ଧରି ସେଠାରେ ପହଁଚି ଆନ୍ଦୋଳନକାରି ମାନଙ୍କୁ ବୁଝାଇଥିଲେ ମଧ୍ୟ ସେମାନେ କିଛି ବୁଝି ନଥିଲେ .ବସ ଗୁଡିକୁ ଛାଡା ଯିବାପରେ ଆନ୍ଦୋଳନ ପ୍ରତ୍ୟାହାର ହେବ ବୋଲି କହିଥିଲେ। ରାସ୍ତାରେ ଅଟକିଥିବା ମୋଟୁ ଅଭିମୁଖେ ଯାଉଥିବା ସରକାରି ବସକୁ ପୁଲିସ ଆନ୍ଦୋଳନକାରି ମାନଙ୍କୁ ଘଉଡାଇ ଜବରଦସ୍ତ ଛାଡିଦେବାରୁ ବସମାଲିକ ସଂଘର କର୍ମକର୍ତା ଓ ଜବତ ହୋଇଥିବା ବସର ଡ୍ରାଇଭର ମାନେ କାହିଁକି ବସକୁ ଛାଡିଦେଲେ କହି ପୁଲିସଙ୍କ ଆଡକୁ ମାଡି ଆସି ତାଙ୍କସହିତ ଧସ୍ତାଧସ୍ତି ହୋଇଥିଲେ। ଆମେ ସକାଳୁ ଦାନ୍ତ ଘସିନାହୁଁ କିଛି ନିତ୍ୟକର୍ମ କରିନାହୁଁ ଆମର ୬ଟି ବସକୁ ଆରଟିଓ ଜବରଦସ୍ତ ଆଣି ରଖିଦେଇଛନ୍ତି, ସେ କଥା ନବୁଝି ଏବେ ଆପଣମାନେ ଆସି ରାସ୍ତା ରୋକରୁ ହଟିବା ପାଇଁ କହୁଛନ୍ତି, ଅପଣ ମାନେ କିଏ ଆମେ ଜଣିନାହୁଁ ରାସ୍ତାରୁ ହଟିବୁ ନାହିଁ କହି ଦୁଇଜଣ ଡ୍ରାଇଭର ଥାନାଅଧିକାରୀ ଙ୍କୁ ଗାଳିଗୁଲିଜ କରିବାରୁ ପୁଲିସ ସେମାନଙ୍କୁ ଥାନା ଗାଡିରେ ବସାଇଥିଲେ, ପୁଲିସଙ୍କୁ ଧକାମାରି ଡ୍ରାଇଭର ଦୁଇଜଣ ଗାଡିରୁ ଓହ୍ଲାଇ ତଳକୁ ପଳାଇ ଆସି ଥାନାଅଧିକାରୀଙ୍କ ସହିତ ଯୁକ୍ତିତର୍କକରିଥିଲେ। ଏହି ଯୁକ୍ତି ତର୍କ ଓ ଧସ୍ତାଧସ୍ତି କିଛି ସମୟଧରି ଚାଲିବା ପରେ ଘଟଣାସ୍ଥଳରେ ଅଧିକ ପୁଲିସ ପହଁଚି ଆନ୍ଦୋଳକାରି ଙ୍କୁ ଘଉଡାଇଦେଇ ପରିସ୍ଥିତି ଶାନ୍ତ ହେବାରୁ ସ୍ୱାଭାବିକ ଭାବେ ସେହି ରାସ୍ତାରେ ଯାନବାହନଚଳାଚଳ କରିଥିଲା।

ବେଆଇ ଭାବେ ରାଜରାସ୍ତାରୋକ କରି ସରକାରି ବସକୁ ଅଟକାଇବା ଓ ପୁଲିସ ସହିତ ଧସ୍ତା ଧସ୍ତି ଗଣ୍ଡଗୋଳକରି ଧକାମାରିବା ଅଭିଯୋଗରେ ବସ ଡ୍ରାଇଭର ନିଳମଣିଜେନା, କେଦାର ପ୍ରଧାନ ଙ୍କ ସହିତ ମାଲକାନଗିରି ଜିଲ୍ଲା ଘରୋଇବସ ମାଲିକ ସଂଘର ସଭାପତି ରମେଶପଟନାୟକ ଙ୍କୁ ଗିରଫ କରାଯାଇଛି, ଏହି ଘଟଣା ସଂପର୍କରେ ପୁଲିସ ପକ୍ଷରୁ ଅଧିକ ତଦନ୍ତଚାଲିଛି ବୋଲି ମାଲକାନଗିରି ଥାନା ଅଧିକାରୀ ସୈମେନ୍ଦୁଶେଖର ତ୍ରୀପାଠୀ କହିଛନ୍ତି। ରାଜ୍ୟଆଚଂଳକି ପରିବହନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ବିନାପରମିଟ ବସଗୁଡିକୁ ଅଟକ ରଖା ଯାଇଛି, ଏହି ୬ଟି ଘରୋଇ ବସଗୁଡିକ ଓଡିଶା ମାଲକାନଗିରି ଜିଲ୍ଲାରେ ପରମିଟ ନକରି ବେଆଇନ ଭାବେ ଟୁରିଷ୍ଟ ବସ ନାମରେ ଆନ୍ଦ୍ରପ୍ରଦେଶ ରାସ୍ତା ଦେଇ ଭୁବନେଶ୍ୱର ଠାରୁ ମାଲକାନଗିରି କୁ ଚଳାଚଳ କରୁଛନ୍ତି ଯାହା ଫଳରେ ଓଡିଶା ସରକାର ଙ୍କର ରାଜସ୍ୱହାନି ଘଟୁଛି, ସେହିକାରଣ ଯୋଗୁ ଏହି ବସଗୁଡିକୁ ଅଟକରଖା ଯାଇ ସେମାନଙ୍କ କାଗଜପତ୍ରଗୁଡିକୁ ଯାଚଂକରାଯିବା ପରେ ପିଆର ବଣ୍ଡରେ ଉକ୍ତ ବସଗୁଡିକୁ ଛାଡିଦିଆ ଯାଇଛି ବୋଲି ମାଲକାନଗରି ଜିଲ୍ଲା ଆଚଂଳିକ ପରିବହନ ଅଧିକାରୀ ପ୍ରହ୍ଲାଦ କୁମାର ବେହେରା ସୂଚନାଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.