Home Coronavirus Outbreak ହତ୍ୟା ଘଟଣା ଲୁଚାଇଦେବା ପାଇଁ ଜଙ୍ଗଲରେ ଲଗାଇ ଦିଆଗଲା ନିଆଁ !

ହତ୍ୟା ଘଟଣା ଲୁଚାଇଦେବା ପାଇଁ ଜଙ୍ଗଲରେ ଲଗାଇ ଦିଆଗଲା ନିଆଁ !

1014

ଭୁବନେଶ୍ୱର: ଗତ ୪ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଳବାଇ ଗ୍ରାମରେ ଜଣେ ଯୁବତୀଙ୍କ ଶବକୁ ରାତି ଅଧିଆ ତରବରିଆ ଭାବରେ ପୋଡ଼ି ଦିଆଗଲା। ଏହାକୁ ସନ୍ଦେହ କରି କିଛି ଗ୍ରାମବାସୀ ଜଙ୍କିଆ ଥାନାରେ ଯାଇ ଅଭିଯୋଗ କଲେ ମଧ୍ୟ କେହି ଶୁଣିଲେ ନାହିଁ। ତରବରିଆ ଭାବରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଛାଡ଼ିଦେଇ ଆସିଥିବା ଶବର ଦରପୋଡ଼ା ମାଂସ ବୁଲା କୁକୁର ଖାଇଗଲେ। ଅବଶିଷ୍ଟ କଙ୍କାଳ, ଖପୁରି, ହାତ, ଗୋଡ଼ ଆଦିର ହାଡ଼ ଏଣେତେଣେ ପକାଇଦେଲେ। ତେବେ, ଏହାପରେ ଗତ ୧୩ ତାରିଖରେ ପୋଡ଼ା ଯାଇଥିବା ମଶାଣି ନିକଟସ୍ଥ କାଳିବତୀ ମୌଜା ଅନ୍ତର୍ଗତ ଶାମ କଳସ ଜଙ୍ଗଲରେ ହଠାତ୍ ନିଆଁ ଲାଗିଗଲା। ଏଣେତେଣେ ପଡ଼ିଥିବା ମୃତ ଯୁବତୀଙ୍କ ହାଡ଼ ସଂପୂର୍ଣ୍ଣ ନଷ୍ଟ କରି ପ୍ରମାଣ ଲୁଚାଇ ଦେବାକୁ ଜଙ୍ଗଲରେ ନିଆଁ ଲଗାଇ ଦିଆଗଲା ବୋଲି ଏବେ କଥା ଉଠୁଛି। ଯଦି ଏହା ସତ ହୋଇଥାଏ, ତେବେ ସାଙ୍ଘାତିକ। ଘଟଣାଟି ସ୍ଥାନୀୟ ଜନ ପ୍ରତିନିଧି ସରପଞ୍ଚଙ୍କ ଘର ଅତି ନିକଟରେ ଘଟିଥିବା ବେଳେ ଏବଂ ମୃତ ଯୁବତୀଙ୍କ ପରିବାର ସଦସ୍ୟ ସେତେ ଜାଣିବାର ହୋଇନଥିବାରୁ ସେମାନଙ୍କୁ ବଳ ଦେଉଛି କିଏ ବୋଲି ସାଧାରଣରେ ଆଲୋଚନା ହେଉଛି। -ଦେବଦତ୍ତ ରଥ

ଯୁବତୀଙ୍କ ଦରପୋଡ଼ା ଶବ ଖାଇଗଲେ କୁକୁର; ତେଣେ ମୁଖ୍ୟମନ୍ତ୍ରୀ କରୁଛନ୍ତି ସମୀକ୍ଷା?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.