Home Top News ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ : ପୋଲିସ କର୍ମୀ ଗୁଳି କରିଥିବା ଅଭିଯୋଗ, ଏୟାରଲିଫ୍ଟ...

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ : ପୋଲିସ କର୍ମୀ ଗୁଳି କରିଥିବା ଅଭିଯୋଗ, ଏୟାରଲିଫ୍ଟ ହେଲେ

198

ଭୁବନେଶ୍ୱର ୨୯-୧ (ଓଡ଼ିଆ ପୁଅ) ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ ହୋଇଛି। ଏହି ଗୁଳିମାଡ଼ ଜଣେ ପୋଲିସ କର୍ମୀ କରିଥିବା କୁହାଯାଉଛି। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଅଣାଯାଉଛି। ବ୍ରଜରାଜନଗର ଗାନ୍ଧୀଛକ ଠାରେ ନବ ଦାସଙ୍କୁ ଗୁଳିମାଡ଼ ହୋଇଥିଲା। ତେବେ ପୋଲିସ ଏଏସଆଇ ଗୋପାଳ ଦାସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିବା କୁହାଯାଉଛି। ୪ ରୁ ୫ ରାଉଣ୍ଡ ଗୁଳି ଫୁଟିଥିବା ସୂଚନା ମିଳିଥିବା କୁହାଯାଉଛି। ତେବେ ମନ୍ତ୍ରୀଙ୍କୁ ପାଛୋଟି ଆଣିଲାବେଳେ ଜଣେ ପୋଲିସକର୍ମୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କାହିଁକି ଗୁଳି ମାରିଲେ ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ମନ୍ତ୍ରୀ ଗୁରୁତର ହେବା କାରଣରୁ ତାଙ୍କୁ ଭୁବନେଶ୍ୱରକୁ ଏଆରଲିଫ୍ଟ କରାଯାଇଛି। ଏ ନେଇ ଭୁବନେଶ୍ୱର ଏୟାରପୋର୍ଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଅର୍ଥାତ୍ ବିମାନବନ୍ଦର ପରିସରରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି।

ସୂଚନାଯୋଗ୍ୟଯେ, ରବିବାର ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ଏଏସଆଇ ଗୋପାଳ ଦାସ ଗୁଳିମାଡ କରିବା ପରେ କିଛି ଲୋକ ତାଙ୍କୁ ଧରି ପକାଇଥିଲେ ବୋଲି କୁହାଯାଉଛି। ତେବେ ଏହା କୌଣସି ବ୍ୟକ୍ତିଗତ କାରଣରୁ କିମ୍ବା ଷଡ଼ଯନ୍ତ୍ର ରହିଛି ଆସନ୍ତା ସମୟରେ ସ୍ପଷ୍ଟ ହେବ।

https://twitter.com/JurnoRasmita/status/1619620780425515010

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.