ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗଣେଷ ପୂଜା ବିସର୍ଜନ ସମୟରେ ନବୀନ ନବୀନ ଗିତ କାହିଁକି ବଜାଇବ ନାହିଁ ବୋଲି କହିବା ସହ ମରଣାନ୍ତକ ଆକ୍ରମଣ , ଆକ୍ରମଣରେ ୫ଜଣ ଆହତ ହୋଇଥିବା ବେଳେ ଆକ୍ରମଣକାରୀଙ୍କ କବଳରୁ ଛୋଟ ଛୁଆ ମଧ୍ୟ ରକ୍ଷା ପାଇ ନାହାନ୍ତି ବୋଲି ବାଂଶଡା ଥାନାରେ ଅଭିଯୋଗ ହୋଇଛି। ପ୍ରାପ୍ତ ଖବର ଅନୁଯାଇ ଜନ୍ତୁଆଳୀ ଗ୍ରାମର ଏକ ଗଣେଷ ମୂର୍ତୀ ବିସର୍ଜନ କରିବାକୁ ନେଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଆସି ନବୀନ ନବୀନ ଗୀତ ବଜାଇବାକୁ ଅଡି ବସିଥିଲେ। ମାତ୍ର ଭଷାଣି କରିବାକୁ ନେଉଥିବା ଗୋଷ୍ଠୀ ଏହି ଗୀତ ବାଜି ପାରିବ ନାହିଁ ବୋଲି ରୋକ ଠୋକ ମନା କରି ଦେଇଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଏବଂ ପରେ ସଂଘବଦ୍ଧ ଆକ୍ରମଣରେ ଦୀପକ ମହାଳିକ ,କାଳନ୍ଦି ମହାଳିକ, ସୁଶାନ୍ତ, ପ୍ରଶାନ୍ତ ଏବଂ ଶଂକର୍ଷଣ ମହାଳିକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆକ୍ରମଣ କାରୀ ମାନେ ମଧ୍ୟ ଏହି ଭଷାଣି ରେ ସାମିଲ ଥିବା ୨ଜଣ ଛୋଟ ଛୁଆ ଙ୍କୁ ମଧ୍ୟ ପୋଖରୀକୁ ଠେଲି ଦେଇଥିବା ନେଇ ବାଂଶଡା ଥାନାରେ ଲିଖିତ ଅଭିଯୋଗ ହେବା ସହ କେସ ମଧ୍ୟ ରୁଜୁ ହୋଇଛି ବାଂଶଡା ଥାନାଧିକାରୀ ବର୍ତମାନ ପର୍ଯ୍ୟନ୍ତ କୌଣସି ଆସାମୀ ଙ୍କୁ ଗିରଫ କରି ନଥିବା ବେଳେ ତଦନ୍ତ କରି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।








