Home ଓଡ଼ିଶା ଲକଡାଉନରେ କାନ୍ଦୁଛନ୍ତି ପରିବା ଓ ଫୁଲଚାଷୀ

ଲକଡାଉନରେ କାନ୍ଦୁଛନ୍ତି ପରିବା ଓ ଫୁଲଚାଷୀ

182

ବୌଦ୍ଧ,୧୬ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା)  : ସାରା ରାଜ୍ୟରେ ଲକଡାଉନ ବୃଦ୍ଧି ହୋଇଥିବାବେଳେ ଏହାର ପ୍ରଭାବ ବୌଦ୍ଧ ଭଳି କୃଷି ଭିତିକ ଜିଲାରେ ପ୍ରବଳ ଭାବରେ ଅନୁଭୁତ ହୋଇଛି । ଜିଲାର ୮୦ ପ୍ରତିଶତ ଅଧିବାସୀ କୃଷିକାର୍ଯ୍ୟ ଉପରେ ନିର୍ଭର କରୁଥିବାବେଳେ ଲକଡାଉନ ଯୋଗୁଁ ସେମାନଙ୍କ ଫସଲ ଅମଳ ପ୍ରଭାବିତ ହୋଇଛି । ବିଶେଷ ଭାବରେ ଏହାଦ୍ୱାରା ପନିପରିବା ଚାଷୀ ଓ ଫୁଲଚାଷୀ ବ୍ୟାପକ କ୍ଷତି ସହୁଥିବା ଦେଖିବାକୁ ମିଳିଛି ।  ବୌଦ୍ଧଜିଲାରୁ ପ୍ରତିବର୍ଷ ତରଭୁଜ,କଖାରୁ,ଟମାଟ,ଅମୃତଭଣ୍ଡା,ବାଇଗଣ ଓ ଛୁଇଁ ଆଦି ପନିପରିବା ଗାଡିରେ ବୋଝେଇ ହୋଇ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇଥାଏ । ଖାଲିଯେ ପରିବା ଚାଷୀ ନୁହେଁ ବୌଦ୍ଧରୁ ଫୁଲଚାଷୀମାନେ ମଧ୍ୟ ବହୁମାତ୍ରାରେ ଫୁଲ ଭୁବନେଶ୍ୱର ବଜାରକୁ ପଠାଇଥାନ୍ତି । କିନ୍ତୁ ଚଳିତବର୍ଷ ଏହି ଚାଷୀମାନେ ଲକଡାଉନ ଯୋଗୁଁ ବହୁଳ କ୍ଷତିର ସାମନା କରୁଥିବା ଜଣାଯାଇଛି । ଯାନବାହାନ ଚଳାଚଳ ବନ୍ଦ ହେବା ସଙ୍ଗେ ସଙ୍ଗେ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ହେବା ସହିତ ସରକାରୀ କାର୍ଯ୍ୟକ୍ରମ,ବିବାହ ବ୍ରତ, ଦଣ୍ଡଯାତ୍ରା ରାମଲିଳା ଭଳି ସାମାଜିକ କାର୍ଯ୍ୟକ୍ରମ ଉପରେ ରୋକ ଲାଗିବା ଯୋଗୁଁ ଚାଷୀମାନେ ନିଜର ଉତ୍ପାଦିତ ଫସଲ ବିକ୍ରି ପାଇଁ ବଜାର ନପାଇ କ୍ଷତି ସହିବା ସହିତ ଋଣ ଶୁଝିବା ପାଇଁ ମଧ୍ୟ ଚିନ୍ତାରେ ପଡିଯାଇଛି । ତେଣୁ ସରକାର କୃଷି ଭିତିକ ବୌଦ୍ଧଜିଲାର ଗରିବ ଚାଷୀମାନଙ୍କ କ୍ଷତିର ଆକଳନ କରି ଉପଯୁକ୍ତ କ୍ଷତିପୂରଣ ଓ ଋଣ ଛାଡ କରିବା ପାଇଁ ଦାବି ହେଉଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.