Home ଜିଲ୍ଲା ପରିକ୍ରମା ଧାମନଗର ବ୍ଳକର ଅସୁରାଳି ଠାରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣିରେ ବ୍ୟାପକ ଅବ୍ୟବସ୍ଥା

ଧାମନଗର ବ୍ଳକର ଅସୁରାଳି ଠାରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣିରେ ବ୍ୟାପକ ଅବ୍ୟବସ୍ଥା

3

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଳକର ଅସୁରାଳି ପଂଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସର ରେ ଆଜି ଜିଲ୍ଲାପାଳ ଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଜନ ଶୁଣାଣି ରେ ଏକ ଛୋଟ କୋଠରୀ ରେ ୩୦ ପଂଚାୟତ ରେ ଲୋକ ଙ୍କ ଜନ ଶୁଣାଣି ଅନୁଷ୍ଟିତ ହୋଇଥିଲା ଯାହାକି ଲୋକ ମାନେ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହୋଇଛନ୍ତି।ଅଭିଯୋଗ କାରି ଙ୍କ ପାଇଁ ସେପରି ବସିବା ପାଇଁ କିଛି ବେବସ୍ତା ନଥିଲା,ଏପରି କି ଚ୍ୟାର ଅଭାବରୁ ବିଭାଗିୟ ଅଧିକାରି ମାନେ ବସି ନ ପାରି ବାହାରେ ବୁଲି ବାର ଦେଖିବାକୁ ମିଳିଥିଲା । ପ୍ରଥମେ ଭଗବାନପୁର ପଂଚାୟତ ଅଫିସ ରେ ଏହି ଜନ ଶୁଣାଣି ହେବାକୁ ଥିବାବେଳେ ଶେଷ ମୁହୂର୍ତ ରେ ଅଶୁରାଳୀ ପଂଚାୟତ ଅଫିସ ରେ ଏହି ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ମୋଟ ୧୬୪ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଏଥିରୁ ୧୫୦ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଥିବାବେଳେ ୧୨ ଟି ଗ୍ରାମୀଣ ସମସ୍ୟା ସମ୍ବନ୍ଧୀୟ ଓ ରେଡ କ୍ରଶ ଅଧିନସ୍ଥ ୨ ଟି ଅଭିଯୋଗ ରହିଥିଲା। ଏହି ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ , ଅତିରିକ୍ତ ଜ଼ିଲ୍ଲାପାଳ ସରୋଜ ଦତ , ମୁଖ୍ୟ ଉନ୍ନୟନ ଅଧିକାରୀ, ଶୁଭେନ୍ଦୁ ସାମଲ, ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୋଦ ପ୍ରହରାଜ, ଉପ ଜ଼ିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ ବିଶେଷ କରି ଶିକ୍ଷା ବ୍ୟବସ୍ତା କୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଘେରିଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.